ଦୁଇଟି ଆସନରେ ଜିତିବେ, ପୁଣି ଗଢିବେ ସରକାର

Above Post Content

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି । ୨୦୧୯ ଭଳି ୨୦୨୪ରେ ମଧ୍ୟ ବିଜେପିର ଭବିଷ୍ୟତବାଣୀ ଭୁଲ ପ୍ରମାଣିତ ହେବ । ପିଟିଆଇକୁ ଦେଇଥିବା ସକ୍ଷାତକାରରେ ଏଭଳି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ନିର୍ବାଚନ,ନିର୍ବାଚନ ପରବର୍ତ୍ତି ସ୍ଥିତି ଓ ରତ୍ନ ଭଣ୍ଡାର ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ପାଣ୍ଡିଆନ । ଏଥିସହିତ ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁ,ତେଣୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ ବୋଲି କହିଥିଲେ ।

ଲୋକଙ୍କ ସମର୍ଥନ ବିଜେଡିକୁ କରିଛି ସୁଦୃଢ

After 2nd paragraph post ads
Middle post content

ଭଗବାନଙ୍କ ଅନୁଗ୍ରହରେ ଏବଂ ଲୋକଙ୍କ ସମର୍ଥନ ବିଜେଡିକୁ ସୁଦୃଢ କରିଛି । ବିଜେଡି ସର୍ବାଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବ । ଜୁନ୍ ୯ ତାରିଖରେ , ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କର ମନ୍ତବ୍ୟରେ ସେ ଉତ୍ତର ଦେଇ କହିଛନ୍ତି ଯେ , ୨୦୧୯ରେ ବି ବିଜେପି ପ୍ରଚାର କରୁଥିଲା ସେହି ବର୍ଷ ନବୀନ ପଟ୍ଟନାୟକଙ୍କ ବିଦାୟ ବର୍ଷ । ମାତ୍ର ନିର୍ବାଚନ ଫଳାଫଳ ସବୁ ବଦଳାଇ ଦେଲା । ନବୀନ ପଟ୍ଟନାୟକ ବହୁମତ ଲାଭ କରି ପୁଣି ସରକାରକୁ ଆସିଲେ । ଏବେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠ ଥର ଲାଗି ଦାୟିତ୍ୱ ନେବେ । ଯଦି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଏ ତେବେ ତାହା ହିଁ ହେବ ଓଡ଼ିଶାକୁ ଶ୍ରେଷ୍ଠ ଉପହାର ।

ରାଜନୀତି କରନ୍ତିନି ନବୀନ

ନବୀନ ପଟ୍ଟନାୟକ ଜଣେ ରାଜନୀତିଜ୍ଞ ନୁହଁନ୍ତି । ସେ ଜଣେ ମହାନ ବ୍ୟକ୍ତି । ଓଡ଼ିଶାବାସୀଙ୍କୁ ସେବା କରିବା ଲାଗି ତାଙ୍କ ହୃଦୟରେ ରହିଛି ପବିତ୍ର ଭାବନା । ସେ ରାଜନୀତି କରନ୍ତି ନାହିଁ । ସେ ଯଦି ରାଜନୀତି କରିବେ ତେବେ ଓଡ଼ିଶାବାସୀଙ୍କ ସେବା କରିପାରିବେ ନାହିଁ । ଲୋକଙ୍କ ସେବା ଲାଗି ସେ ରାଜନୀତିକୁ ମାଧ୍ୟମ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ବିଜୟୀ ହେବେ । ଦୁଇଟି ଯାକ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami