ଜୀବଜନ୍ତୁଙ୍କ ସେବାରେ ଛାତ୍ରୀ

କରୋନା ମହାମାରୀ ଯୋଗୁ ସମାଜରେ ମଣିଷ ଏବଂ ଜୀବଜନ୍ତୁମାନେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ଏଭଳି ସମୟରେ ବିଭିନ୍ନ ବ୍ୟକ୍ତି ଓ ସାମାଜିକ ସଂଗଠନ ଆଗେଇ ଆସି ସହଯୋଗର ହାତ ବଢ଼ାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଭଳି ଜଣେ ୯ମ ଶ୍ରେଣୀର ଛାତ୍ରୀ କେବଳ ମହାମାରୀ ସମୟରେ ନୁହେଁ ବରଂ ପିଲାବେଳୁ ସମାଜ ସେବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳର ଦେବିକା ଦେବସ୍ମିତା । ସେ ନିଜ ପକେଟ ଖର୍ଚ୍ଚରୁ କାଟି ବୁଲା କୁକୁର, ବିଲେଇ, ଷଣ୍ଢ, ଗାଈ, ମାଙ୍କଡ ଭଳି ବୁଲା ପ୍ରାଣୀଙ୍କୁ ଖାଇବାକୁ ଦେଉଛନ୍ତି । କେତେବେଳେ ରନ୍ଧା ଖାଦ୍ୟ ତ କେତେବେଳେ ପନିପରିବା । ଆଉ କେତେବେଳେ କେକ୍‌, ବିସ୍କୁଟ ଭଳି ଖାଦ୍ୟ ବୁଲି ବୁଲି କୁକୁର, ଗାଈ, ମାଙ୍କଡ, ଆଦି ବୁଲା ଜୀବଜନ୍ତୁଙ୍କୁ ବାଂଟୁଛନ୍ତି । ପ୍ରତ୍ୟେକ ଦିନ ସ୍କୁଲ ଫେରିବା ପରେ ଯେତେବେଳେ ଅନ୍ୟ ସାଙ୍ଗମାନେ ଖେଳିବା ପାଇଁ ବାହାରି ପଡ଼ନ୍ତି, ଦେବିକା କିନ୍ତୁ ଖାଦ୍ୟ ଧରି ବାହାରି ପଡନ୍ତି ଭୋକିଲା ବୁଲା ପ୍ରାଣୀଙ୍କ ପାଖକୁ । ଆଜିକୁ ପ୍ରାୟ ୭ ବର୍ଷ ହେବ ଏଭଳି ବୁଲା ପ୍ରାଣୀଙ୍କ ସେବା କରି ଆସୁଛନ୍ତି ସେ । ଲକ୍‌ଡାଉନ୍ ଯୋଗୁ ସ୍କୁଲ ବନ୍ଦ ଥିବାରୁ ପୂର୍ବାପେକ୍ଷା ସେବା କାର୍ଯ୍ୟ ବଢ଼ିଯାଇଛି । ପ୍ରତ୍ୟେକ ଦିନ ୩୦/୪୦ ଜୀବଜନ୍ତୁଙ୍କ ପେଟକୁ ଦାନା ଯୋଗାଇ ଆସୁଛନ୍ତି । ଏହାଦ୍ୱାରା ଖୁବ୍ ଆନନ୍ଦ ମିଳେ ବୋଲି ସେ କୁହନ୍ତି । ଏ କାର୍ଯ୍ୟ ପାଇଁ ତାଙ୍କ ବାପା ମା ମଧ୍ୟ ପ୍ରୋତ୍ସାହିତ କରି ଆସୁଛନ୍ତି ବୋଲି କୁହନ୍ତି ଦେବିକା ।

୯ମ ଶ୍ରେଣୀର ଛାତ୍ରୀbhubaneswarcooked foodscorona pandemicdebika debasmitadistrbuting food to stray animalsdumduma areafeeding animalslockdown timepocket moneyschool studentsocial workervegetablesକରୋନା ମହାମାରୀକୁକୁରକେକ୍‌ଗାଈଜୀବଜନ୍ତୁଜୀବଜନ୍ତୁଙ୍କୁ ବାଂଟୁଛନ୍ତିଦେବିକା ଦେବସ୍ମିତାପନିପରିବାପେଟକୁ ଦାନାବିଲେଇବିସ୍କୁଟମାଙ୍କଡରନ୍ଧା ଖାଦ୍ୟରାଜଧାନୀ ଉପକଣ୍ଠ ଡୁମୁଡୁମା ଅଂଚଳରଷଣ୍ଢସମାଜ ସେବା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami