ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା କରାଯିବ
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଛି । ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଇଆଇଟି କାନପୁର …