ରାଜ୍ୟରେ ୭୦ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି

Above Post Content

ଭୁବନେଶ୍ୱର: ଆରମ୍ଭ ହୋଇଛି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ । ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯାଉଛି । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ଏଥର ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ପହିଲାରେ ହୋଇଥିଲା ଭୋଟ୍ ଗ୍ରହଣ । ରାଜ୍ୟରେ ସାମଗ୍ରିକ ମତଦାନ ହାର ୭୪ . ୪୪ ପ୍ରତିଶତ ରହିଛି, ଯାହା କି ୨୦୧୯ ନିର୍ବାଚନ ତୁଳନାରେ ଅଧିକ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami