ଭବିଷ୍ୟତରେ ମହାକାଶରେ ଜନ୍ମ ନେବେ ମଣିଷ, ବୁଲିବାକୁ ଆସିବେ ପୃଥିବୀ

ଆମାଜନ ପ୍ରାଇମର ଯଦି ଆପଣ ଗ୍ରାହକ ତେବେ ’ଦି ଏକ୍ସପେନ୍ସ’ ନାମକ ସିରିଜ୍ ନିଶ୍ଚୟ ନଜରରେ ପଡିଥିବ କିମ୍ବା ଦେଖିଥିବେ । ଏହି ସିରିଜରେ ମଙ୍ଗଳ ଗ୍ରହରେ ହୋଇଥିବା ଏକ ହତ୍ୟାକାଣ୍ଡର ତଦନ୍ତ ପାଇଁ ପୃଥିବୀରୁ ଜଣେ ଡିଟେକ୍ଟିଭ୍ ଯାଆନ୍ତି । ଡିଟେକ୍ଟିଭଙ୍କ ତଦନ୍ତ ସହିତ କାହାଣୀ ଆଗକୁ ବଢେ । ଏହା ଏବେ କଳ୍ପ ବିଜ୍ଞାନର କାହାଣୀ ଲାଗୁଥାଇ ପାରେ । କିନ୍ତୁ ଗୋଟିଏ ସମୟ ଆସିବ ଯେତେବେଳେ ମଣିଷ ମହାକାଶରେ ରହିବଆଉ ସେମାନେ ଛୁଟି କଟାଇବା ପାଇଁ ପୃଥିବୀକୁ ଆସିବେ । ଏଭଳି କହିଛନ୍ତି ଆମାଜନ ତଥା ସ୍ପେସ୍ ଏକ୍ସପେଡିସନ କମ୍ପାନୀ ବ୍ଲୁ ଓରିଜିନର ମାଲିକ ଜେଫ୍ ବେଜୋସ୍

ୱାଂସିଟନରେ ବ୍ଲୁ ଓରିଜିନର ଭବିଷ୍ୟତକୁ ନେଇ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ବେଜୋସ କଂପାନୀର ଯୋଜନା, ଅନ୍ତରୀକ୍ଷରେ ଅନୁସଂଧାନ, ପୃଥିବୀକୁ ବଂଚାଇବା ଆଦି ପ୍ରସଙ୍ଗ ଉପରେ ନିଜ ରାୟ ରଖିଥିଲେ । ମହାକାଶରେ ଭବିଷ୍ୟତରେ ମାନବ ବସତିକୁ ନେଇ ସେ ନିଜ ମତ ରଖିଥିଲେ । କହିଥିଲେ ଯେ, ଘର ସବୁ ଭାସମାନ ହେବପୃଥିବୀର ପାଣିପାଗ ଓ ମାଧ୍ୟାକାର୍ଷଣ ଶକ୍ତିର ନକଲ ସେଠାରେ କରାଯିବ । ଭାସମାନ ଘରଗୁଡିକରେ ପ୍ରାୟ ୧୦ ଲକ୍ଷ ଲୋକ ରହିବେ । ସେଠାରେ ଜଙ୍ଗଲ, ନଦୀ ଓ ବନ୍ୟପ୍ରାଣୀ ମଧ୍ୟ ରହିବେ ।

ମହାକାଶରେ ଜନ୍ମ, ପୃଥିବୀକୁ ଆସିବେ ବୁଲିବା ପାଇଁ

ମହାକାଶର ଭାସମାନ ଘରେ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ଜନ୍ମ ନେବେ । ମହାକାଶ ସେମାନଙ୍କ ପାଇଁ ଘର ହେବ । ସେମାନେ ଭାସମାନ ବସ୍ତିରେ ଜନ୍ମ ନେବେ । ଏହାପରେ ପୃଥିବୀ ଯାତ୍ରାରେ ଆସିବେ । ଏହାକିଛି ଏମିତି ହେବ ଯେମିତି ଆମେ ଛୁଟି କାଟିବା ପାଇଁ ବୁଲିବାକୁ ଯାଉ ବୋଲି କହିଛନ୍ତି ବେଜୋସ୍

ଆମାଜାନ ମାଲିକଙ୍କ କହିବା ହେଉଛି କୌଣସି ଅନ୍ୟ ଗ୍ରହକୁ ଯାତ୍ରା କରି ସେଠାରେ ଜୀବନକୁ ପୁଣି ଆରମ୍ଭ କରିବା ଅପେକ୍ଷା ମହାକାଶରେ ମାନବ ବସ୍ତି ବସାଇବା ଅଧିକ ବୁଦ୍ଧିମାନର କାମ ହେବ । ସେ କହିଛନ୍ତି ଯେ, ଯଦି ମଙ୍ଗଳ ଗ୍ରହର ବାତାବରଣକୁ ବଦଳାଇ ଦିଆଯାଏ କିମ୍ବା ସେଭଳି କିଛି ନାଟକୀୟ କରାଯାଏ ତେବେ ତାହା ଅଧିକ ଆହ୍ୱାନମୁଳକ ହେବ ଓ ଅନ୍ୟଏକ ପୃଥିବୀ ତିଆରି କରିବା ଭଳି ହେବ । ତା’ପରେ ସେଠାରେ ୧୦ରୁ ୨୦ ଶହ କୋଟି ଲୋକ ବସବାସ କରି ପାରିବେ ।

ମଙ୍ଗଳକୁ ନେଇ ମସ୍କଙ୍କୁ ନିଶାନା

ସୂଚନାଯୋଗ୍ୟ ଯେ, ପୃଥିବୀ ବାହାରେ ମାନବ ଜୀବନ ବିକାଶକୁ ନେଇ ଜେଫ ବେଜୋସ୍ ଓ ଏଲନ୍ ମସ୍କଙ୍କ ମଧ୍ୟରେ ଗତ କେଇଦିନ ଧରି ବାକଯୁଦ୍ଧ ଚାଲିଛି । ମସ୍କ ଏବେ ବୋଜେସଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ହୋଇଛନ୍ତି ମସ୍କଙ୍କ ସ୍ପେସ୍ କମ୍ପାନୀ ସ୍ପେସଏକ୍ସ ଓ ବୋଜେସଙ୍କ ବ୍ଲୁ ଓରିଜିନ୍ ମଧ୍ୟରେ ବି ମହାକାଶ ଅଭିଯାନକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ମସ୍କ ମଙ୍ଗଳରେ ମାନବ ବସତି ବସାଇବା ଯୋଜନା କରୁଛନ୍ତି । ମସ୍କଙ୍କ ମଙ୍ଗଳ ଗ୍ରହରେ ମାନବ ବସତି ଯବାବରେ ବେଜୋସ୍ ମହାକାଶରେ ଭାସମାନ ମାନବ ବସତି ବିଚାର ସାମ୍ନାରେ ରଖିଛନ୍ତି ବୋଲି କୁହାଯାଉଛି

amazon primeearth will be a holiday homejeff bezosjeff bezos and elon muskJeff Bezos the owner of the space expedition company Blue Originman will live in spacethe expansethe expanse seriesଆମାଜନ ପ୍ରାଇମଛୁଟି କଟାଇବା ପାଇଁ ପୃଥିବୀକୁ ଆସିବେଜେଫ ବୋଜେସ ଓ ଏଲନ୍ ମସ୍କଦି ଏକ୍ସପେନ୍ସମଣିଷ ମହାକାଶରେ ରହିବସ୍ପେସ୍ ଏକ୍ସପେଡିସନ କମ୍ପାନୀ ବ୍ଲୁ ଓରିଜିନର ମାଲିକ ଜେଫ୍ ବେଜୋସ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami