ରିଟେଲ ଓ ହୋଲସୋଲ ବ୍ୟବସାୟୀ ହୋଇଥିଲେ ଏମିତି ବନନ୍ତୁ MSME, ଏହି ୱେବସାଇଟରେ କରାନ୍ତୁ ପଂଜିକରଣ

ରିଟେଲର୍ସ, ହୋଲସେଲର୍ସ ଏବେ MSME ଶ୍ରେଣୀରେ

ନିକଟରେ କେନ୍ଦ୍ର ସରକାର MSMEର ପରିସର ବଢାଇବା ପାଇଁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ କ୍ଷୁଦ୍ର ଓ ଲଘୁ ବ୍ୟବସାୟୀଙ୍କୁ MSME ପରିସର ମଧ୍ୟରେ ସାମିଲ କରାଯିବ । ଏନେଇ ଶୁକ୍ରବାର ଦିନ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ନୀତିନ ଗଡକାରୀ ନୂଆ ଗାଇଡ ଲାଇନ୍ ଘୋଷଣା କରିଛନ୍ତି ।

ନୀତିନ ଗଡକରୀ ଏକ ଟ୍ୱିଟ୍ କରି କହିଥିଲେ ଯେସ ଏପର୍ଯ୍ୟନ୍ତ ରିଟେଲ ଓ ହୋଲସୋଲ ବ୍ୟବସାୟୀଙ୍କୁ ଏମଏସଏମଇ ପରିସରରୁ ବାହାରେ ରଖା ଯାଇଥିଲା । କିନ୍ତୁ ଏବେ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରାୟୋରିଟି ସେକ୍ଟର ହିସାବରେ ଋଣ ପ୍ରଦାନ କରାଯିବ ।

ଏବେ ରିଟେଲ ଓ ହୋଲସୋଲ ବ୍ୟବସାୟୀ ଏମଏସଏମଇ ଭାବେ ନିଜ ନାମ ପଂଜିକରଣ କରିପାରିବେ । ଏହାର ଲାଭ ୨.୫ କୋଟିରୁ ଅଧିକ ବ୍ୟବସାୟୀ ଉଠାଇ ପାରିବେ ।

କେମିତି କରିବେ ପଂଜିକରଣ ?

Step 1) ରିଟେଲ ଓ ହୋଲସୋଲ ବ୍ୟବସାୟୀ MSME ଭାବେ କେନ୍ଦ୍ର ସରକାରଙ୍କ ନୂଆ ପୋର୍ଟାଲ udyamregistration.gov.in ରେ ନାମ ପଂଜିକରଣ କରି ପାରିବେ ।

Step 2) ୱେବସାଇଟରେ କ୍ଲିକ୍ କରିଲେ ସର୍ବପ୍ରଥମେ ଆପଣଙ୍କୁ ‘For New Entrepreneurs’ ଦେଖାଇବ । ଏଥିରେ କ୍ଲିକ୍ କରନ୍ତୁ । ଏହାକୁ କ୍ଲିକ୍ କରିଲେ ଏକ ନୂଆ ପେଜ୍ ଦେଖାଇବ । ସେହି ପେଜରେ ଆପଣ ନିଜ ଆଧାର ନମ୍ବର ସହିତ ଅନ୍ୟ ଜରୁରୀ ଦସ୍ତାବିଜ୍ ସମ୍ପର୍କିତ ଦସ୍ତାବିଜ୍ ଦେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରୋପରାଇଟରଙ୍କ ଆଧାର ଦେବାକୁ ପଡିବ ।

Step 3) ଯଦି ଆପଣଙ୍କର ପାର୍ଟନରସିପ୍ ଫାର୍ମ ତେବେ ମଧ୍ୟ ଉଦ୍ୟମୀ ଭାବେ ପଂଜିକରଣ ପାଇଁ ଆପଣଙ୍କୁ ପ୍ରୋପରାଇଟରଙ୍କ ଆଧାର ନମ୍ବର ଦେବାକୁ ପଡିବ । ଫାର୍ମରେ ଯିଏ ମ୍ୟାନେଜିଂ ପାର୍ଟନର ହୋଇଥିବେ ତାଙ୍କର ଆଧାର ନମ୍ବର ଦେବାକୁ ପଡିବ । କିନ୍ତୁ ଯଦି ଫାର୍ମ୍ ହିନ୍ଦୁ ଅବିଭାଜିତ ପରିବାରର ହୋଇଥାଏ ତେବେ ଆପଣଙ୍କୁ କେବଳ କର୍ତ୍ତାଙ୍କ ଆଧାର ଦେବାକୁ ପଡିବ ।

Step 4) ଯଦି ଆପଣଙ୍କର କୌଣସି କମ୍ପାନୀ ଅଛି କିମ୍ବା ଲିମିଟେଡ୍ ଲାଇବିଲିଟି ପାର୍ଟନରସିପ୍ ଅଛି ଅଥବା ସୋସାଇଟି, ଟ୍ରଷ୍ଟ୍ କିମ୍ବା କୋଅପରଟିଭ ସୋସାଇଟି ହୋଇଥାଏ ତେବେ ଅଧିକୃତ ଦସ୍ତଖତକାରୀଙ୍କ ଜିଏସଟିଏନ୍ ନମ୍ବର ଓ ପ୍ୟାନ୍ ନମ୍ବର ଦେବାକୁ ପଡିବ ।

Step 5) ପଂଜିକରଣ ପୁରା କରିବା ପାଇଁ ଆପଣଙ୍କୁ ୱାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଜେନେରେଟ୍ କରିବାକୁ ପଡିବ । ଓଟିପି ଆଧାର ସହିତ ସଂପୃକ୍ତ ଫୋନ୍ ନମ୍ବରକୁ ଆସିବ । ଏହା ପରେ ସମ୍ବନ୍ଧିତ ନିର୍ଦ୍ଦେଶ ପାଳନ କରି ନିଜ ପଂଜିକରଣ ପୁରା କରିପାରିବେ ।

Atmanirbhar Bharatcheaper loansCovid pandemicGovernment of Indiahow to apply for msme registrationMinister of MSMEMSMEmsme registration onlinemsme registration processmsme schemesmsme sectorMSME ଶ୍ରେଣୀNitin gadkaripartnership firmproprietorRBI normsRetail and Wholesale tradersRetailersUDYAM Portal for all MSMEsUdyam Registration PortalWholesalersଉଦ୍ୟମ ପୋର୍ଟାଲଏମଏସଏମଇକେମିତି କରିବେ ପଂଜିକରଣଜିଏସଟିଏନ୍ ନମ୍ବରପାର୍ଟନରସିପ୍ ଫାର୍ମପ୍ୟାନ୍ ନମ୍ବରପ୍ରୋପରାଇଟରମଏସଏମଇ ପଂଜିକରଣରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ରିଟେଲ ଓ ହୋଲସୋଲ ବ୍ୟବସାୟୀଶିଳ୍ପ ମନ୍ତ୍ରୀ ନୀତିନ ଗଡକାରୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami