ଗିରଫ ହେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ

Above Post Content

ଭୁବନେଶ୍ୱର: ବନ୍ଧା ହେଲେ ପ୍ରଶାନ୍ତ ଜଗଦେବ । ଗୁଣ୍ଡାଗିରିର ସବୁ ସୀମା ଟପିଲେ ପ୍ରଶାନ୍ତ । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଇଭିଏମ ଭାଙ୍ଗିଲେ । ଏହି ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି । ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ ।

Middle post content

ଇଭିଏମ ଭାଙ୍ଗିବା ପଡ଼ିଲା ମହଙ୍ଗା

After 2nd paragraph post ads

ଗତ ଶନିବାର ଗୁଣ୍ଡାଗିରିର ସବୁ ସୀମା ଟପିଥିଲେ ପ୍ରଶାନ୍ତ । ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଥିଲେ । ଭୋଟିଂ ପାଇଁ ଲୋକେ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ । ଏତିକିରେ ଅଟକି ନଥିଲେ ପ୍ରଶାନ୍ତ । ବୁଥ୍ ଭିତରେ ଥିବା ଇଭିଏମ୍ ହୋର୍ଡିଂକୁ ଭାଙ୍ଗି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲା ପୋଲିସ । ପରେ ତାଙ୍କୁ ଗିରଫ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami