ମଠ ମନ୍ଦିରର ପବିତ୍ରତା ପାଇଁ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି । ନିକଟରେ ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ । ଏହିଅଭିଯୋଗ ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଏକ ଭିଡିଓ ଜାରି କରିଛନ୍ତି ।

Middle post content

ମଠ ନିକଟରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଯାଇଛି

After 2nd paragraph post ads

ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି ଯେ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି । ମଙ୍ଗୁ ମଠର ଉଦାହରଣ ଦେଇ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା । ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି । ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami