ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉତ୍ତର ପ୍ରଦେଶରୁ ଆସିଛନ୍ତି ମହିଳା ଗ୍ୟାଙ୍ଗ

Above Post Content

ଭୁବନେଶ୍ୱର: ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ଉତ୍ତର ପ୍ରଦେଶରୁ ଆଣିଛି ୧୫ ଜଣିଆ ମହିଳା ଗ୍ୟାଙ୍ଗ । ଓଡିଶାରେ ମା’ଙ୍କ ସମର୍ଥନ କମ ପଡିବାରୁ ବାଧ୍ୟ ହୋଇ ବିଜେପି ଉତ୍ତର ପ୍ରଦେଶରୁ ମହିଳାଙ୍କୁ ଆଣିଛିି । ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଶେଷ ଆୟୁଧ କରିଛି । ଏହି ଗ୍ୟାଙ୍ଗର ନେତୃତ୍ୱ ନେଉଛନ୍ତି ରଜନୀ ତୋମାର । ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି କରୁଛି ବିଜେପି । ଏନେଇ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡ଼ି ।

Middle post content

ସିଇଓଙ୍କ ନିକଟରେ ଅଭିଯୋଗ କଲା ବିଜେଡ଼ି

After 2nd paragraph post ads

ରଜନୀ ତୋମାରଙ୍କ ନେତୃତ୍ୱରେ ଆସିଥିବା ଏହି ୧୫ ଜଣିଆ ମହିଳା ଗ୍ୟାଙ୍ଗ ରାଜନଗର ନିର୍ବାଚନ ମଣ୍ଡଳୀର ଭିତରଗଡ଼ ପଂଚାୟତରେ ମହିଳାଙ୍କୁ ପ୍ରଲୋଭିତ କରୁଛନ୍ତି । ଉତ୍ତର ପ୍ରଦେଶରେ ସରକାରରେ ଥାଇ ସୁଭଦ୍ରା ଯୋଜନାରେ ମା’ଙ୍କୁ ୫୦ ହଜାର ଟଙ୍କା ଦେଉଛୁ ବୋଲି କହି ଭୁତଉଛନ୍ତି । ଭିତରଗଡ଼ ପଂଚାୟତର ମହିଳାଙ୍କ ବ୍ୟାଙ୍କ ସୂଚନା ନେଇ ସେମାନଙ୍କୁ ପ୍ରଲୋଭିତ କରୁଛନ୍ତି । ବିଜେପିର ରାଜନଗର ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରା ଓ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲାଗି ସେମାନେ ଭୋଟ ମାଗୁଛନ୍ତି । ବିଜେପି କେବେ ମହିଳାଙ୍କୁ ସମ୍ମାନ ଦିଏନାହିଁ କି ମହିଳାଙ୍କ ସହ ନଥିଲା । ନିର୍ବାଚନ ଆସିବାରୁ ବିଜେପି ନେତା ଅନ୍ଧାରୀ ବିଜେ କରୁଛନ୍ତି । ଅନ୍ଧାରୀ ବିଜେ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏ ନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସମସ୍ତ ଭିଡିଓ ପ୍ରମାଣ ଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami