ପ୍ରେମିକାର ମୃତ ଶରିରର ଖଣ୍ଡ ଫ୍ରିଜରେ ରଖି ବେଡ୍ ରୁମରେ ରୋମାନ୍ସ କରୁଥିଲା ଆଫତାବ

ପ୍ରେମ,ପ୍ରତାରଣ ଓ ହତ୍ୟା ହତ୍ୟା ପୁଣି ବିଭତ୍ସତାର ସୀମା ବାହାରେ ନିଜ ପ୍ରେମିକାକୁ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ତା’ପରେ ଶରିରକୁ ୩୫ ଖଣ୍ଡରେ ବାଣ୍ଟିଲାଶରିର ଖଣ୍ଡକୁ ଫ୍ରିଜରେ ରଖି କିନ୍ତୁ ଗାର୍ଲ ଫ୍ରେଣ୍ଡ୍ ସହିତ କରୁଥିଲା ରୋମାନ୍ସ । ଗୋଟିଏ ଘରେ ଥିଲା ଲାସ ଓ ଚାଲିଥିଲା ବାସନାର ଖେଳ । ଇଏ ହେଉଛି ଆଫତାବ ପୁନାୱାଲାର ଜଘନ୍ୟ କାହାଣୀ ଆଫତାବ ଏମିତି ଗୋଟିଏ ହତ୍ୟାକାଣ୍ଡକୁ ରୂପ ଦେଇଛି ଯାହାକୁ ନେଇ ଦେଶବ୍ୟାପି ସୃଷ୍ଟି ହୋଇଛି ଚାଂଚଲ୍ୟ ଆଫତାବ କେବଳ ଜଣେ ଶ୍ରଦ୍ଧାକୁ ହତ୍ୟା କରିନି ସେ ମଧ୍ୟ ବିଶ୍ୱାସର ହତ୍ୟାକାରୀ । ତେବେ ଏଇ ଆଫତାବ ହତ୍ୟାକାରୀ ସାଜିବା ପୂର୍ବରୁ କେମିତି ଥିଲା ତା’ ଜୀବନ ? କେମିତି ସେ କରିଥିଲା ହତ୍ୟାର ପ୍ଲାନିଂ ?

ଅସ୍ଥିର ଆଫତାବ : ନା ପଢା ନା ସଂପର୍କ

୨୮ ବର୍ଷୀୟ ଅଫତାବ ପୁନାଓ୍ୱାଲା ମୁମ୍ବାଇରେ ପୁରା ପରିବାର ସହିତ ରହୁଥିଲା । ସ୍ୱଭାବରେ ଖୁବ୍ ଶାନ୍ତ ଥିଲା ବୋଲି କୁହନ୍ତି ଅଫତାବର ପରିବାର ୨୦୧୧ ମସିହାରେ ସେଣ୍ଟ୍ ପିଟର୍ସ ଜୁନିଅର କଲେଜରେ ଦ୍ୱାଦଶ ପଢ଼ା ସାରିଥିଲା ଅଫତାବ । କିନ୍ତୁ ଅଫତାବକୁ ଘାରିଥିଲା ବିଜନେସର ନିଶା । ପଢ଼ା ଛାଡ଼ି ସିଧା ପୁନେ ଚାଲିଗଲା ଅଫତାବ । କିନ୍ତୁ ସେଠାରୁ କିଛି ମାସ ପରେ ଫେରି ଆସିଥିଲା । ବିଜନେସ ମ୍ୟାନେଜମେଣ୍ଟ ପଢ଼ିବା ପାଇଁ ସେ ସାନ୍ତାକ୍ରୁଜ୍ ସ୍ଥିତ ଏକ କଲେଜରେ BBA ଆଡମିଶନ କଲା । କିନ୍ତୁ ସେଠାରେ ପଢ଼ାକୁ ଅଧାରେ ଛାଡ଼ି ଗ୍ରାଫିକ୍ ଡିଜାଇନର ଭାବରେ କାମ କରିବାକୁ ଲାଗିଲା ଅଫତାବ । ଏହାପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧା ଏବଂ ଅଫତାବର କାହାଣୀଶ୍ରଦ୍ଧାକୁ ଏକ ଡେଟିଂ ଆପ ଜରିଆରେ ଯୋଗାଯୋଗ କରିଥିଲା ଅଫତାବଅଫତାବର ଜଣେ ବନ୍ଧୁଙ୍କ କହିବା ହେଉଛି ଶ୍ରଦ୍ଧା ନଥିଲେ ଅଫତାବର ପ୍ରଥମ ପସନ୍ଦ । ଏହା ପୂର୍ବରୁ ମଧ୍ୟ ଅନ୍ୟ ଝିଅଙ୍କ ସହ ଅଫତାବର ସମ୍ପର୍କ ଥିଲା

ଶ୍ରଦ୍ଧାଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରୁଥିଲେ । ତେଣୁ ଶ୍ରଦ୍ଧା ଅଫତାବ ସହିତ ଦିଲ୍ଲୀ ଚାଲି ଆସିଥିଲେ । ସେଠାରେ ମେହରୁଲିରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ । ବାହା ହେବା ପାଇଁ ଶ୍ରଦ୍ଧା ଜିଦ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା । ଗତ ମେ ୧୮ ତାରିଖରେ ମଧ୍ୟ ଉଭୟଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଶ୍ରଦ୍ଧାଙ୍କ ଗଳାକାଟି ହତ୍ୟା କରିଥିଲା ଅଫତାବ । ଆଉ ହତ୍ୟା ପରେ ଶ୍ରଦ୍ଧାଙ୍କ ମୃତ ଶରୀରକୁ ୩୫ ଖଣ୍ଡ କରି କାଟିବା ସହ ଏକ ଫ୍ରିଜରେ ରଖିଥିଲା । ପ୍ରତ୍ୟେକ ରାତି ୨ଟାରେ ଘରୁ ବାହାରି ମୃତଦେହକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ

ଫ୍ରିଜରେ ପ୍ରେମିକା ଶରିର,ବେଡରୁମରେ ଗର୍ଲଫ୍ରେଣ୍ଡ୍ ସହିତ ରୋମାନ୍ସ

ଆଫତାବ ମନରେ କୌଣସି ଅନୁତାପ ନାହିଁ ପଶ୍ଚତାପ ନାହିଁ ଶ୍ରଦ୍ଧାର ବାପାଙ୍କ ଆଗରେ ସେ କହିଛି ହଁ ମୁଁ ହିଁ ଶ୍ରଦ୍ଧାକୁ ମାରିଛି । ଆଉ ପାଖରେ ଥିବା ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ ଆଫତାବ ଅନୁତପ୍ତ ଥିବା ଭଳି ଲାଗୁନି । ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣା ପଡ଼ିଛି ଯେ, ଆଫତାବ ହତ୍ୟା ପରେ ମଧ୍ୟ ଅବିଚଳିତ ଥିଲା । ଏତେ ଅବିଚଳିତ ଥିଲା ଯେ, ଶ୍ରଦ୍ଧାର ଶରିର ଖଣ୍ଡ ଫ୍ରିଜରେ ଥିଲା ଆଉ ସେ ଅନ୍ୟ ଜଣେ ଝିଅ ସହିତ ବେଡରୁମରେ ପ୍ରେମ କରୁଥିଲା । ଅବଶ୍ୟ ଆଫତାବର ଅସଲ ଚେହେରା ବାବଦରେ ସେହି ଗର୍ଲଫ୍ରେଣ୍ଡ୍ କିଛି ମଧ୍ୟ ଜାଣିନଥିଲେ ।

ହତ୍ୟା ପରେ ବି ପଶ୍ଚାତାପ ନଥିଲା ହସଖୁସିରେ ରହୁଥିଲା । ଦିନରେ ନୂଆ ଝିଅଙ୍କୁ ବେଡ ରୁମକୁ ଆଣୁଥିଲା । ଆଉ ରାତି ହେଲେ ଫ୍ରିଜରେ ଥିବା ପ୍ରେମିକାର କଟା ଅଂଶକୁ ପଲିଥିନରେ ପ୍ୟାକ କରୁଥିଲା । ସୁଯୋଗ ଦେଖି ରାତି ୨ଟାରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗୁଥିଲା । ଚାଲାକି ପ୍ରେମିକ ପୁଣି ଗୋଟିଏ ସ୍ଥାନରେ ଶରୀରର ଖଣ୍ଡକୁ ଫିଙ୍ଗୁନଥିଲା । ପ୍ରତଚିଦିନ ସ୍ଥାନ ବଦଳାଉଥିଲା । ଆଉ ଏଥିପାଇଁ ଆଫତବକୁ ଲାଗିଯାଇଥିଲା ୧୮ ଦିନସାଙ୍ଗର ସନ୍ଦେହକୁ ନେଇ ଶ୍ରଦ୍ଧାକୁ ଖୋଜିଥିଲା ପୋଲିସ । ଥାନାରେ ନିଖୋଜ ଏତଲା ଦେଇଥିଲେ ଶ୍ରଦ୍ଧାଙ୍କ ବାପା । ଆଉ ହତ୍ୟାର ୫ମାସ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ

aftab and shraddha news todayaftab and shraddha storydelhi murders update todayshraddha aftab caseshraddha aftab latest newsshraddha case newsshraddha muder case latestshraddha muder case news latestshraddha muder case today updateshraddha news today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami