ବହୁତ ବର୍ଷ ପରେ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା, ଜାଣନ୍ତୁ ଶେଷଥର ପାଇଁ କେବେ ଶୀତରେ ଆସିଥିଲା ବାତ୍ୟା..
ଅକ୍ଟୋବର ମାସ ଓଡ଼ିଶାକୁ ଡରାଏ । କାରଣ ଏହି ମାସରେ ଆସିଥିଲା ଓଡ଼ିଶା ଇତିହାସର ସବୁଠାରୁ ବଡ ବାତ୍ୟା । ଯାହା ଇତିହାସରେ ସୁପର ସାଇକ୍ଲୋନ୍ ନାମରେ ପରିଚିତ । ଅକ୍ଟୋବର ମାସ ବା କାର୍ତ୍ତିକ ମାସକୁ ବାତ୍ୟାର ମାସ ବୋଲି କୁହାଯାଏ । କିନ୍ତୁ ମଝିରେ ମଝିରେ ନିର୍ଘାତ ଖରାଦିନେ ବି ବାତ୍ୟା ଆସିଛି । ଓଡ଼ିଶାର ଉପକୂଳକୁ ଛିନ୍ନଭିନ୍ନ କରିଛି । ଯେମିତି ମେ’ ମାସରେ ଆସିଥିବା ବାତ୍ୟା ଫନି । କିନ୍ତୁ ହୁଏତ …