ଶ୍ୱେତାଲିସାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ଶ୍ରୋତା

ବୟସ ଖୁବ୍ କମ୍‌, କିନ୍ତୁ ସଙ୍ଗୀତର ନିଶା ପ୍ରବଳ । ସାଧାରଣତଃ କୁନି କୁନି ପିଲାମାନେ ଟିଭି ରେ କାର୍ଟୁନ ଶୋ’ ଦେଖିବାକୁ ପସନ୍ଦ କରୁଥିବାବେଳେ ପିଲାଦିନରୁ ସେ ସଙ୍ଗୀତଭିତିକ କାର୍ଯ୍ୟକ୍ରମ ଦେଖିବାକୁ ଭଲ ପାଉଥିଲେ । ତାଙ୍କ ଗୀତ ସାଧାରଣତଃ ଲୋକଙ୍କଠାରୁ ଆରମ୍ଭ କରି ସଙ୍ଗୀତ ପ୍ରେମୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ମଂଚ ହେଉ ଅବା ଟିଭି ପରଦା କିମ୍ବା ସଙ୍ଗୀତ ପ୍ରତିଯୋଗିତା । ସବୁଥିରେ ସେ ବେଶ ଆଗୁଆ । ଭଜନ ସମ୍ରାଟ ଭିକାରୀ ବଳଙ୍କଠାରୁ ଆରମ୍ଭ କରି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ଭଳି ବହୁ ବିଖ୍ୟାତ କଣ୍ଠଶିଳ୍ପୀଙ୍କ ଗୀତକୁ ଗାଇ ସେ ଶ୍ରୋତାଙ୍କୁ ମୁଗ୍ଧ କରିଛନ୍ତି । ସେ ହେଉଛନ୍ତି ବାଲେଶ୍ୱରର ସଙ୍ଗୀତ ଦୁନିଆର କୁନି ପ୍ରତିଭା ଶ୍ୱେତଲିସା ଶୁଭଦର୍ଶିନୀ ।

ଶ୍ୱେତଲିସା ଅଳ୍ପ ବୟସରେ ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜନ୍ମରୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଥିଲା ଅହେତୁକ ଦୁର୍ବଳତା । ଏକଥା ତାଙ୍କ ବାପା ଓ ମାଆଙ୍କ ନଜରକୁ ଆସିଥିଲା । ସେମାନେ କାଳ ବିଳମ୍ବ ନକରି ମାତ୍ର ୪ ବର୍ଷ ବୟସରେ ଝିଅକୁ ସଙ୍ଗୀତ ଶିଖାଇବା ଆରମ୍ଭ କରିଦେଲେ । କୁନି କଣ୍ଠଶିଳ୍ପୀ ଭାବେ ଶ୍ୱେତାଲିସା ନିଜ ପରିବାର ତଥା ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ବାଲେଶ୍ୱର ସହରର ରାଣୀ ପାଟଣାରେ ରହୁଥିବା ଶଶୀରଞ୍ଜନ ମଲ୍ଲିକ ଓ ପ୍ରିୟଦର୍ଶିନୀ ମହାନ୍ତିଙ୍କ ଏକମାତ୍ର କନ୍ୟା ଶ୍ୱେତାଲିସା । ୨୦୦୭ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ୱେତାଲିସା ଏବେ ନବମ ଶ୍ରେଣୀରେ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢ଼ୁଛନ୍ତି । ସଙ୍ଗୀତ ଗୁରୁ ଅମୃତାଂଶୁ ପଟ୍ଟନାୟକ ଓ ସତ୍ୟରଂଜନ ମହାନ୍ତିଙ୍କଠାରୁ ସଂଗୀତ ଶିକ୍ଷା କରିବା ସହ ଏଯାବତ୍ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା ଜାରି ରଖିଛନ୍ତି । ସେ ରାଜ୍ୟସ୍ତରୀୟ ‘ଅକ୍ଷୟ ଆଇଡଲ୍‌-୨୦୧୬’ ଟାଇଟଲ୍ ହାସଲ କରିଛନ୍ତି । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସବ୍‌ଜୁନିୟର ବିଭାଗରେ ପ୍ରଥମ, ଡିପିଏସ୍ ବାଲେଶ୍ୱର ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ, ବାରିପଦାରେ କେଭିଏସ୍ କ୍ଲଷ୍ଟରସ୍ତରୀୟ ମିନି କଲଚୁରାଲ ମିଟ୍‌ରେ ପ୍ରଥମ, ରାଢ଼ୋଠାରେ ରାଜ୍ୟସ୍ତରୀୟ ଲୁଇପା ମହୋତ୍ସବ ପକ୍ଷରୁ ଶିଶୁ ପ୍ରତିଭା ସମ୍ମାନ, ଆମ ସୁନାଚାନ୍ଦ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ କୁନିଶିଳ୍ପୀ ସମ୍ମାନ, ଜ୍ଞାନଶ୍ରୀ ଓ ସମୟର ଚକ୍ର ଅନୁଷ୍ଠାନ ପକ୍ଷରୁ କୁନି କଣ୍ଠଶିଳ୍ପୀ ସମ୍ମାନ, ପ୍ରତିଭାଶ୍ରୀ ପକ୍ଷରୁ ଅନୁଷ୍ଠିତ ଶାସ୍ତ୍ରୀୟ ସଂଗୀତ ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରିଛନ୍ତି ଶ୍ୱେତାଲିସା । ଇତିମଧ୍ୟରେ ତାଙ୍କର ଏକ ଅଡିଓ ସିଡି ‘ତୁମେ ଜଗନ୍ନାଥ’ ମୁକ୍ତିଲାଭ କରିଛି । ଏହାବ୍ୟତୀତ ୟୁଟ୍ୟୁବ୍‌ରେ ମଧ୍ୟ ଶ୍ୱେତାଲିସାଙ୍କ ଅନେକ ଆଲବମ୍ ଶ୍ରୋତାଙ୍କୁ ବେଶ୍ ପସନ୍ଦ ଆସିଛି ।

ସବୁ ପ୍ରକାର ଗୀତ ଗାଇବାକୁ ତାଙ୍କୁ ଭଲ ଲାଗେ । କିନ୍ତୁ ଭଜନ ଗାଇବାକୁ ସେ ଅଧିକ ପସନ୍ଦ କରନ୍ତି । ଭବିଷ୍ୟତରେ ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ହେବାକୁ ଇଚ୍ଛା ରଖିଥିବା କୁହନ୍ତି ଶ୍ୱେତାଲିସା ।

akshaya idol 2016akshaya mohantyall odisha state subjunior singing competitionama sunachandabalasore rani patnabalasore singing talentbhajan samrat bhikari balDPS balasore singing competitiongyanashree and samayara chakrahindustani classical musiclata mangeshkarpratibhashree singing awardradho luipa degree college honorranipatnasangeet guru amritanshu patnaiksatyaranjan mohantyshwetalisha subhadarshinisinging classessinging competitionsinging talentswetalishaswetalisha youtube songstume jagannath audio cdଅଡିଓ ସିଡି ‘ତୁମେ ଜଗନ୍ନାଥ’ଆମ ସୁନାଚାନ୍ଦ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ କୁନିଶିଳ୍ପୀ ସମ୍ମାନକୁନି କଣ୍ଠଶିଳ୍ପୀକୁନି ପ୍ରତିଭାଜ୍ଞାନଶ୍ରୀ ଓ ସମୟର ଚକ୍ର ଅନୁଷ୍ଠାନ ପକ୍ଷରୁ କୁନି କଣ୍ଠଶିଳ୍ପୀ ସମ୍ମାନପ୍ରଚ୍ଛଦପଟ୍ଟ ଗାୟିକାପ୍ରତିଭାଶ୍ରୀ ପକ୍ଷରୁ ଅନୁଷ୍ଠିତ ଶାସ୍ତ୍ରୀୟ ସଂଗୀତ ପ୍ରତିଯୋଗିତାବାରିପଦାରେ କେଭିଏସ୍ କ୍ଲଷ୍ଟରସ୍ତରୀୟ ମିନି କଲଚୁରାଲ ମିଟ୍‌ରେ ପ୍ରଥମବାଲେଶ୍ୱର ସହରର ରାଣୀ ପାଟଣାବାଲେଶ୍ୱରର ସଙ୍ଗୀତ ଦୁନିଆଭଜନ ସମ୍ରାଟ ଭିକାରୀ ବଳୟୁଟ୍ୟୁବ୍‌ରେ ମଧ୍ୟ ଶ୍ୱେତାଲିସାରାଜ୍ୟସ୍ତରୀୟ ‘ଅକ୍ଷୟ ଆଇଡଲ୍‌-୨୦୧୬’ରାଢ଼ୋଠାରେ ରାଜ୍ୟସ୍ତରୀୟ ଲୁଇପା ମହୋତ୍ସବ ପକ୍ଷରୁ ଶିଶୁ ପ୍ରତିଭା ସମ୍ମାନଶ୍ୱେତଲିସା ଶୁଭଦର୍ଶିନୀସଙ୍ଗୀତ ଗୁରୁ ଅମୃତାଂଶୁ ପଟ୍ଟନାୟକ ଓ ସତ୍ୟରଂଜନ ମହାନ୍ତିସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami