ତାଲିବାନ ଆଗରେ ସରକାରର ଆତ୍ମସମର୍ପଣ, ଲୋକ କହୁଛନ୍ତି ସରକାର ଆମକୁ ବିକ୍ରି କରିଦେଲେ

Above Post Content

ଆଫଗାନିସ୍ତାନର ଦୁଇଟି ବଡ ସହର କାନ୍ଦାହାର ଓ ହେରାତ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସି ସାରିଛି । ଏଣେ ହୁଏତ ଆପଣ ଏହି ରିପୋର୍ଟ ପଢିବା ବେଳକୁ ରାଜଧାନୀ କାବୁଲ ଉପରେ ତାଲିବାନର କବଜା ହୋଇ ସାରିଥିବ । କାରଣ ତାଲିବାନ କାବୁଲର ଦୁଆର ମୁହଁରେ ପହଞ୍ଚି ସାରିଥିବା ବେଳେ ରାଷ୍ଟ୍ରପତି ଅଶରଫ ଗନି ପରିବାର ସହିତ ଦେଶ ଛାଡିବାକୁ ପ୍ରସ୍ତୁତ ହେଲେଣି ବୋଲି ଶୁଣିବାକୁ ମିଳୁଛି । କାବୁଲ ଜନତା ତାଲିବାନ ଡରରେ ଥରହର ହେଉଥିବା ବେଳେ କାନ୍ଦାହାର ଓ ହେରାତର ନାଗରିକ ନିଜ ସରକାରକୁ ଅଭିଶାପ ଦେଉଛନ୍ତି । ଏହି ଦୁଇ ସହରର ବାସିନ୍ଦା ବିଶ୍ୱାସ କରି ପାରୁନାହାନ୍ତି ଯେ, ଦେଶର ସେନା ଓ ସରକାର ସେମାନଙ୍କୁ ଏମିତି ତାଲିବାନ ଦୟାରେ ଛାଡିପାରେ । ସରକାର ଏମିତି ତାଲିବାନ ଆଗରେ ଆତ୍ମସମର୍ପଣ କରିବା ସେମାନଙ୍କ ପାଇଁ ଅବିଶ୍ୱସନୀୟ । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଅଲ ଜଜିରାକୁ ଫୋନ୍ ଯୋଗେ ଦେଇଥିବା ସାକ୍ଷାତକାରରେ ଜଣେ ମହିଳା କହିଛନ୍ତି ଯେ, ତାଲିବାନକୁ ରୋକିବା ପାଇଁ ସରକାର କୌଣସି ଚେଷ୍ଟା କରିନଥିଲେ, ସରକାର ପ୍ରକୃତରେ ଆମକୁ ତାଲିବାନକୁ ବିକ୍ରି କରିଦେଇଛନ୍ତି

ତାଲିବାନକୁ ବିକ୍ରି କରିଦେଇଛନ୍ତି

After 2nd paragraph post ads

ମହିଳା ଜଣକ କହିଛନ୍ତି ଯେ, ମୁଁ କେବେ ମଧ୍ୟ ଭାବିନଥିଲି ଯେ, କାନ୍ଦାହର ଏତେ ସହଜରେ ପରାଜୟ ସ୍ୱୀକାର କରିବ । ହେରାତର ଜଣେ ତାଲିବାନ ବିରୋଧୀ ବିଦ୍ରୋହୀ ମଧ୍ୟ ସମାନ ମତ ରଖିଛନ୍ତି । ସେ କହିଛନ୍ତି ଯେ, ସତ ହେଉଛି ସବୁ ସ୍ଥାନକୁ ତାଲିବାନ ହାତକୁ ଟେକି ଦିଆଯାଉଛି, କାବୁଲ ଓ ମଜାର-ଏ-ସରିଫର ପରବର୍ତ୍ତି ଟାର୍ଗେଟ୍ ହେବେ । ଅଲ ଜଜିରା ଅନୁସାରେ ଅଗଷ୍ଟ ୬ ତାରିଖ ପରଠାରୁ ମାତ୍ର ୮ଦିନରେ ତାଲିବାନ ଆଫଗାନିସ୍ତାନର ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୮ ଉପରେ କବଜା କରି ସାରିଛି ।

ଦୁଇଟି ବଡ଼ ସହର ତାଲିବାନ କବଜାରେ

Middle post content

ତାଲିବାନ ହାତରେ ପ୍ରଥମ ପ୍ରାଦେଶିକ ରାଜଧାନୀ ପଡିବା ପରଠାରୁ ରାଷ୍ଟ୍ରପତି ଅଶରଫ ଗନି କିମ୍ବା ସରକାରର କୌଣସି ବଡ ଅଧିକାରୀ ପ୍ରାଦେଶିକ ରାଜଧାନୀର ପତନ ବାବଦରେ ପଦୁଟିଏ ମଧ୍ୟ କହିନାହାନ୍ତି । ତାଲିବାନର ବିଜୟକୁ ନେଇ ସରକାର ଚୁପ ଥିବା ବେଳେ ଗୁରୁବାର ଦିନ ତାଲିବାନ କାନ୍ଦାହର ଓ ହେରାତ୍ ଉପରେ କବଜା କରିଥିଲା । ଅନେକ ତାଲିବାନ ଓ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ଲଢେଇର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ବୋଲି ମନେ କରନ୍ତି ।

ସିଲ୍ ହୋଇ ସାରିଲାଣି କାବୁଲର ଭାଗ୍ୟ ?

କାବୁଲରେ ରହୁଥିବା ହେରାତର ଜଣେ ସରକାରୀ କର୍ମଚାରୀଙ୍କ କହିବା ହେଉଛି ‘ ଏହା କେମିତି ହେଲା ମୋର ଏବେବି ବିଶ୍ୱାସ ହେଉ ନାହିଁ’’ ୱାଂସିଟନ ପୋଷ୍ଟ ଅନୁସାରେ ଆଗାମୀ ୯୦ ଦିନ ଭିତରେ କାବୁଲର ପତନ ଘଟିବ ବୋଲି ପେଣ୍ଟାଗନର ସାମରିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । କିନ୍ତୁ ଯୁଦ୍ଧକ୍ଷେତ୍ରର ସ୍ଥିତି ଦେଖିଲେ ଲାଗୁଛି ଯେ, କାବୁଲର ପତନ ପାଇଁ ୯୦ ଦିନ ନୁହେଁ ୯୦ ଘଣ୍ଟା ମଧ୍ୟ ଅଧିକ ହେବ । ଯେଉଁଭଳି ଭାବେ ଆଫଗାନିସ୍ତାନର ସରକାରୀ ସୈନିକ ଯୁଦ୍ଧକ୍ଷେତ୍ର ତ୍ୟାଗ କରୁଛନ୍ତି ସେଥିରୁ ଲାଗୁଛି ଖୁବଶୀଘ୍ର ତାଲିବାନ ହାତକୁ କାବୁଲ ଆସିଯିବ । କାବୁଲ ଆସିବା ଅର୍ଥ ଆଫଗାନିସ୍ତାନ ସରକାରର ପତନ ।

ଆମେରିକା ଆଫଗାନୀ ସେନାକୁ କ’ଣ ଟ୍ରେନିଂ ଦେଇଥିଲା ?

ଆଫଗାନୀ ସେନା ଯେଉଁଭଳି ଭାବେ ଛତ୍ରଭଙ୍ଗ ଦେଉଛନ୍ତି ସେଥିରୁ ଆମେରିକାର ଟ୍ରେନିଂ ଉପରେ ପ୍ରଶ୍ନ ଉଠୁଛି । ଆମେରିକା ରାଷ୍ଟ୍ରପତି ନିକଟରେ କହିଥିଲ ଯେ, ସାଢେ ତିନି ଲକ୍ଷ ସୈନିକଙ୍କୁ ୭୦ ହଜାର ତାଲିବାନି ହରାଇ ପାରିବେନାହିଁ । କିନ୍ତୁ ଏବେ ଏହା ମିଛ ବୋଲି ଜଣା ପଡିଲାଣି । ଆମେରିକା ଆଫଗାନୀ ସେନାକୁ ଆର୍ଥିକ ସାହାଯ୍ୟ ଦେଉଥିଲା । କିନ୍ତୁ ଯୁଦ୍ଧ ଭୁମିରେ ଏହି ସେନା ପିଠି ଦେଖାଇ ଛତ୍ରଭଙ୍ଗ ଦେଉଛି । ସେନାରେ ଥିବା ଦୁର୍ନିତି ଏଥିପାଇଁ ଦାୟୀ ବୋଲି କୁହାଯାଉଛି । କୁହାଯାଉଛି ଯେ, ଆଫଗାନିସ୍ତାନରେ କେବଳ ଫାଇଲରେ ସୈନିକ ଅଛନ୍ତି । ଏଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସୈନିକଙ୍କ ନାମରେ ଦରମା ଉଠା ଯାଉଥିଲେ ମଧ୍ୟ ସେହିଭଳି ସୈନିକଙ୍କ ନାଁଗନ୍ଧ ନଥିଲା । ଏମିତିରେ ଦେଶର ଜନତା ଯଦି ସରକାର ସେମାନଙ୍କୁ ବିକ୍ରି କରିଦେଇଛନ୍ତି ବୋଲି କହୁଛନ୍ତି ତେବେ ସେଥିରେ କିଛି ଭୁଲ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami