ବସ୍ତିର ଆଲୋକବର୍ତିକା ବନ୍ଦିତା
ମହାମାରୀ କରୋନା ଯୋଗୁଁ ଶିକ୍ଷାକ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଅଭାବ ଅନଟନରେ ରହୁଥିବା ପିଲାଙ୍କ ପାଇଁ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ଅପହଂଚ ହୋଇପଡ଼ିଛି । ତେବେ ଏହିଭଳି ଏକ ସମୟରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ବନ୍ଦିତା । ରସୁଲଗଡ଼ରେ ରହୁଥିବା ବନ୍ଦିତା ଇଲେକ୍ଟ୍ରୋନିକ୍ସରେ ଏମ୍ଏସି କରିବା ପରେ ଜନଗଣନା ଭବନରେ କାର୍ଯ୍ୟ କରୁଛନ୍ତି । ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ସ୍ଥାନୀୟ ବିଭିନ୍ନ ବସ୍ତିରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । …