ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ

Above Post Content

ଟି୨୦ ବିଶ୍ୱକପ ସୁପର୍‌-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ । ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା । ଉଭୟ ବ୍ୟାଟ ଓ ବଲ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଭାରତ ପ୍ରଭାବୀ ବିଜୟ ହାସଲ କରିଛି।

Middle post content

ଟସ୍‌ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋହିତ ଶର୍ମା (୮) ଓ ବିରାଟ କୋହଲି (୨୪) ରନ ସଂଗ୍ରହକରି ପୁଣି ଥରେ ଫ୍ଲପ ହୋଇଥିଲେ । ରିଷଭ ପନ୍ତ ତୃତୀୟ ସ୍ଥାନରେ ଆସି କିଛି ଆକର୍ଷଣୀୟ ଶଟ୍‌ ଖେଳିଥିଲେ । ୧୧ ବଲ୍‌ରୁ ୪ ଚୌକା ସହ ୨୦ ରନ୍‌ କରି ସେ ରନ୍‌ ଗତି ବଢାଇଥିଲେ । ଦଳୀୟ ସ୍କୋର ୫୪ ରେ ପନ୍ତ ଆଉଟ ହୋଇଥିଲେ । ଏହାର ୨ ଓଭର ମଧ୍ୟରେ ୨୪ ବଲ୍‌ରୁ ୨୪ ରନ୍‌ କରିଥିବା ବିରାଟ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ ।

After 2nd paragraph post ads

ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର କ୍ରମାଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ସହ , ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ଶିବମ ଦୁବେ (୧୦) ଙ୍କ ସହିତ ସେ ୨୮ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୨) ଙ୍କ ସହ ସେ ୬୦ ରନ୍‌ ଯୋଡିଥିଲେ । ମାତ୍ର ୨୮ ବଲ୍‌ ଖେଳି ୫ ଚୌକା ଓ ୩ ଛକା ମାରି ସେ କରିଥିଲେ ୫୩ ରନ୍‌ ସ୍କୋର କରିଥିଲେ ।
ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲ୍‌ ଖେଳି ୩୨ ରନ୍‌ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବରେ ଫଜଲ୍ଲକ ଫାରୁକି ଓ ରଶିଦ ଖାନ୍‌ ୩ଟି ଲେଖାଏ ଏବଂ ନବୀନ ଉଲ ହକ୍‌ ଗୋଟିଏ ଉଇକେଟ ନେଇଥିଲେ

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami