ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ

Above Post Content

ଚଳିତ ଟି-୨୦ ବିଶ୍ୱକପ୍‌ରେ ପୁଣିଥରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ । ବ୍ଲାକ୍‌ କ୍ୟାପ୍‌ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ । ମାତ୍ର ୭୫ ରନ୍‌ରେ ଅଲଆଉଟ୍‌ ହୋଇ ଶୋଚନୀୟ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୯ ରନ୍‌ ସ୍କୋର କରିଥିଲା। ଯାହାଫଳରେ ନ୍ୟୁଜିଲାଣ୍ଡ ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଦଳ ମାତ୍ର ୭୫ ରନ୍‌ ସ୍କୋରରେ ଅଲଆଉଟ୍‌ ହୋଇ ଯାଇଥିଲା। ଆଫଗାନିସ୍ତାନ ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳକୁ ପରାଜିତ କରିଛି ଆଫଗାନିସ୍ତାନ।
ରସିଦ୍‌ ଖାନ, ଫଜଲହକ ୪ଟି ଲେଖାଏଁ ୱିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଥିଲେ। ସେହିପରି ପ୍ରଥମ ଇନିଂସରେ ରହମାନୁଲହା ଗୁରବାଜଙ୍କ ୮୦ ଓ ଇବ୍ରାହିମ୍‌ଙ୍କ ୪୧ ରନ୍‌ ସ୍କୋର ଆଫଗାନିସ୍ତାନ ଟିମ୍‌କୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲା।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami