![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର : ଖୁବଶୀଘ୍ର +୨ କଲେଜରେ ନିଯୁକ୍ତି ପାଇବେ ୧୦୬୧ ସ୍ନାତକୋତ୍ତର ଶିକ୍ଷକ । ଏହି ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅସୁବିଧା ସମ୍ପର୍କରେ ୫ଟି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କର୍ମଚାରୀ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଉକ୍ତ ପଦବୀ ପାଇଁ ଦରମା ହାର ୪୪ ହଜାର ୯୦୦ ଟଙ୍କା ରୁ ୧ ଲକ୍ଷ ୪୨ ହଜାର ୪୦୦ ଟଙ୍କା ରହିଛି । ଯାହାକି ଦରମା ପୁନଃ ନିର୍ଦ୍ଧାରଣ ନିୟମ ୨୦୧୭ ର ଦରମା ସାରଣୀ ସ୍ତର ୧୦ ଓ ଶ୍ରେଣୀ ୧ ର ଅନ୍ତର୍ଭୁକ୍ତ ଅଟେ । ଯୋଗ୍ୟ ଓ ଇଚ୍ଛୁକ ପାର୍ଥୀମାନେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସଏସବି)ର ଉପଲବ୍ଧ ୱେବ୍ସାଇଟ୍ www.ssbodisha.ac.in ଲିଙ୍କରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ମାର୍ଚ୍ଚ ୧୮, ୨୦୨୪ ଅପରାହ୍ନ ୧ଟା ଠାରୁ ଏପ୍ରିଲ ୧୮ ତାରିଖ ୨୦୨୪ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ରହିଛି । ସବିଶେଷ ବିବରଣୀ ପାଇଁ ଉପରୋକ୍ତ ୱେବ୍ସାଇଟକୁ ପରିଦର୍ଶନ କରି ସମସ୍ତ ତଥ୍ୟ ପାଇପାରିବେ । ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ପୂର୍ଣ୍ଣ ସହାୟତା ପ୍ରାପ୍ତ କଲେଜର ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)