political news

ସରକାରୀ ବିଜ୍ଞାପନରେ ତ୍ରୁଟିକୁ ନେଇ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନରେ ବନାନ ତ୍ରୁଟିକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ବିହାର ସରକାରଙ୍କ ଏହି ଭୁଲ ଉପରେ ବିଜେପି ରାଜ୍ୟର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛି । ଏହି ବିଜ୍ଞାପନ ସ୍ଥାନୀୟ ତଥା ଜାତୀୟ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଏହା କୁହାଯାଉଛି ଯେ ବିଜ୍ଞାପନର ମୁଖ୍ୟ ଆଖ୍ୟାରେ ଏକ ବନାନ ତ୍ରୁଟି ଥିଲା, ଯାହା ପରେ ଏହି ବିଜ୍ଞାପନ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହେଲା । ବିଜ୍ଞାପନ ଭାଇରାଲ …

ସରକାରୀ ବିଜ୍ଞାପନରେ ତ୍ରୁଟିକୁ ନେଇ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କଲା ବିଜେପି Read More »

ପାୱାରଙ୍କ ସାର୍ଟିଫିକେଟରରେ ପାୱାର ଓବିସି ବୋଲି ଦର୍ଶାଯାଇଛି

ନୂଆଦିଲ୍ଲୀ: ଗୋଟିଏ ପଟେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ପ୍ରସଙ୍ଗ ବଢିବାରେ ଲାଗିଛି, ଅନ୍ୟପଟେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଏକ ନକଲି ପ୍ରମାଣପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭାଇରାଲ୍ ଡକ୍ୟୁମେଣ୍ଟରେ ଶରଦ ପାୱାରଙ୍କ ବର୍ଗ ଓବିସି ଭାବରେ ଲେଖାଯାଇଛି । ଏନସିପି ମୁଖ୍ୟ ଶରଦ ପାୱାରଙ୍କ କାଷ୍ଟ ସାର୍ଟିଫିକେଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଶରଦ ପାୱାରଙ୍କୁ ଓବିସି କୁନବି ବୋଲି ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଶରଦ ପାୱାରଙ୍କ ଝିଅ …

ପାୱାରଙ୍କ ସାର୍ଟିଫିକେଟରରେ ପାୱାର ଓବିସି ବୋଲି ଦର୍ଶାଯାଇଛି Read More »

ଭୋଟରଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗ ଆଣିଲେ କୁମାରସ୍ୱାମୀ

ନୂଆଦିଲ୍ଲୀ: ଜେଡିଏସ ରାଜ୍ୟ ସଭାପତି ଏଚଡି କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ କୁମାରସ୍ୱାମୀ ସିଦ୍ଦରମୈୟାଙ୍କୁ ଲୋକଙ୍କଠାରୁ ମହଙ୍ଗା ଉପହାର ନେଇଥିବାର ଅଭିଯୋଗ କରିଛନ୍ତି । କୁମାରସ୍ୱାମୀ କହିଛନ୍ତି, “ଜଣେ ମନ୍ତ୍ରୀଙ୍କ ସରକାରୀ ବାସଭବନ ପାଇଁ ଆମଦାନୀ ହୋଇଥିବା ୧.୯ କୋଟି ଟଙ୍କା ମୂଲ୍ୟର ଆସବାବପତ୍ର ମିଳିଥିଲା । ଏହା ସରକାରୀ ଟଙ୍କା ନୁହେଁ, ବରଂ ଜଣେ ମନ୍ତ୍ରୀଙ୍କୁ ଦିଆଯାଇଥିଲା ।” ସିଦ୍ଦରମୈୟାଙ୍କ ଉପରେ ବର୍ଷିଲେ କୁମାରସ୍ୱାମୀ …

ଭୋଟରଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗ ଆଣିଲେ କୁମାରସ୍ୱାମୀ Read More »

ବିଜେପିର ସଙ୍କଟମୋଚକ ଥିଲେ ଅରୁଣ ଜେଟଲୀ

ନୂଆଦିଲ୍ଲୀ: ଡିସେମ୍ବର ୨୮, ୧୯୫୨ ରେ ଜନ୍ମଗ୍ରହଣ କରିଥିବା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ ।ସେ ‘ଟ୍ରବଲସୁଟର’ ଭାବରେ ପରିଚିତ ଥିଲେ, ଅଗଷ୍ଟ ୨୪, ୨୦୧୯ ରେ ଏହି ଦୁନିଆ ଛାଡିଥିଲେ ଜେଟଲୀ । ଛାତ୍ର ରାଜନୀତିରୁ କେନ୍ଦ୍ର ମନ୍ତ୍ରୀ ପଦକୁ ଉଠିଥିଲେ । ତାଙ୍କ ଜୀବନ ସହିତ ଜଡିତ ଅନେକ କାହାଣୀ ଅଛି । ଗୋଟିଏ କାହାଣୀ ହେଉଛି ୧୯୭୫ ରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଜରୁରୀକାଳୀନ ପରିସ୍ଥିତି । ଇନ୍ଦିରା ଗାନ୍ଧୀ …

ବିଜେପିର ସଙ୍କଟମୋଚକ ଥିଲେ ଅରୁଣ ଜେଟଲୀ Read More »

କଂଗ୍ରେସ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଦେଲେ ସୁରକ୍ଷା କର୍ମୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଭିଭିଆଇପି କଲଚର । ମନ୍ତ୍ରୀଙ୍କ ସେବକ ପାଲଟି ଯାଇଛନ୍ତି ତାଙ୍କ ସୁରକ୍ଷା କର୍ମୀ । ଏପରିକି ସମସ୍ତଙ୍କ ସମ୍ମୁଖରେ ଜଣେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇ ଦେଉଛନ୍ତି ତାଙ୍କ ସୁରକ୍ଷା କର୍ମୀ । ଏହା ଦେଖି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କେବଳ ସେତିକି ନୁହେଁ କଂଗ୍ରେସ ଏବେ ବି ନିଜକୁ ମାଲିକ ଭାବୁଥିବା ଅଭିଯୋଗ କରିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । …

କଂଗ୍ରେସ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଦେଲେ ସୁରକ୍ଷା କର୍ମୀ Read More »

ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଫୁଲହୀନ ତୋଡ଼ା

ଇନ୍ଦୋର: ନିକଟରେ ମଧ୍ୟପ୍ରଦେଶର ଇନ୍ଦୋରରେ ନିର୍ବାଚନ ପ୍ରଚାର କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେଠାରେ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚରେ ଦଳର ଜଣେ ନେତା ତାଙ୍କୁ ଏକ ଫୁଲତୋଡ଼ା ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ସେହି ତୋଡ଼ାରେ ଗୋଟିଏ ହେଲେ ଫୁଲ ନ ଥିଲା । ଫୁଲହୀନ ତୋଡ଼ା ପ୍ରଦାନ କରାଯାଇଥିଲା । ଏହି ଘଟଣାର ଭିଡିଓକୁ ବିଜେପି ନେତା ରାକେଶ ତ୍ରିପାଠୀ ସେୟାର କରି ଏହାକୁ ଏକ ଫୁଲତୋଡ଼ା …

ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଫୁଲହୀନ ତୋଡ଼ା Read More »

ପୂର୍ବୁରୁ ଥରେ କଂଗ୍ରେସ ଛାଡିଥିଲେ ଖର୍ଗେ

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖର୍ଗେ ତାଙ୍କର ୫୦ ବର୍ଷର ରାଜନୈତିକ କ୍ୟାରିୟରରେ ୧୨ ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ସେଥିମଧ୍ୟରୁ ସେ ୧୧ ଥର ଜିତିଛନ୍ତି । ତାଙ୍କ ଜୀବନରେ ଏପରି ସୁଯୋଗ ତିନିଥର ଆସିଥିଲା ଯେତେବେଳେ ସେ କର୍ଣ୍ଣାଟକର ସିଏମ୍ ହୋଇଥାନ୍ତେ କିନ୍ତୁ ହୋଇପାରିଲେନି । କିନ୍ତୁ ସେ ହାଇ କମାଣ୍ଡଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିନାହାଁନ୍ତି ଏବଂ କଂଗ୍ରେସ ପ୍ରତି ତାଙ୍କର ବିଶ୍ୱସତ ବଜାୟ ରଖିଛନ୍ତି । ଦେଶର ସର୍ବ ପୁରାତନ ଦଳ କଂଗ୍ରେସ …

ପୂର୍ବୁରୁ ଥରେ କଂଗ୍ରେସ ଛାଡିଥିଲେ ଖର୍ଗେ Read More »

ଉଦ୍ଧବ କହିଲେ ୩୧ଡିସେମ୍ବର ସିନ୍ଦେ ସରକାରଙ୍କ ବିଦାୟର ଦିନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଠାକରେ ଦଳ ଏବଂ ସିନ୍ଦେ ଦଳ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ କୋର୍ଟରେ ପରସ୍ପର ବିରୋଧରେ ଆବେଦନ କରିଥିଲେ । ଯାହା ପରେ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଡିସେମ୍ବର ୩୧ କିମ୍ବା ପୂର୍ବରୁ ଉଭୟ ଦଳର ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦ୍ଧବ ଠାକରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଡିସେମ୍ବର ୩୧ …

ଉଦ୍ଧବ କହିଲେ ୩୧ଡିସେମ୍ବର ସିନ୍ଦେ ସରକାରଙ୍କ ବିଦାୟର ଦିନ Read More »

ଦଳ ଛାଡିଲେ ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ଭାରତୀୟ ଜନତା ପାର୍ଟି ସହ ତାଙ୍କର ୨୫ ବର୍ଷର ପୁରୁଣା ସମ୍ପର୍କ ଛିଣ୍ଡାଇ ଦେଇଛନ୍ତି । ଅନ୍ୟ ଲୋକଙ୍କ ବ୍ୟତୀତ ଦଳର ଏକ ବର୍ଗ ଏପରି ଜଣେ ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି, ଯିଏ ତାଙ୍କ ସହ ଧୋକାବାଜି କରିଥିଲା । ତଡିମଲ୍ଲା ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଦଳ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ଟିକେଟ ଦେବା ବୋଲି ପ୍ରତିଶ୍ରୁତି ଦେଇ ଶେଷ …

ଦଳ ଛାଡିଲେ ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା Read More »

RSS
Follow by Email
Scroll to Top
Close Bitnami banner
Bitnami