୧୩ ବର୍ଷ ବଡ଼ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା

Above Post Content

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ବର୍ତ୍ତମାନ ତାଙ୍କ ନୂଆ ଫିଲ୍ମ ପୁଷ୍ପା-୨ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।’ଜାତୀୟ କ୍ରସ୍’ ଭାବେ ପରିଚିତ ରଶ୍ମିକା ନିଜର ଏକ୍ସପ୍ରେସନ ଯାଦୁରେ ସିନେପ୍ରେମୀଙ୍କ ହୃଦୟରେ ରାଜ କରନ୍ତି । ପରଦା ଉପରେ ତାଙ୍କର ଜବରଦସ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି । ରଶ୍ମିକା ମନ୍ଦନା ୫ ଏପ୍ରିଲ ୧୯୯୬ ମସିହାରେ କର୍ଣ୍ଣାଟକର ବେରଜପେଟରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ରଶ୍ମିକା ଅଭିନୟ କରିବାକୁ ଭଲ ପାଉଥିଲେ, ଏହା ବ୍ୟତୀତ ରଶ୍ମିକା ଭଲ ପାଠ ମଧ୍ୟ ପଢୁଥିଲେ । ସ୍କୁଲ ପାଠ ପଢା ସରିବା ପରେ ସେ ଟେଲିଭିଜନ ବିଜ୍ଞାପନ ଓ ମଡେଲିଂ ଇଭେଣ୍ଟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ମାଇସୋରର ଇନଷ୍ଟିଚ୍ୟୁଟ୍ ଅଫ୍ କମର୍ସ ଆଣ୍ଡ ଆର୍ଟରେ ଆଡ଼ମିଶନ କରିଥିଲେ। ଏଠାରେ ପ୍ରି-ୟୁନିଭରସିଟି ପାଠ୍ୟକ୍ରମ ଶେଷ କରିବା ପରେ ସେ ବାଙ୍ଗାଲୁରୁ ରାମାୟା କଲେଜ ଅଫ୍ ଆର୍ଟ ସାଇନ୍ସ ଆଣ୍ଡ କମର୍ସରେ ନାମ ଲେଖାଇଲେ। ରଶ୍ମିକା କଲେଜରେ ସାଇକୋଲୋଜି, ଇଂରାଜୀ ଏବଂ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଅଭିନେତ୍ରୀ ‘କ୍ଲିନ୍ ଆଣ୍ଡ କ୍ଲିୟର ଫ୍ରେସ୍ ଫେସ୍’ ଟାଇଟଲ୍ ଜିତିଥିଲେ। ଏହି ଟାଇଟଲ୍ ଅଭିନେତ୍ରୀଙ୍କ ପାଇଁ ଫିଲ୍ମ ଇଣ୍ତଷ୍ଟ୍ରି ଲାଗି ରାସ୍ତା ଖୋଲିଦେଇଥିଲା । କାନ୍ତାରାର ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ରଶ୍ମିକାଙ୍କୁ ‘କ୍ଲିନ୍ ଆଣ୍ଡ କ୍ଲିୟର’ ବିଜ୍ଞାପନରେ ଦେଖିଥିଲେ। ସେ ପ୍ରଥମ ଦେଖାରେ ହିଁ ଅଭିନେତ୍ରୀ ଭବିଷ୍ୟତରେ କିଛି ବଡ଼ କରିବା ନେଇ ଅନୁମାନ କରିଥିଲେ ।

Middle post content

ଏହାପରେ ବିନା କୌଣସି ଅଡ଼ିସନରେ ରଶ୍ମିକାଙ୍କୁ ଫିଲ୍ମ ‘କିରିକ୍ ପାର୍ଟି’ ଅଫର ହୋଇଥିଲା। ଏହି ଚଳଚ୍ଚିତ୍ର ୨୦୧୬ ମସିହାରେ ରିଲିଜ ହୋଇଥିଲା । ସେ ସମୟରେ ଏହି ଫିଲ୍ମ ସୁପରହିଟ୍ ମଧ୍ୟ ହୋଇଥିଲା । କ୍ୟାରିୟର ଶୀର୍ଷରେ ଥିବା ରଶ୍ମିକାଙ୍କର ଲଭ ଲାଇଫ ଏତେ ସହଜ ନଥିଲା। ମିଡି଼ଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଚଳଚ୍ଚିତ୍ର ସମୟରେ ଅଭିନେତ୍ରୀ ନିଜଠାରୁ ୧୩ ବର୍ଷ ବଡ଼ ଅଭିନେତା ରକ୍ଷୀତ ସେଟ୍ଟୀଙ୍କ ପ୍ରେମରେ ପଡି଼ଥିଲେ। ଉଭୟଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା କିନ୍ତୁ ପରେ ଏହି ସମ୍ପର୍କ ଆଗକୁ ବଢିପାରିନଥିଲା । ସଠିକ୍ ବୁଝାମଣା ନଥିବାରୁ ଉଭୟ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ। ଅନ୍ୟପଟେ ରଶ୍ମିକା ସେ ସମୟରେ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ ତେବେ ଏହାକୁ ସମ୍ପର୍କ ଶେଷ ହେବାର ଆଉ ଗୋଟିଏ କାରଣ ବୋଲି କୁହାଯାଉଛି। ତେବେ ଏନେଇ ଉଭୟ କେବେ ମୁହଁ ଖୋଲି ନାହାଁନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରେ ରଶ୍ମିକାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମର ରିଲିଜ ପରେ ତାଙ୍କ କ୍ରେଜ୍ ଆହୁରୀ ବଢିବାରେ ଲାଗିଛି । ଅଭିନେତ୍ରୀଙ୍କ ମୋଟ ନେଟ୍ ୱର୍ଥ କଥା ଯଦି କହିବା ତାହାଲେ ସେ ୪୫ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣୀ ବୋଲି କୁହାଯାଉଛି । ସେ ଗୋଟିଏ ପ୍ରୋଜେକ୍ଟ ପାଇଁ ପ୍ରାୟ ୪ କୋଟି ଟଙ୍କା ଚାର୍ଜ କରିଥାଆନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami