ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୧% ମତଦାନ

Above Post Content

ଭୁବନେଶ୍ୱର: ଶନିବାର ଶେଷ ହୋଇଛି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିବା ବେଳେ ୪୨ ବିଧାନସଭା ଆସନରେ ବି ଭୋଟ ଗ୍ରହଣ ହୋଇଥିଲା । ଏହି ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି ।

Middle post content

ସମ୍ବଲପୁରରେ ସବୁଠୁ ଅଧିକ, ଭୁବନେଶ୍ୱରରେ କମ୍‌

After 2nd paragraph post ads

ସର୍ବାଧିକ ପୋଲିଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହୋଇଛି । ଏଠାରେ ୭୬.୬୩ ପ୍ରତିଶତ ମତଦାନ ହୋଇଛି । ସବୁଠୁ କମ୍ ମତଦାନ ଭୁବନେଶ୍ୱରରେ ହୋଇଛି । ଭୁବନେଶ୍ୱରରେ ମାତ୍ର ୬୨ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ସେହିପରି ପୁରୀରେ ୭୩.୮୧% ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୩.୩୦ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି । ଏହି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ରାଜ୍ୟର ବିଭିନ୍ନ ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼କୁ ନେଇ ରଖାଯାଇଛି । ଆସନ୍ତା ୧ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଏବଂ ଏସବୁର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ କରାଯିବ । ସାରା ଦେଶରେ ଗତକାଲି ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ଦେଶରେ ୬୧.୧୧% ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ।third-phase-polling-in-the-state-

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami