୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏରୋମାଂଚ ନଥାଏ । କାରଣ ଏଠି କିଏ ଯିତିବ ଜଣା ଅଛି । ଶେଖର ଗୁପ୍ତାଙ୍କ ଏହି ପଦୁଟିଏ କଥା ବୁଝାଏ ଓଡ଼ିଶା ରାଜନୀତି ଓ ସେହି ରାଜନୀତିରେ ବିଜେଡିର ଶକ୍ତି ଓ ବର୍ଚ୍ଚସ୍ୱ କେତେ । ଗଲା ୨୧ ବର୍ଷ ଧରି ଓଡ଼ିଶା ରାଜନୀତିର କେନ୍ଦ୍ରରେ ଗୋଟିଏ ଦଳ ଓ ଜଣେ ନେତା ରହି ଆସିଛନ୍ତି । ଉଭୟ ନେତା ଓ ଦଳର ବୟସ ମଧ୍ୟ ସମାନ । ନେତା ଯଦି ୨୫ ବର୍ଷ ତଳେ ରାଜନୀତିକୁ ଆସିଥିଲେ ତେବେ ଦଳ ମଧ୍ୟ ୨୫ ବର୍ଷ ତଳେ ଗଠିତ ହୋଇଥିଲା । ସେହି ଦଳ ଓ ନେତା କିଏ ତାହା ଆଗରୁ ଆମେ କହି ସାରିଛୁ ।

ଗୋଟିଏ ଦଳ ଯାହା ଗଠନର ୪ ବର୍ଷ ପରେ କ୍ଷମତା ଦଖଲ କରେ ..

ବିଜେଡିର ଗଠନ ଡିସେମ୍ବର ୨୬, ୧୯୯୭ରେ ହୁଏ । ଦଳ ଗଠନର ମାତ୍ର ୪ ବର୍ଷ ପରେ ବିଜେଡି ଓଡ଼ିଶା କ୍ଷମତା ଦଖଲ କରେ । ସେହି ୪ ବର୍ଷର ଶିଶୁ ଏେ ୨୫ ବର୍ଷର ଯୁବକ । ଗୋଟିଏ ଦଳ ପାଇଁ ୨୫ ବର୍ଷ ବଡ଼ କଥା ନୁହେଁ । ଏହାର ଉଦାହରଣ ହେଉଛି ଭାରତୀୟ ଜାତୀୟ କଂଗ୍ରେସ୧୨୫ରୁ ଅଧିକ ବର୍ଷର ପୁରୁଣା ଦଳ । କିନ୍ତୁ ବଡ଼ କଥା ହେଉଛି ଦେଶ ଓ ରାଜ୍ୟ ରାଜନୀତିରେ ତଥା ଲୋକଙ୍କ ମଧ୍ୟରେ ଦଳର ଗ୍ରହଣୀୟତା କେତେ ରହିଛି । ଏହି ଦୁଇଟି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବିଜେଡି ଗଲା ୨୫ ବର୍ଷ ଧରି ଓଡ଼ିଶା ରାଜନୀତିରେ କେନ୍ଦ୍ର ବିନ୍ଦୁରେ ରହି ଆସିଛି । ଲୋକଙ୍କ ଭିତରେ ଦଳର ଗ୍ରହଣିୟତା କେତେ ତାହା ୫ ଟି ନିର୍ବାଚନରେ ଦଳର କ୍ରମାଗତ ବିଜୟରୁ ଜଣା ପଡ଼ୁଛି ।

ବିରୋଧୀ ଥଳକୁଳ ପାଉନାହାନ୍ତି

ବିଜେଡିର ପ୍ରତିଷ୍ଠା ଦିବସରେ ବିଧାୟକ ପ୍ରଣବ ପ୍ରକାଶ ଦାସ ରବିବାର ଦିନ କହିଛନ୍ତି ଯେ, ଜଣେ ଲୋକଙ୍କ ପାଇଁ ବିରୋଧୀ ରାତିରେ ଶୋଇ ପାରୁନାହାନ୍ତି କିନ୍ତୁ ଆମେ ଆରାମରେ ଶୋଉଛୁ । ଏଠି ସେହି ଜଣେ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ ଓ ବିରୋଧୀ ହେଉଛନ୍ତି କଂଗ୍ରେସ ତଥା ବିଜେପିନବୀନ ଓ ବିଜେଡି ବାକି ବିରୋଧୀଙ୍କ ପାଇଁ ଏମିତି ଗୋଟିଏ ଅବୁଝା କୁହୁକ ଅଙ୍କ ଯାହାର ସମାଧାନ ସୂତ୍ର ସେମାନେ ଗତ ୨୦ ବର୍ଷ ଭିତରେ ଖୋଜି ପାଇ ନାହାନ୍ତି । ପ୍ରତି ନିର୍ବାଚନ ଆସିଲେ ବିରୋଧୀ ତୁମ୍ଭିତୋଫାନ କରନ୍ତିକିଏ ୧୨୦ ପ୍ଲସର ନାରା ଦିଏ ତ’ କିଏ ଆଉ କିଛି । ଏତେ ସତ୍ୱେ ମଧ୍ୟ ସେମାନେ ବିଜେଡିକୁ ଦୋହଲାଇ ପାରିନାହାନ୍ତି । ମୋଦି ଯୁଗରେ ମଧ୍ୟ ନବୀନ ଓ ବିଜେଡି ଅପରାଜେୟ ହୋଇ ରହିଛିମୋଦି ପଶ୍ଚିମ ବଙ୍ଗକୁ ଧୁଆଁଧାର ଗସ୍ତ କରି ଦିଦିଙ୍କୁ ଡରାଇ ଦେଇ ପାରନ୍ତି । ଦିଦି ବିଚଳିତ ହୋଇ ପଡନ୍ତିଅବଶ୍ୟ ଦିଦି ଜିତନ୍ତି କିନ୍ତୁ ଖୁବ୍ ଖେଳ ପରେକିନ୍ତୁ ସେହି ମୋଦି ଓ ଶାହାଙ୍କ ଗସ୍ତ ଓଡ଼଼ିଶା ରାଜନୀତି ଉପରେ କିଛି ମଧ୍ୟ ପ୍ରଭାବ ପକାଇବାରେ ସଫଳ ହୁଏନା । ସତ ହେଉଛି ବିରୋଧୀ ବିଜେଡିକୁ ଚେକମେଟ୍ କରିବାକୁ କୌଣସି ରାସ୍ତା ଗଲା ୨୦ ବର୍ଷ ଭିତରେ ବାହାର କରି ପାରିନାହାନ୍ତି ।

ତେବେ ବିଜେଡି ଅପରାଜେୟ କାହିଁକି ?

ଫାଇଭ୍ ଏସ୍ ହେଉଛି ବିଜେଡିର ସଫଳତାର ରହସ୍ୟବିଜେଡି ସରକାରର ସଫଳତା ପାଇଁ ଯଦି ଫାଇଭ୍ ଟି ଦାୟୀ ତେବେ ବିଜେଡି ଦଳର ସଫଳତା ପଛରେ ଅଛି ଫାଇଭ୍ ଏସ । ପ୍ରଥମ ଏସ୍ ହେଉଛି ସ୍ଥିରତା । ଦଳର ଉପର ମହଲରେ ସ୍ଥିରତା ପାଇଁ ଦଳ ଏକରକମ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦ୍ୱିତୀୟ ଏସ ହେଉଛି- ସ୍କିମ୍ସ ବା ଯୋଜନା । ବିଜେଡି ସାଧାରଣ ଭୋଟରଙ୍କ ପାଇଁ ଯେଉଁ ସବୁ ଯୋଜନା ତିଆରି କରିଛି ଓ କରୁଛି ତାହା ତାକୁ ଲୋକଙ୍କ ନିକଟତର କରାଇଛି । ତୃତୀୟ ଏସ୍ ହେଉଛି ସଲିଡାରିଟି ବା ଏକତା । ସମାଜର ଦୁର୍ବଳ ଶ୍ରେଣୀ ସହିତ ଦଳ ଓ ସରକାର ଯେମିତି ସାଥ୍ ଦେଉଛନ୍ତି ତାହା ମଧ୍ୟ ଦଳର ଲୋକପ୍ରିୟତାର ଆଉ ଗୋଟିଏ କାରଣ । ଚତୁର୍ଥ ଏସ ହେଉଛି ସକ୍ ଥେରାପି । ଅର୍ଥାତ ଦଳ ଭିତରେ ବିଶୃଙ୍ଖଳା ହେଉ କି ସରକାରୀ ସ୍ତରରେ ବିଶୃଙ୍ଖଳିତଙ୍କ ବିରୋଧରେ ଦଳ ଯେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ବିଜେଡିର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିଛି । ପଂଚମ ଏସ୍ ହେଉଛି ଏସଏଚଜିଏସଏଚଜି ଗ୍ରୁପଙ୍କୁ ସରକାର ଯେଉଁଭଳି ସାହାଯ୍ୟ କରୁଛନ୍ତି ତା’ଦ୍ୱାରା ଦଳର ଶକ୍ତି ମଧ୍ୟ ବଢିଛି

25th anniversary bjd5S5Tbiju janata dalbjdbjd at 25bjd formed december 26 - 1997bjd foundation daybjd govt successbjd vs bjpbjd vs congressconsistentindian national congressMLA Pranab prakash dasmodis eranaveen and bjd unbeatable in modis eranaveen patnaiknaveen patnaik vs bjp vs congressodisha bjpodisha congressOdisha electionsschemes or development projectsSenior journalist Shekhar GuptaSHG groupsshock therapysleepless nights for the oppositionssolidarity or unityUnbelievable numbers for political analystsଓଡ଼ିଶା ନିର୍ବାଚନଚତୁର୍ଥ ଏସ ହେଉଛି ସକ୍ ଥେରାପିତୃତୀୟ ଏସ୍ ହେଉଛି ସଲିଡାରିଟି ବା ଏକତାଦ୍ୱିତୀୟ ଏସ ହେଉଛି- ସ୍କିମ୍ସ ବା ଯୋଜନାନବୀନ ଓ ବିଜେଡି ଅପରାଜେୟନବୀନ ପଟ୍ଟନାୟକନବୀନ ପଟ୍ଟନାୟକ ଓ ବିରୋଧୀ ହେଉଛନ୍ତି କଂଗ୍ରେସ ତଥା ବିଜେପିପଂଚମ ଏସ୍ ହେଉଛି ଏସଏଚଜିପ୍ରଥମ ଏସ୍ ହେଉଛି ସ୍ଥିରତାଫାଇଭ୍ ଏସ୍ଫାଇଭ୍ ଟିବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାବିଜୁ ଜନତା ଦଳବିଜେଡିବିଜେଡି ସରକାରର ସଫଳତାବିଜେଡିର ଗଠନ ଡିସେମ୍ବର ୨୬-୧୯୯୭ବିଜେଡିର ପ୍ରତିଷ୍ଠା ଦିବସବିଧାୟକ ପ୍ରଣବ ପ୍ରକାଶ ଦାସବିରୋଧୀ ରାତିରେ ଶୋଇ ପାରୁନାହାନ୍ତିଭାରତୀୟ ଜାତୀୟ କଂଗ୍ରେସମୋଦି ଯୁଗରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami