ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ ହେଉଛି ବିଜେପି ଏଭଳି ନିଷ୍ପତ୍ତି କାହିଁକି ନେଇଛି ? ଏହାକୁ ନିକଟରେ କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ବିସ୍ତାର ସହିତ ଯୋଡି ଦେଖାଯାଉଛି । କେନ୍ଦ୍ର ମନ୍ତ୍ରି ମଣ୍ଡଳ ବିସ୍ତାରରେ ରବି ଶଙ୍କର ପ୍ରସାଦ, ରମେଶ ପୋଖରିୟାଲ ନିଶଙ୍କ ଓ ପ୍ରକାଶ ଜାବେଡକରଙ୍କ ପତ୍ତା କଟିବାକୁ ୟଦିୟୁରେପ୍ପାଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଯିବା ସହିତ ଯୋଡା ଯାଉଛି । ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ଏହା ହେଉଛି ଅଟଳ-ଆଡଭାନୀ ଯୁଗର ପ୍ରକୃତ ଅର୍ଥରେ ଅନ୍ତର ଆରମ୍ଭ ।

ୟେଦିୟୁରପ୍ପାଙ୍କୁ ହଟାଇବା ବିଜେପି ପାଇଁ କେତେ ମହଙ୍ଗା ପଡିପାରେ ?

ୟେଦିଙ୍କର ରାଜ୍ୟର ଲିଙ୍ଗାୟତ ସମ୍ପ୍ରଦାୟ ଉପରେ ଭଲ ପ୍ରଭାବ ରହିଛି । ଲିଙ୍ଗାୟତ ରାଜ୍ୟ ଜନସଂଖ୍ୟାର ୧୭ ପ୍ରତିଶତ । ରାଜ୍ୟର ଏହା ହେଉଛି ଦ୍ୱିତୀୟ ବୃହତମ ସମ୍ପ୍ରଦାୟ । କର୍ଣ୍ଣାଟକରେ ୨୩ ପ୍ରତିଶତ ଦଳିତ ସମ୍ପ୍ରଦାୟ ରୁହନ୍ତି । ଲିଙ୍ଗାୟତ ବିଜେପିର ଭୋଟ୍ ଆଧାର ୨୨୪ ଆସନ ମଧ୍ୟରୁ ୧୦୦ ଆସନରେ କିଏ ଜିତିବ କିଏ ହାରିବ ତାହା ଲିଙ୍ଗାୟତ ଭୋଟ୍ ନିର୍ଧାରିତ କରିଥାଏ । ୟଦି ଏହି ସମ୍ପ୍ରଦାୟରୁ ଆସନ୍ତି । ଏସବୁ ଜାଣି ମଧ୍ୟ ବିଜେପି କାହିଁକି ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି?  ୨୦୨୩ ନିର୍ବାଚନ ପରେ ୟଦିଙ୍କୁ ହଟା ଯାଇ ପାରିଥାନ୍ତା । ଏଭଳି ନକରି ବିଜେପି କାହିଁକି ବର୍ତ୍ତମାନ ତାଙ୍କଠାରୁ ଇସ୍ତଫା ନେଇଛି ହେଉଛି ପ୍ରଥମ ବଡ ପ୍ରଶ୍ନ । ଦ୍ୱିତୀୟ ପ୍ରଶ୍ନ ହେଉଛି ସେ କେମିତି ରାଜି ହେଲେ । ୟଦିୟୁରେପ୍ପାଙ୍କୁ ଅସନ୍ତୁଷ୍ଟ ନକରି ତାଙ୍କୁ ବୁଝାଇ ସୁଝାଇ ତାଙ୍କଠାରୁ ଦଳ ଇସ୍ତଫା ନେଇଛି ବୋଲି କୁହାଯାଉଛି । ବିଜେପି ମଧ୍ୟ ଜାଣିଛି ତାଙ୍କ ପ୍ରଭାବ ରାଜ୍ୟ ରାଜନୀତିରେ କ’ଣ । ତେଣୁ ତାଙ୍କୁ ଅସନ୍ତୁଷ୍ଟ ନକରି ଇସ୍ତଫା ଦେବାକୁ ଦଳ ମନାଇଥିଲା । ପ୍ରଥମ ପ୍ରଶ୍ନର ଉତ୍ତର ହେଉଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ ପ୍ରତି ସ୍ତରରେ ନୂଆ ଚେହେରା ଦେଖିବାକୁ ଚାହୁଁଛନ୍ତି । ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି ଦଳକୁ ଚ୍ୟାଲେଂଜ୍ କରିବାକୁ ୟଦିଙ୍କଠାରେ ସେହି ପୁରୁଣା ତାକତ ଆଉ ନାହିଁ । ଏହା ସହ ତାଙ୍କ ବିରୋଧରେ ପରିବାରବାଦର ଅଭିଯୋଗ ମଧ୍ୟ ଆସି ସାରିଛି । ୟଦିଙ୍କୁ ତାଙ୍କ ପୁତ୍ର ମୋହ ଅଧିକ ଭାରି ପଡିଲା ବୋଲି କୁହାଯାଉଛି । ୟଦିଙ୍କ ୪୫ ବର୍ଷୀୟ ପୁଅ ବିବାଇ ବିଜେନ୍ଦ୍ର ଦଳ ଓ ସରକାର କାମରେ ହସ୍ତକ୍ଷେପ କରିବା ନେଇ ଅସନ୍ତୋଷ ଥିଲା । କିଛି ମାସ ତଳେ ଦଳର ବିଧାୟକ ଏହା ବିରୋଧରେ ବିଦ୍ରୋହ ମଧ୍ୟ କରିଥିଲେ । କୁହାଯାଉଛି ଯେ, ବିଜେନ୍ଦ୍ରଙ୍କ କହିବା ଅନୁସାରେ ସରକାର ଚାଲୁଥିଲା । ହାଇକମାଣ୍ଡଙ୍କୁ ଏହା ପସନ୍ଦ ନଥିଲା ।

ୟଦିଙ୍କ ପରେ ’ମାମା’ଙ୍କ ପାଳି ?

ବିଜେପି ହାଇକମାଣ୍ଡ୍ ୟଦି ୟୁରେପ୍ପାଙ୍କ ସହିତ ଅନ୍ୟ ରାଜ୍ୟର ନେତାଙ୍କୁ ମଧ୍ୟ ବଦଳାଇବା ମୁଡରେ ଅଛନ୍ତି । ସେହି ନେତା ମାନଙ୍କୁ ବଦଳାଯିବ ଯେଉଁମାନଙ୍କର ନିଜସ୍ୱ ବ୍ରାଣ୍ଡ୍ ରହିଛି ଓ ଯେଉଁମାନେ ଅଟଳ-ଆଡଭାନୀ ଯୁଗର ନେତା ଅଟନ୍ତି । ବର୍ତ୍ତମାନର କେନ୍ଦ୍ର ନେତୃତ୍ୱ ରାଜ୍ୟ ସ୍ତରରେ ଏଭଳି ନୂଆ ନେତା ଚାହୁଁଛନ୍ତି ଯେଉଁମାନଙ୍କର ଅତିତ ସହିତ କୌଣସି ସମ୍ପର୍କ ନଥିବ । ଅର୍ଥାତ ଏବେର ନେତୃତ୍ୱ ନିଜର ଟିମ୍ ରାଜ୍ୟସ୍ତରରେ ଚାହୁଁଛନ୍ତି । ଦିଲ୍ଲୀରେ ନିକଟରେ ହୋଇଥିବା କ୍ୟାବିନେଟ୍ ଅଦଳ ବଦଳ ଏହାର ଉଦାହରଣ । କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଏବେ ପାଖାପାଖି ବର୍ଷେ ଅଛି । ତେଣୁ ହାଇକମାଣ୍ଡଙ୍କ ଉଦ୍ୟମ ଥିଲା କୌଣସି ପ୍ରକାରେ ୟଦିଙ୍କୁ ଏଥିପାଇଁ ରାଜି କରାଇବା । କାରଣ କେନ୍ଦ୍ରୀୟ ନେତୃତ୍ୱ ଲିଙ୍ଗାୟତ ସମ୍ପ୍ରଦାୟକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲା । ୟଦିୟୁରେପ୍ପାଙ୍କୁ ଏବେ ୭୮ ବର୍ଷ । ସେ କର୍ଣ୍ଣାଟକରେ ବିଜେପିକୁ ଶକ୍ତିଶାଳୀ କରାଇଥିଲେ । ସେ ମଧ୍ୟ ଦକ୍ଷୀଣ ଭାରତରେ ପ୍ରଥମ ବିଜେପି ସରକାର ଗଠନ କରିଥିଲେ । ଏମିତିରେ ଯଦି ତାଙ୍କୁ ବାଦ ଦେଇ କେନ୍ଦ୍ରୀୟ ନେତୃତ୍ୱ ଭବିଷ୍ୟତ ଦେଖୁଛି ତେବେ ମଧ୍ୟପ୍ରଦେଶରେ ମଧ୍ୟ ବିଳମ୍ବରେ  ହେଉ ପଛେ ପରିବର୍ତ୍ତନ ହୋଇପାରେ । ଶିବରାଜ ସିଂ ଚୌହ୍ୱାନଙ୍କୁ ମଧ୍ୟ ତାଙ୍କ ପଦ ଛାଡିବାକୁ ପଡିଲେ ଆଶ୍ଚର୍ଯ୍ୟ ହେବାକୁ ପଡିବ ନାହିଁ । କାରଣ ଶିବରାଜ ମଧ୍ୟ ଅଟଳ-ଆଡଭାନୀ ଯୁଗର ପ୍ରତିନିଧିତ୍ୱ କରନ୍ତି । 

2023 electionsatal-advani eraB. Y. VijayendraBharatiya Janata PartyBJPbjp highcommandbs yediyurappacabinet expansion 2021karnataka chief ministerlingayat communitylingayat votemadhya pradeshmadhya pradesh chief ministermamaramesh pokhriyal nishravi shankar prasadshivraj singh chouhansouth indiaଅଟଳ-ଆଡଭାନୀ ଯୁଗକର୍ଣ୍ଣାଟକ ମୁଖ୍ୟମନ୍ତ୍ରୀକେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ବିସ୍ତାରଦକ୍ଷୀଣ ଭାରତପ୍ରକାଶ ଜାବେଡକରବି ଏସ ୟଦିୟୁରେପ୍ପାବିଜେପି ହାଇକମାଣ୍ଡବିବାଇ ବିଜେନ୍ଦ୍ରମଧ୍ୟପ୍ରଦେଶମାମାୟେଦିୟୁରପ୍ପାରବି ଶଙ୍କର ପ୍ରସାଦରମେଶ ପୋଖରିୟାଲ ନିଶଲିଙ୍ଗାୟତ ବିଜେପିର ଭୋଟ୍ଲିଙ୍ଗାୟତ ସମ୍ପ୍ରଦାୟଶିବରାଜ ସିଂ ଚୌହ୍ୱାନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami