୨୫ ପାହଚ ପରେ ବିଜେଡି, ବିରୋଧିଙ୍କ ପାଖରେ ନାହିଁ କାଟ

Above Post Content

ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡି ଜାତୀୟ ଗଣମାଧ୍ୟମଙ୍କ ପାଇଁ ଗୋଟିଏ କେସ୍ ଷ୍ଟଡି୨ ହଜାର ମସିହା ପରଠାରୁ ନବୀନ ନାମକ କିମ୍ବଦନ୍ତି ସହିତ ବିଜୁ ଜନତା ଦଳ ମଧ୍ୟ ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକଙ୍କ ପାଇଁ ଅବୁଝା ଅଙ୍କ ହୋଇ ରହିଯାଇଛି । ଏହା ନିକଟରେ ଓଡ଼ିଶା ଆସିଥିବା ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କ କଥନରୁ ଜଣା ପଡେ । ଶେଖର କହିଥିଲେ ଯେ, ଓଡ଼ିଶା ନିର୍ବାଚନରେ ଥ୍ରିଲ୍ ନଥାଏରୋମାଂଚ ନଥାଏ । କାରଣ ଏଠି କିଏ ଯିତିବ ଜଣା ଅଛି । ଶେଖର ଗୁପ୍ତାଙ୍କ ଏହି ପଦୁଟିଏ କଥା ବୁଝାଏ ଓଡ଼ିଶା ରାଜନୀତି ଓ ସେହି ରାଜନୀତିରେ ବିଜେଡିର ଶକ୍ତି ଓ ବର୍ଚ୍ଚସ୍ୱ କେତେ । ଗଲା ୨୧ ବର୍ଷ ଧରି ଓଡ଼ିଶା ରାଜନୀତିର କେନ୍ଦ୍ରରେ ଗୋଟିଏ ଦଳ ଓ ଜଣେ ନେତା ରହି ଆସିଛନ୍ତି । ଉଭୟ ନେତା ଓ ଦଳର ବୟସ ମଧ୍ୟ ସମାନ । ନେତା ଯଦି ୨୫ ବର୍ଷ ତଳେ ରାଜନୀତିକୁ ଆସିଥିଲେ ତେବେ ଦଳ ମଧ୍ୟ ୨୫ ବର୍ଷ ତଳେ ଗଠିତ ହୋଇଥିଲା । ସେହି ଦଳ ଓ ନେତା କିଏ ତାହା ଆଗରୁ ଆମେ କହି ସାରିଛୁ ।

ଗୋଟିଏ ଦଳ ଯାହା ଗଠନର ୪ ବର୍ଷ ପରେ କ୍ଷମତା ଦଖଲ କରେ ..

After 2nd paragraph post ads

ବିଜେଡିର ଗଠନ ଡିସେମ୍ବର ୨୬, ୧୯୯୭ରେ ହୁଏ । ଦଳ ଗଠନର ମାତ୍ର ୪ ବର୍ଷ ପରେ ବିଜେଡି ଓଡ଼ିଶା କ୍ଷମତା ଦଖଲ କରେ । ସେହି ୪ ବର୍ଷର ଶିଶୁ ଏେ ୨୫ ବର୍ଷର ଯୁବକ । ଗୋଟିଏ ଦଳ ପାଇଁ ୨୫ ବର୍ଷ ବଡ଼ କଥା ନୁହେଁ । ଏହାର ଉଦାହରଣ ହେଉଛି ଭାରତୀୟ ଜାତୀୟ କଂଗ୍ରେସ୧୨୫ରୁ ଅଧିକ ବର୍ଷର ପୁରୁଣା ଦଳ । କିନ୍ତୁ ବଡ଼ କଥା ହେଉଛି ଦେଶ ଓ ରାଜ୍ୟ ରାଜନୀତିରେ ତଥା ଲୋକଙ୍କ ମଧ୍ୟରେ ଦଳର ଗ୍ରହଣୀୟତା କେତେ ରହିଛି । ଏହି ଦୁଇଟି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବିଜେଡି ଗଲା ୨୫ ବର୍ଷ ଧରି ଓଡ଼ିଶା ରାଜନୀତିରେ କେନ୍ଦ୍ର ବିନ୍ଦୁରେ ରହି ଆସିଛି । ଲୋକଙ୍କ ଭିତରେ ଦଳର ଗ୍ରହଣିୟତା କେତେ ତାହା ୫ ଟି ନିର୍ବାଚନରେ ଦଳର କ୍ରମାଗତ ବିଜୟରୁ ଜଣା ପଡ଼ୁଛି ।

Middle post content

ବିରୋଧୀ ଥଳକୁଳ ପାଉନାହାନ୍ତି

ବିଜେଡିର ପ୍ରତିଷ୍ଠା ଦିବସରେ ବିଧାୟକ ପ୍ରଣବ ପ୍ରକାଶ ଦାସ ରବିବାର ଦିନ କହିଛନ୍ତି ଯେ, ଜଣେ ଲୋକଙ୍କ ପାଇଁ ବିରୋଧୀ ରାତିରେ ଶୋଇ ପାରୁନାହାନ୍ତି କିନ୍ତୁ ଆମେ ଆରାମରେ ଶୋଉଛୁ । ଏଠି ସେହି ଜଣେ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ ଓ ବିରୋଧୀ ହେଉଛନ୍ତି କଂଗ୍ରେସ ତଥା ବିଜେପିନବୀନ ଓ ବିଜେଡି ବାକି ବିରୋଧୀଙ୍କ ପାଇଁ ଏମିତି ଗୋଟିଏ ଅବୁଝା କୁହୁକ ଅଙ୍କ ଯାହାର ସମାଧାନ ସୂତ୍ର ସେମାନେ ଗତ ୨୦ ବର୍ଷ ଭିତରେ ଖୋଜି ପାଇ ନାହାନ୍ତି । ପ୍ରତି ନିର୍ବାଚନ ଆସିଲେ ବିରୋଧୀ ତୁମ୍ଭିତୋଫାନ କରନ୍ତିକିଏ ୧୨୦ ପ୍ଲସର ନାରା ଦିଏ ତ’ କିଏ ଆଉ କିଛି । ଏତେ ସତ୍ୱେ ମଧ୍ୟ ସେମାନେ ବିଜେଡିକୁ ଦୋହଲାଇ ପାରିନାହାନ୍ତି । ମୋଦି ଯୁଗରେ ମଧ୍ୟ ନବୀନ ଓ ବିଜେଡି ଅପରାଜେୟ ହୋଇ ରହିଛିମୋଦି ପଶ୍ଚିମ ବଙ୍ଗକୁ ଧୁଆଁଧାର ଗସ୍ତ କରି ଦିଦିଙ୍କୁ ଡରାଇ ଦେଇ ପାରନ୍ତି । ଦିଦି ବିଚଳିତ ହୋଇ ପଡନ୍ତିଅବଶ୍ୟ ଦିଦି ଜିତନ୍ତି କିନ୍ତୁ ଖୁବ୍ ଖେଳ ପରେକିନ୍ତୁ ସେହି ମୋଦି ଓ ଶାହାଙ୍କ ଗସ୍ତ ଓଡ଼଼ିଶା ରାଜନୀତି ଉପରେ କିଛି ମଧ୍ୟ ପ୍ରଭାବ ପକାଇବାରେ ସଫଳ ହୁଏନା । ସତ ହେଉଛି ବିରୋଧୀ ବିଜେଡିକୁ ଚେକମେଟ୍ କରିବାକୁ କୌଣସି ରାସ୍ତା ଗଲା ୨୦ ବର୍ଷ ଭିତରେ ବାହାର କରି ପାରିନାହାନ୍ତି ।

ତେବେ ବିଜେଡି ଅପରାଜେୟ କାହିଁକି ?

ଫାଇଭ୍ ଏସ୍ ହେଉଛି ବିଜେଡିର ସଫଳତାର ରହସ୍ୟବିଜେଡି ସରକାରର ସଫଳତା ପାଇଁ ଯଦି ଫାଇଭ୍ ଟି ଦାୟୀ ତେବେ ବିଜେଡି ଦଳର ସଫଳତା ପଛରେ ଅଛି ଫାଇଭ୍ ଏସ । ପ୍ରଥମ ଏସ୍ ହେଉଛି ସ୍ଥିରତା । ଦଳର ଉପର ମହଲରେ ସ୍ଥିରତା ପାଇଁ ଦଳ ଏକରକମ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଦ୍ୱିତୀୟ ଏସ ହେଉଛି- ସ୍କିମ୍ସ ବା ଯୋଜନା । ବିଜେଡି ସାଧାରଣ ଭୋଟରଙ୍କ ପାଇଁ ଯେଉଁ ସବୁ ଯୋଜନା ତିଆରି କରିଛି ଓ କରୁଛି ତାହା ତାକୁ ଲୋକଙ୍କ ନିକଟତର କରାଇଛି । ତୃତୀୟ ଏସ୍ ହେଉଛି ସଲିଡାରିଟି ବା ଏକତା । ସମାଜର ଦୁର୍ବଳ ଶ୍ରେଣୀ ସହିତ ଦଳ ଓ ସରକାର ଯେମିତି ସାଥ୍ ଦେଉଛନ୍ତି ତାହା ମଧ୍ୟ ଦଳର ଲୋକପ୍ରିୟତାର ଆଉ ଗୋଟିଏ କାରଣ । ଚତୁର୍ଥ ଏସ ହେଉଛି ସକ୍ ଥେରାପି । ଅର୍ଥାତ ଦଳ ଭିତରେ ବିଶୃଙ୍ଖଳା ହେଉ କି ସରକାରୀ ସ୍ତରରେ ବିଶୃଙ୍ଖଳିତଙ୍କ ବିରୋଧରେ ଦଳ ଯେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ବିଜେଡିର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିଛି । ପଂଚମ ଏସ୍ ହେଉଛି ଏସଏଚଜିଏସଏଚଜି ଗ୍ରୁପଙ୍କୁ ସରକାର ଯେଉଁଭଳି ସାହାଯ୍ୟ କରୁଛନ୍ତି ତା’ଦ୍ୱାରା ଦଳର ଶକ୍ତି ମଧ୍ୟ ବଢିଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami