ଏବେ ମୁଁ ମହାକାଳ, ବ୍ରହ୍ମାଣ୍ଡ ନାଶକ
ଓପନହାଇମର ନାମକ ଫିଲ୍ମ ଏବେ ପୁରା ଦୁନିଆରେ ଚହଳ ସୃଷ୍ଟି କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନ୍ତ ଘଟାଇଥିବା ପରମାଣୁ ବୋମାର ଜନକଭାବେ ପରିଚିତ ଏହି ବୈଜ୍ଞାନିକ ଜଣକ ଆମେରିକାକୁ ବିଶ୍ୱଯୁଦ୍ଧରେ ଏକାକୀ ଜିତାଇଥିଲେ କହିଲେ ଭୁଲ ହେବ ନାହିଁ । ପରମାଣୁ ବୋମାର ପରୀକ୍ଷଣ ପରେ ଓପନହାଇମର କହିଥିବା କଥା ଆଜି ମଧ୍ୟ ମନେ ପକାଯାଇଥାଏ । ଭଗବତ ଗୀତାର ପଂକ୍ତି ଉଦ୍ଧାର କରି ପରମାଣୁ ବୋମାର ଶକ୍ତିକୁ ବର୍ଣ୍ଣନା କରି ସେ କହିଥିଲେ ‘‘ଏବେ ମୁଁ ମହାକାଳ,ବ୍ରହ୍ମାଣ୍ଡ ନାଶକ’’ । ଆସନ୍ତୁ ଜାଣିବା ଓପନହାଇମରଙ୍କ ଜୀବନର କିଛି ଅଜଣା କଥା ।
ପିଲାଦିନ
ଓପନହାଇମରଙ୍କ ଜନ୍ମ ୧୯୦୪ ନ୍ୟୁୟର୍କରେ ହୋଇଥିଲା । ଛୋଟବେଳୁ ସେ ପାଠରେ ଧୁରନ୍ଦର ଥିଲେ । ମାତ୍ର ୧୦ ବର୍ଷରେ ସେ ପ୍ରଫେସର ଲେବୁଲର କେମେଷ୍ଟ୍ରୀ ଏବଂ ଫିଜିକ୍ସ ପଡ଼ିଥିଲେ । ମାତ୍ର ୨୩ ବର୍ଷ ବୟସରେ ସେ ପିଏଚଡି କରିଥିଲେ । ଦୁନିଆରେ କ’ଣ ହେଉଛି ତାହା ଜାଣିବାକୁ ସେ ଆଗ୍ରହୀ ନଥିଲେ ସେ କେବଳ ଫିଜକ୍ସ ପଢ଼ିବାକୁ ଭଲ ପାଉଥିଲେ ।
କିପରି ଆରମ୍ଭ ହେଲା ବୋମା ପ୍ରସ୍ତୁତି
ଦ୍ବିତୀୟ ବିଶ୍ବଯୁଦ୍ଧ ହେବା ଆଗରୁ ଆମେରିକାକୁ ଜଣାପଡ଼ିଥିଲା ଯେ, ହିଟଲର ପରମାଣୁ ବୋମା ତିଆରି କରୁଛି । ଏଥିପାଇଁ ଆମେରିକାକୁ ଆଗରୁ ପ୍ରସ୍ତୁତି କରିବାକୁ ପଡ଼ିବ ।
ବାସ୍ ଏହା ପରେ ଆରମ୍ଭ ହେଲା ପରମାଣୁ ବୋମା ପାଇଁ ତିଆରି । ବୈଜ୍ଞାନିକଙ୍କୁ ନେଇ ଏକ ଟିମ୍ ଗଠନ କରାଗଲା । ୟୁରାନିୟମରୁ କିପରି ଏକ ହତିଆର ତିଆରି ହେବ ସେ ନେଇ ପରୀକ୍ଷଣ ଆରମ୍ଭ ହେଲା । ଆମେରିକା ଏହି ପ୍ରୋଜେକ୍ଟ ପାଇଁ ୨.୨ ବିଲିୟନ୍ ଡଲାର୍ ଖର୍ଚ୍ଚ କରିଥିଲା । ଆଜିର ଦିନରେ ହିସାବ କଲେ ଏହି ଟଙ୍କା ପ୍ରାୟ ୨ଲକ୍ଷ କୋଟି ହେବ ।
୧୩ ଅଗଷ୍ଟ ୧୯୪୨ ରେ ଅଫିସିଆଲ ଭାବେ ଆରମ୍ଭ ହୋଇଥିଲା ପରମାଣୁ ବୋମା ତିଆରି । ଏହି ଗ୍ରୁପର ମୁଖ୍ୟ ଥିଲେ କର୍ଣ୍ଣଲ ଲିସେଲ ରିଚାର୍ଡ ଗ୍ରୋଭସ । ରିଚାର୍ଡ ଓପନହାଇମରଙ୍କୁ ବମ୍ ଡିଜାଇନ୍ ଦାୟିତ୍ବ ଦେଇଥିଲେ ।
ଏହି ବମ୍ ତିଆରି କରିବା ପାଇଁ ଏକ ସିକ୍ରେଟ ଯାଗା ବି ବଛାଯାଇଥିଲା । ଏହି ଯାଗାକୁ ସିକ୍ରେଟ ସିଟି ବି କୁହାଯାଏ । ଏହା ପରେ ଆରମ୍ଭ ହେଲା ବମ୍ ତିଆରି । ଏହା ପରେ ୨୦ ଜୁଲାଇ ୧୯୪୩ରେ ଓପନହାଇମରଙ୍କୁ ଏହି ପ୍ରୋଜେକ୍ଟର ମୁଖ୍ୟ ଭାବେ ଘୋଷଣା କରାଗଲା । ଏହା ପରେ ବିଭିନ୍ନ ପରୀକ୍ଷଣ ପରେ ତିଆରି ହେଲା ଏକ ଟେଷ୍ଟ ବମ୍ । ଏହାର ନାଁ ଥିଲା ‘ଗ୍ୟାଜେଟ୍’ । ଏହାକୁ ଟେଷ୍ଟ କରିବାପାଇଁ ସାଇଣ୍ଟିଷ୍ଟ ଏହାକୁ ଶହେ ମିଟର ଉପରେ ଝୁଲାଇ ରଖିଥିଲେ । ଏହା ପରେ ୧୬ ଜୁଲାଇ ୧୯୪୫ ସକାଳ ସାଢ଼େ ୫ଟାରେ ଏହି ବମ୍କୁ ଫଟା ଯାଇଥିଲା ।
ଏହି ବମ୍ ଫାଟିବା ପରେ ଅନୁମାନଠୁ ଅଧିକା ପାଓ୍ବାରଫୁଲ ଜଣାପଡ଼ିଥିଲା । ୧୫ କିଲୋମିଟର ଯାଏ ଏହି ବମ୍ ସବୁ କିଛି ଧ୍ବଂସ କରିଦେଇଥିଲା । ଏହି ବମ୍ ଧମାକା ପରେ ସପନହାଇମରଙ୍କ ମୁହଁରୁ ଭାଗବତ ଗୀତାର ଏକ ଶ୍ଲୋକ ବାହାରିଥିଲା । ସେ କହିଥିଲେ, ‘ମୁଁ ଏବେ କାଳ, ବ୍ରହ୍ମାଣ୍ଡ ନାଶକ’ । ଏହି ଟେଷ୍ଟର ମାସେ ଭିତରେ ୬ ଅଗଷ୍ଟ ୧୯୪୫ରେ ଲିଟିଲ ବୟ ବମକୁ ହିରୋସିମାରେ ପକାଯାଇଥିଲା । ଏହାର ୩ ଦିନ ପରେ ପୁଣି ଆଉ ଏକ ବମକୁ ନାଗାସାକି ସହରରେ ପକାଯାଇଥିଲା ।
ଏହା ପରେ ଓପନହାଇମରଙ୍କୁ ନିଜ କର୍ମର ପଶ୍ଚାତାପ ହୋଇଥିଲା । ସେ କହିଥିଲେ ମୁଁ ଏ କ’ଣ କରିଦେଲି । ଏତେ ଭୟଙ୍କର ଅସ୍ତ୍ରକୁ ସାରା ଦୁନିଆକୁ ଦେଇଦେଲି ।