ଆଦିପୁରୁଷକୁ ନେଇ ହାଇକୋର୍ଟଙ୍କ ଭର୍ତ୍ସନା,କୋରାନ ଉପରେ ଡକ୍ୟୁମେଣ୍ଟ୍ରି କରି ପାରିବ କି

Above Post Content

ଫିଲ୍ମ ନାମରେ କୌଣସି ଧର୍ମର ଅପମାନକୁ ଆହ୍ଲାବାଦ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। ଶୁକ୍ରବାର ଦିନ ହାଇକୋର୍ଟ ଫିଲ୍ମ ଆଦିପୁରୁଷର କିଛି ସିନ୍ ବାଦ ଦେବା ନେଇ ଦାଏର ମାମଲାର ଶୁଣାଣି କାଳରେ ସେନସର ବୋର୍ଡକୁ କଟୁ ସମାଲୋଚନା କରିଛନ୍ତି। ଏଭଳି ଫିଲ୍ମକୁ କେମିତି ସାର୍ଟିଫିକେଟ୍ ମିଳିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସହିତ ହାଇକୋର୍ଟ୍ ପଚାରିଛନ୍ତି ଯେ, କୋରାନ ଉପରେ ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ବିନା ବିରୋଧରେ କେହି ତିଆରି କରିପାରିବେ କି

ବୁଧବାର ଦିନ ମାମଲାର ଶୁଣାଣି କାଳରେ ହାଇକୋର୍ଟ ବେଂଚ କହିଥିଲେ ଯେ,ଯେଉଁ ରାମାୟଣର ଚରିତ୍ର ମାନଙ୍କୁ ପୂଜା କରାଯାଏ ସେମାନଙ୍କୁ ଥଟ୍ଟା ଉଡାଯାଇ ଫିଲ୍ମରେ ଦେଖାଯାଇଛି। ଏଭଳି ଫିଲ୍ମକୁ କେମିତି ସେନ୍ସର ବୋର୍ଡ୍ ପାସ୍ କରିପାରିଲାଫିଲ୍ମକୁ ସାର୍ଟିଫିକେଟ୍ ମିଳିବା ଏକ ବିରାଟ ଭୁଲଫିଲ୍ମର ପ୍ରଡ୍ୟୁସରମାନଙ୍କ ଲକ୍ଷ୍ଯ କେବଳ ଆୟ କରିବା କାରଣ ଫିଲ୍ମ ହିଟ୍ ହୁଏ

After 2nd paragraph post ads
Middle post content

ଯଦି ଆପଣ କୋରାନ ଉପରେ ଏହିଭଳି ଗୋଟିଏ ଛୋଟିଆ ଡକ୍ୟୁମେଣ୍ଟ୍ରି ମଧ୍ଯ ବନାଇ ଦେବେ,ଯେଉଁଥିରେ ଭୁଲ ଜିନିସ ଦର୍ଶାଯାଇଥିବ ତେବେ ଆପଣ ଜାଣିଯିବେ ଆପଣଙ୍କ ସହିତ କଣ ହେବ। ଆପଣଙ୍କୁ କୋରାନ,ବାଇବେଲକୁ ମଧ୍ଯ ଛୁଇଁବା କଥା ନୁହେଁ।ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ, କୌଣସି ଧର୍ମକୁ ଛୁଆଁ ନଯାଉ।

ଏହା ସହିତ ହାଇକୋର୍ଟ ଭାରତ ସରକାରଙ୍କ ଡେପୁଟି ସଲିସେଟର ଜେନରାଲଙ୍କୁ ପଚାରିଥିଲେ ଯେ,ଫିଲ୍ମକୁ ଯେଉଁ ସାର୍ଟିଫିକେଟ୍ ଜାରି କରାଯାଇଛି ତାକୁ କଣ ରଦ୍ଦ କରାଯାଇ ପାରିବ ନାହିଁ।ମାମଲାର ଶୁଣାଣି କାଳରେ ଅମିର ଖାନଙ୍କ ପିକେ ଫିଲ୍ମର ନାମ ନନେଇ ବିଚାରପତି କହିଥିଲେ ଯେ, ମୁଁ ଏଭଳି ଗୋଟିଏ ଫିଲ୍ମ ଦେଖିଛି ଯେଉଁଥିରେ ଭଗବାନ ଶିବଙ୍କୁ ତ୍ରିଶୂଳ ନେଇ ଦୌଡ଼ୁଛନ୍ତି। ଏବେ କଣ ଏସବୁ ଦେଖିବାକୁ ପଡ଼ିବ ବୋଲି ବିଚାରପତି ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ମାମଲାର ଶୁଣାଣି କାଳରେ ବେଂଚ୍ ସିନେମା ହଲରେ ଆଦିପୁରୁଷ ବନ୍ଦ କରିବା ପାଇଁ କିଛି ଲୋକ ଦାବି କରୁଥିବା ଭିଡିଓ ଉପରେ ମଧ୍ୟ ଟିପ୍ପଣୀ କରିଥିଲେବେଂଚ୍ କହିଥିଲେ ଯେ,ହିନ୍ଦୁଙ୍କ ସହନଶୀଳତାର ପରିକ୍ଷା କାହିଁକି ନିଆଯାଉଛି। ବେଳା ଭଲ ସେମାନେ(ହିନ୍ଦୁ)ଆଇନକୁ ହାତକୁ ନେଇ ନାହାନ୍ତି। ଆବେଦନକାରୀଙ୍କୁ ଚାପି ଦେବା ଠିକ ହେବ ନାହିଁ। ଏହା ଭଲ ଯେ, ଫିଲ୍ମ ଏଭଳି ଗୋଟିଏ ଧର୍ମ ବାବଦରେ ଯାହାକୁ ମାନୁଥିବା ଲୋକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିନାହାନ୍ତି। ଆମେ ନ୍ୟୁଜରେ ଦେଖିଛୁ ଯେ, କିଛି ଲୋକ ଗୋଟିଏ ସିନେମା ହଲରେ ପସି ଫିଲ୍ମ ବନ୍ଦ କରିବାକୁ ଦାବି କରୁଛନ୍ତି। ସେମାନେ ଆହୁରି ଅଧିକ କିଛି କରିପାରିଥାନ୍ତି। ଆବେଦନକାରୀ କେବଳ ପବ୍ଲିସିଟି ପାଇଁ ମାମଲା ଦାଏର କରିଛନ୍ତି ବୋଲି ପ୍ରତିପକ୍ଷ ଓକିଲଙ୍କ ଦାବିକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ ଯେ, ମାମଲାରେ ଦମ ଅଛି। ସେ ପବ୍ଲିସିଟି ପାଇଁ ଜନହିତ ମାମଲା ଦାଏର କରି ନାହାନ୍ତି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami