![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ସୁନ୍ଦରଗଡ: ଦୀର୍ଘ ୬ ବର୍ଷ ପରେ ବନ ବିଭାଗ କ୍ୟାମେରାରେ ଠାବ ହୋଇଛି ବିରଳ କଳା ବାଘ । ସୁରନ୍ଦରଗଡ଼ ଜିଲା ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଠାବ ହୋଇଛି ଏହି ବିରଳ କଳା ବାଘ । ପୂର୍ବରୁ ୨୦୧୮ ମସିହାରେ ଏହି ବାଘକୁ ଠାବ କରାଯାଇଥିଲା । ହେଲେ ସେବେଠାରୁ ଆଉ ଏହି ବାଘର ପତ୍ତା ମିଳି ନ ଥିଲା । ଦୀର୍ଘ ୬ ବର୍ଷ ପରେ ପୁଣି ଥରେ ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । କେବଳ କଳା ବାଘ ନୁହଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ବିରଳ ପ୍ରାଣୀଙ୍କୁ ନେଇ ସମୃଦ୍ଧ ହେଉଛି ଓଡିଶାର ଜଙ୍ଗଲ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବିରଳ ପ୍ରାଣୀଙ୍କୁ ନେଇ ସମୃଦ୍ଧ ହେଉଛି ଓଡିଶାର ଜଙ୍ଗଲ । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଗାଁ ଲୋକ କଳାବାଘକୁ ଦେଖିଥିବା କଥା କହିଛନ୍ତି । ଏହା ବନବିଭାଗ ପାଇଁ ବିରଳ ଉପଲବ୍ଧି ବୋଲି କୁହାଯାଉଛି । ୬ ବର୍ଷ ପରେ କଳାବାଘର ଉପସ୍ଥିତି ପରିବେଶବିଦଙ୍କ ଉକ୍ରଣ୍ଠା ବଢାଇ ଦେଇଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)