ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟରେ ନାହିଁ ହଜାରେ ଟଙ୍କା । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । ହେଲେ ଏହା ସତ । ମୋଦିଙ୍କ ଆକାଉଣ୍ଟରେ ରହିଛି ମାତ୍ର ୫୭୪ ଟଙ୍କା ଅଛି । ବାସ୍ତବରେ, ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଘୋଷିତ ସମ୍ପତ୍ତି ଦର୍ଶାଉଛି ସେ କୌଣସି ସେୟାରରେ କିମ୍ବା ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିନାହାଁନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି କାର ନାହିଁ ।
ପାଖରେ ରହିଛି ମାତ୍ର ୪ଟି ମୁଦି
ଏହି ସମସ୍ତ ସୂଚନା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୱେବସାଇଟରେ ଦର୍ଶାଯାଇଛି । ଯେଉଁଥିରେ ପିଏମ ମୋଦିଙ୍କ ସମ୍ପତ୍ତି ଘୋଷଣା କରାଯାଇଛି । ଏହି ସୂଚନା ଅନୁଯାୟୀ, ମୋଦିଙ୍କର କେବଳ ୪ଟି ମୁଦି ଅଛି, ଯାହା ସୁନାରେ ନିର୍ମିତ । ଏହାର ମୂଲ୍ୟ ୨,୦୧,୬୬୦ ଟଙ୍କା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ନଗଦ ୩୦,୨୪୦ ଟଙ୍କା ଏବଂ ବ୍ୟାଙ୍କରେ ୫୭୪ ଟଙ୍କା ରହିଛି । ତେବେ, ତାଙ୍କ ନାମରେ ଥିବା ଏଫଡିରେ ୨ କୋଟି ୪୭ ଲକ୍ଷ ୪୪ ହଜାର ଅଛି । ଡାକଘରେ ଜାତୀୟ ଯୋଜନା ପ୍ରଧାନମନ୍ତ୍ରୀଙ୍କ ନାମରେ ଅଛି ଯାହାର ମୂଲ୍ୟ ୯ ଲକ୍ଷ ୧୯ ହଜାର ଟଙ୍କା । ପ୍ରଧାନମନ୍ତ୍ରୀଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଣ୍ଟ ଅଛି । ସୂଚନା ଅନୁସାରେ ମୋଟ ସମ୍ପତ୍ତି ୨ କୋଟି ୫୮ ଲକ୍ଷ ୯୬ ହଜାର ପିଏମ ମୋଦିଙ୍କ ନାମରେ ଅଛି । ଏହି ସୂଚନା ପ୍ରତିବର୍ଷ ପିଏମଓ ଦ୍ୱାରା ଦିଆଯାଇଥାଏ । ଗତ ବର୍ଷ ତୁଳନାରେ ଯଦି ପିଏମ ମୋଦିଙ୍କ ସମ୍ପତ୍ତିରେ ୪ ପ୍ରତିଶତ ଅଭିବୃଦ୍ଧି ଦେଖିବାକୁ ମିଳିଛି ।