ସଭା ମଝିରେ ମୁଣ୍ଡରେ ପାଣି ଢାଳିଲେ ରାହୁଲ

Above Post Content

ନୂଆଦିଲ୍ଲୀ: ଅସହ୍ୟ କରିଲା ଗରମ । ସହି ହେଲାନି । ବାଧ୍ୟ ହୋଇ ସଭା ମଝିରେ ନିଜ ମୁଣ୍ଡରେ ପାଣି ଢ଼ାଳିଲେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ଏପରି କରୁଥିବା ଦେଖି ଉପସ୍ଥିତ ଦର୍ଶକ ତାଳି ମାରିବା ଆରମ୍ଭ କରିଥିଲେ । ରାହୁଲ ଗାନ୍ଧିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Middle post content

ଦେଓରିଆରେ ନିର୍ବାଚନୀ ସଭାରେ ଦେଉଥିଲେ ଉଦ୍‌ବୋଧନ

After 2nd paragraph post ads

ଲୋକସଭା ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାହୁଲ ଗାନ୍ଧି ମଙ୍ଗଳବାର ୟୁପିର ଦେଓରିଆରେ ପହଞ୍ଚି ଥିଲେ । ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି । ଏହି ସମୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଲୋକଙ୍କ ଅବସ୍ଥା ବେହାଲ ହୋଇପଡିଥିଲା । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ମଧ୍ୟ ଅସହ୍ୟ ଗରମର ଶିକାର ହୋଇଥିଲେ । ସେ ନିଜ ଭାଷଣକୁ ଅଧାରେ ବନ୍ଦ କରି ପ୍ରଥମେ ପାଣି ପିଇଥିଲେ । ପରେ ପ୍ରବଳ ଗରମ ହେଉଛି କହି ବଳକା ପାଣିକୁ ନିଜ ମୁଣ୍ଡ ଉପରେ ଢ଼ାଳି ଦେଇଥିଲେ । ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ତାଙ୍କୁ କଡା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ରାହୁଲ ଗାନ୍ଧିଙ୍କ କେବଳ ଗୋଟିଏ ଏଜେଣ୍ଡା ଅଛି, ସେ ମୁହଁ ନ ଧୋଇ ମୋଦିଙ୍କୁ ଟାର୍ଗେଟ୍ କରିବା । ସକାଳୁ ଉଠିବା ପରେ ହାତ ଓ ମୁହଁ ନ ଧୋଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି ଦେବା ଆରମ୍ଭ କରିଦିଅନ୍ତି । ପ୍ରକୃତ କଥା ହେଉଛି ରାହୁଲ ଗାନ୍ଧିଙ୍କୁ ଭାରତର ସଂସ୍କୃତି, ସଭ୍ୟତା ଏବଂ ପରମ୍ପରା ବିଷୟରେ ଜଣା ନାହିଁ । ବିଦେଶୀ ପରିବେଶରେ ବଢ଼ିଥିବା ରାହୁଲ ଗାନ୍ଧିଙ୍କୁ ପ୍ରଥମେ ଭାରତକୁ ଜାଣିବାକୁ ହେବ । ଏହା ପରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଉପରେ କହିବାକୁ ଚେଷ୍ଟା କରିବା ଉଚିତ୍ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami