ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି

Above Post Content

ଭୁବନେଶ୍ୱର : ସବୁ ପ୍ଲାନ ଫେଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଓଡ଼ିଶାବାସୀ ଗ୍ରହଣ କରିବେନି

After 2nd paragraph post ads

ପାଣ୍ଡିଆନ କହିଛନ୍ତି ଯେ, ସବୁବେଳେ ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧକ ସାଜିଥିଲା । ସେମାନେ କଣ କରିଛନ୍ତି ପ୍ରଶ୍ନ ହେବାରୁ ଗୋଲ ପୋଷ୍ଟ ଚେଞ୍ଜ କଲେ । ଅପପୃଷ୍ଠି,ଭିତ୍ତିଭୂମୀ ଆଦି କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ଅଛି ବୋଲି କହୁଥିଲେ । ସତ ସାମ୍ନାକୁ ଆସିବା ପରେ ସେମାନେ ଚୁପ୍ ରହିଲେ । କାରଣ ଗୁଜୁରାଟ ଏ କ୍ଷେତ୍ରରେ ବହୁ ପଛରେ ଥିବା ବେଳେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି । ୪୦ ବର୍ଷ ହେବ ରତ୍ନ ଭଣ୍ଡାର ଖୋଲାଯାଇନାହିଁ । ବିଜେପି ତାହାକୁ ପ୍ରସଙ୍ଗ କରିଥିଲା । ମୁଖ୍ୟମନ୍ତ୍ରୀ ତାହାକୁ ଲୁଚାଇ ବାର କୌଣସି କାରଣ ନାହିଁ । ହାଇକୋର୍ଟର ନିର୍ଦ୍ଦେଶରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ସତ ସାମ୍ନାକୁ ଆସିବା ପରେ ବିଜେପିର ମୁଣ୍ଡ ଗୋଲ ହୋଇଗଲା । ଏହା ବିଜେପି ନିଜର ଷ୍ଟ୍ରାଟେଜି ପରିବର୍ତ୍ତନ କଲା । ସବୁ ରାଜ୍ୟରେ ବ୍ୟକ୍ତିଗତ ଆକ୍ଷେପ କରେ ବିଜେପି । ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ବିଜେପିର ଷ୍ଟାଣ୍ଡାର୍ଡ ଫର୍ମୁଲା । ଓଡିଶାବାସୀ କେବେ ବି ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ୍ ରହିବେ ହେଲେ ଭୋଟରେ ଦେଖାଇବେ ବୋଲି ପାଣ୍ଡିଆନ କହିଛନ୍ତି ।

Middle post content

ବିଜୁ ବାବୁଙ୍କୁ ଭାରତରତ୍ନ ନ ମିଳିବା ଦୁଃଖର ବିଷୟ

ଏଥି ସହିତ ମହାନଦୀ ପ୍ରସଙ୍ଗରେ ଏକ ପାଖିଆ ନିଷ୍ପତ୍ତି ନେଇଥିବା କେନ୍ଦ୍ର ସରକାର ଓ ରାଜ୍ୟର କେନ୍ଦ୍ରମନ୍ତ୍ରୀ କିପରି ଛତିଶଗଡ ସାଙ୍ଗରେ ହାତ ମିଶାଇ ଓଡ଼ିଶା ବିରୋଧରେ କାମ କଲେ । ଏହାକୁ ଓଡିଶାବାସୀ କେବେ ଭୁଲି ପାରିବେନି । ବିଜୁ ପଟ୍ଟନାୟକ ଓଡ଼ିଶାର ପରିଚୟ । ବିଜୁବାବୁଙ୍କ ପରୀ ଜଣେ ମହାନ୍ ନେତାଙ୍କୁ ଭାରତ ରତ୍ନ ନ ଦେବା ଦୁଃଖର କଥା । ଏହା ଓଡିଶାବାସୀଙ୍କୁ କଷ୍ଟ ଦେଇଛି । ଓଡିଶାର କଣ ଜଣେ ବି ନାହାଁନ୍ତି ଭାରତରତ୍ନ ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ନବୀନ ପଟ୍ଟନାୟକ ଓଡିଶା ଓ ଭାରତର ଲୋକପ୍ରିୟ ନେତା । ୨୪ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନରେ ଅଧିକରୁ ଅଧିକ ଆସନରେ ବିଜୟ ଲାଭ କରୁଛନ୍ତି । ଏମିତି ଜଣେ ଲୋକପ୍ରିୟ ନେତାଙ୍କୁ ବାହାରୁ ଆସୁଥିବା ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଅଶାଳୀନ ଭାଷାରେ ଗାଳି କରିବା ସହ ଅସମ୍ମାନ କରୁଛନ୍ତି । ତାହାକୁ ଓଡିଶା ବାସି କେବେ ଭୁଲିବେ ନାହିଁ । ନିର୍ବାଚନରେ ବିଜେପି ର ଏହି ୪ଟି ଭୁଲ ସେମାନଙ୍କ ପାଇଁ ବୁମେରାଂ ହୋଇଛି । ଓଡିଶାର ଭାଇ ଓ ଭଉଣୀ ମାନେ ଏହାର ଉଚିତ୍ ଜବାବ ଦେବେ ।

ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ

ଆସନ୍ତା ୪ ତାରିଖ ଦିନ ସବୁ ସ୍ପଷ୍ଟ ହୋଇଯିବ । ତେଣୁ ବିଜେପି ଯେତେ ଗୋଲ ପୋଷ୍ଟ ଚେଞ୍ଜ କଲେ ବି କିଛି ଫରକ୍ ପଡ଼ିବନି । ଓଡ଼ିଶାରେ ବିଜେପିର ସ୍ଥିତି ଭଲ ନାହିଁ । ସେମାନେ ନିଯୁକ୍ତି, ଅଭିବୃଦ୍ଧି, ଦରଦାମ ଆଦି କ୍ଷେତ୍ରରେ କିଛି କହିପାରିବେ ନାହିଁ । ଯାହା ସାଧାରଣ ଜନତାଙ୍କୁ ଛୁଇଁ ପାରିବ । ଓଡ଼ିଶାକୁ କେମିତି ସଶକ୍ତ ରାଜ୍ୟ କରିବେ, ତାହା ଉପରେ କେବେ ବିତର୍କ କରୁ ନାହିଁ ବିଜେପି । ଭୋଟ ଆଦାୟ ପାଇଁ ବିଜେପି ଯେଉଁ ରାଜନୀତି ଓ ରଣନୀତି କରୁଛି ତାହା ସେମାନଙ୍କ ପାଇଁ ବୁମେରାଂ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ସେବା ଭାବେ ଗ୍ରହଣ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଓଡ଼ିଶା ବାସୀ ତାହା ଭଲ ଭାବେ ଜାଣିଛନ୍ତି, ତେଣୁ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami