ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ଜାରି ହେଲା ଟ୍ରାଫିକ କଟକଣା

Above Post Content

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବିଶାଳ ରୋଡ ଶୋ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରୋଡ ଶୋ ଗଙ୍ଗନଗର ଛକରୁ ଆରମ୍ଭ ହୋଇ ଶିଶୁଭବନ ଛକରେ ଶେଷ ହେବ । ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପରାହ୍ନ ସାଢେ ୪ଟାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଭୁବନେଶ୍ୱର ୟୁନିଟ୬ ସ୍ଥିତ ଗଙ୍ଗନଗର ଛକଠାରୁ ଏହି ଶୋ ଆରମ୍ଭ ହୋଇ ଏଲଆଇସି ଅଫିସ ଛକରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରେ ପହଞ୍ଚିବ । ସେଠାରୁୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚଡିଏଫସି ବ୍ୟାଙ୍କରେ ପହଞ୍ôଚବ । ଏହି ଛକଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବଠାରେ ପହଞ୍ଚିବ । ଏଠାରୁ ଡାହାଣ ପାର୍ଶ୍ୱ ରାସ୍ତା ଦେଇ ବେହେରା ସାହି ଛକ, ନିକୋପାର୍କ ଛକ, ବାୟାବାବା ମଠରେ ଏହି ଶୋ ପହଞ୍ଚିବ । ସେଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ରୂପାଲୀ ଛକଠାରୁ ୟୁଟର୍ଣ୍ଣ ନେବ । ପରେ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁ ଭବନ ଛକରେ ଶେଷ ହେବ ।

Middle post content

ରାସ୍ତା କଡ଼ କୋଠାରେ ସୁରକ୍ଷା କର୍ମୀ ହେବେ ନିୟୋଜିତ

After 2nd paragraph post ads

ଏହିସବୁ ରାସ୍ତାରେ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରିପାରିବ ନାହିଁ । ଏହି ସବୁ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଏହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ କମିଶନରେଟ ପୋଲସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ । ରୋଡ ଶୋ ଦୁଇ ପାର୍ଶ୍ୱରେ ଥିବା କୋଠାମାନଙ୍କରେ ବି ସୁରକ୍ଷା କର୍ମୀ ନିୟୋଜିତ ହେବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami