ସିଲିଣ୍ଡର ୯ଶହ ଉପରେ, ଟମାଟୋ ୬୦…ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼

ଆଉ ଅଳ୍ପ କେଇଦିନ ପରେ ଆରମ୍ଭ ହେବ ଦଶହରା । ଏହା ସହିତ ଦେଶ ବ୍ୟାପି ଆରମ୍ଭ ହୋଇଯିବ ପାର୍ବଣ ସିଜିନ । କିନ୍ତୁ ଏଥର ପାର୍ବଣକୁ ଫିକା କରିବ ମହଙ୍ଗା ମାଡ । କାରଣ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି କାରଣରୁ ଅନେକ ସାମଗ୍ରୀର ଦର ବୃଦ୍ଧି ଘଟିଛି । ରନ୍ଧନ ଗ୍ୟାସର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ହୋଇଥିବା ବେଳେ ପରିବା ମୂଲ୍ୟ. ୫୦ ପାର କରିଗଲାଣି ।

ମହଙ୍ଗା ଏଲପିଜି

ପେଟ୍ରୋଲିୟମ କମ୍ପାନୀ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୫ ଟଙ୍କା ବୃଦ୍ଧି କରିଛନ୍ତି । ଯାହା ଅକ୍ଟୋବର ୬ ତାରିଖରୁ ଲାଗୁ ହୋଇଛି । ଏହି ବୃଦ୍ଧି କାରଣରୁ ରନ୍ଧନ ଗ୍ୟାସ ମୂଲ୍ୟ ଓଡ଼ିଶାର ୯୨୬ ଟଙ୍କା ହୋଇଛି । ଆର ମାସ ବେଳକୁ ଯଦି ଏହା ୧ ହଜାର ଛୁଏଁ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ

ଡିଜେଲ-ପେଟ୍ରୋଲ ଦାମବୃଦ୍ଧି

ଅଶୋଧିତ ତୈଳ ଦର ବୃଦ୍ଧି ସହିତ ଭାରତରେ ତୈଳ କମ୍ପାନୀ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢାଇ ଦେଇଛନ୍ତି । ଓଡ଼ିଶାର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କାରେ ବିକ୍ରି ହେଉଛି । ଗତ ୮ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଠା ୧.୭୫ ପଇସା ବଢିଛି । ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ୧୧ ଦିନ ମଧ୍ୟରେ ୨.୮୦ ପଇସା ମହଙ୍ଗା ହୋଇଛି ।

ବଢିଲା ଟମାଟ ଦାମ

ପାର୍ବଣ ସିଜନ ପୂର୍ବରୁ ଟମାଟ ମୂଲ୍ୟ ବଢିଛି । କିଛି ଦିନ ତଳେ ଯେଉଁ ଟମାଟକୁ ଚାଷୀ କମ ମୂଲ୍ୟ କାରଣରୁ ରାସ୍ତାରେ ଫୋପାଡୁଥିଲେ ଏବେ ତାହା କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ଟମାଟର ଖୁଚୁରା ମୂଲ୍ୟ କିଲୋ ପ୍ରତି ୬୦ ଟଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପାଖାପାଖି ସେହି ଏକା ଦର ରହିଛି ।

ଶୋରିଷ ତେଲ ଦର କନ୍ଦାଉଛି

ଲାଗୁଛି ଶୋରିଷ ତେଲ ଆମ ଆଦମୀ ପାଇଁ ଅପହଂଚ ହେବାକୁ ଯାଉଛି । ଶୋରିଷ ତେଲ ଏବେ ଲିଟର ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । ଖାଇବା ତେଲର ଦରବୃଦ୍ଧି ରୋଷେଇ ବଜେଟକୁ ବିଗାଡି ଦେଇଛି । ଶୋରିଷ ତେଲ ସହିତ ରିଫାଇନ୍ ଅଏଲ ଓ ପାମ୍ ଅଏଲର ଦର ମଧ୍ୟ ବଢ଼ିଛି

diesel petrol price hikedussehrafestive seasongas cylinder prices increases by 15 rupeesgas price in odisha is 926Inflationlpgmustard oil pricepalm oil pricepetroleum productsrefined oil pricetomato price increasingଗ୍ୟାସ ମୂଲ୍ୟ ଓଡ଼ିଶାର ୯୨୬ ଟଙ୍କାଗ୍ୟାସ ସିଲିଣ୍ଡର ମୂଲ୍ୟରେ ୧୫ ଟଙ୍କା ବୃଦ୍ଧିଟମାଟ ମୂଲ୍ୟ ବଢିଛିଡିଜେଲ-ପେଟ୍ରୋଲ ଦାମବୃଦ୍ଧିଦଶହରାପାମ୍ ଅଏଲପାର୍ବଣ ସିଜିନପେଟ୍ରୋଲିୟମ ଜାତ ଦ୍ରବ୍ୟରିଫାଇନ୍ ଅଏଲଶୋରିଷ ତେଲ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami