୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ: ୯୩ ବର୍ଷ ବୟସରେ ପିଏଚ୍‌ଡ଼ି ଡ଼ିଗ୍ରୀ ହାସଲ କଲେ ବୃଦ୍ଧା । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । ଆପଣ ଭାବୁଥିବେ ଶଯ୍ୟାରେ ବିଶ୍ରାମ ନେବା ବୟସରେ ପୁଣି ପିଏଚଡ଼ି ଡ଼ିଗ୍ରୀ ହାସଲ । ଘଟଣାଟି ସମ୍ପୂର୍ଣ୍ଣ ସତ । ହାଇଦ୍ରାବାଦର ଜଣେ ବୃଦ୍ଧା ଏପରି କରି ଚର୍ଚ୍ଚାକୁ ଆସିଛନ୍ତି । ତାହା କେବଳ ସମ୍ଭବ ହୋଇପାରିଛି ତାଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ।

ପାଠପଢାରେ କଟୁଥିଲା ଦିନ

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ । ସେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୧୯୯୦ରେ ଅବସର ନେଇଥିଲେ । ହେଲେ ପାଠପଢ଼ା ପ୍ରତି ଆଗ୍ରହ କମି ନ ଥିଲା । ସେ ଅଧିକାଂଶ ସମୟ ବିଭିନ୍ନ ବହି ପଢିବାରେ ସମୟ କାଟୁଥିଲେ । ସେ ନିଜର ଅଧ୍ୟୟନ ଜାରି ରଖିଥିବା ବେଳେ ଇଂରାଜୀରେ ପିଏଚ୍‌ଡ଼ିି କରିବାକୁ ଇଚ୍ଛା ରଖିଥିଲେ । ଶେଷରେ ତାଙ୍କର ଇଛା ପୂରଣ କରି ଦେଖାଇଛନ୍ତିି । ୯୩ ବର୍ଷରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଛନ୍ତି ।

ଓସମାନିଆ ବିଶ୍ୱବିଦ୍ୟାଳୟରେ କରିଛନ୍ତି ପିଏଚ୍‌ଡ଼ି

ରେଭାଥୀ ଇଂରାଜୀ ବ୍ୟାକରଣ, ବର୍ଣ୍ଣମାଳା ଏବଂ ଶବ୍ଦ ଗଠନ ପରି ବିଷୟ ଉପରେ ଗବେଷଣା କରିଛନ୍ତି । ସଫଳତାର ସହିତ ପିଏଚ୍‌ଡି ସମାପ୍ତ କରିଛନ୍ତି । ମଙ୍ଗଳବାର ଓସମାନିଆ ବିଶ୍ୱବିଦ୍ୟାଳୟରେ ୮୩ତମ ସ୍ନାତକୋତ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଭାଥୀଙ୍କୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି । ତେବେ ଓସମାନିଆ ବିଶ୍ୱବିଦ୍ୟାଳୟର ୮୩ତମ ସମାରୋହରେ ୧୦୨୪ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା ।

93 years old woman completed phdosmania university
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami