ମହଙ୍ଗା ପଡ଼ିଲା କାନ୍ଥବାଡ଼ରେ ବିଜ୍ଞାପନ ଲଗାଇବା
ଭୁବନେଶ୍ୱର: ଏଣିକି ଟୁଲେଟ୍ ଲଗାଉଥିଲେ ସାବଧାନ । କାନ୍ଥବାଡ଼ରେ ଟୁଲେଟ୍ ଲଗାଇଲେ ଭରିବେ ଜରିମାନା । କାନ୍ଥ କିମ୍ବା ବିଦ୍ୟୁତ୍ ଖୁଣ୍ଟରେ ମଧ୍ୟ ଟୁଲେଟ୍ ଲଗାଇ ପାରିବେ ନାହିଁ । କାରଣ ଏହି ଟୁଲେଟ୍ ବିଜ୍ଞାପନ ଲଗାଇ ୩ ସଂସ୍ଥା ୫୦ ହଜାରଟଙ୍କା ଲେଖାଏ ଜରିମାନା ଭରିଛନ୍ତି । ବିଏମ୍ସି ଏହି ଟଙ୍କା ନୟାପଲ୍ଲୀ ଅଞ୍ଚଳର ୩ ସଂସ୍ଥାଠାରୁ ଆଦାୟ କରିଛି । ଏହାସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । …