ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା

Above Post Content

ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତାତ୍ସଲ୍ୟ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଖୋର୍ଦ୍ଧାର ହେବାଳି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ୱର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି । ସାଂସଦ ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ । ସାଂସଦ କହିିଛନ୍ତି ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ ଫୁଟ ଓଭର ବ୍ରିଜ୍ କରିଛନ୍ତି । କିନ୍ତୁ ଏତିକି କାମ ତ ସରପଞ୍ଚ ବି କରିଦେବେ । ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା । ସାଂସଦଙ୍କୁ ଲଜ୍ଜା ଲାଗିବାର କଥା । ଭୁବନେଶ୍ୱର ରିଂ ରୋଡ୍ ପାଇଁ ଏଯାଏ ଇଟା ଖଣ୍ଡେ ପଡିନି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରି ସଂସଦରେ ଦିନେ ବି ଉଠାଇ ନାହାନ୍ତି ଅପରାଜିତା । ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହି ନାହାନ୍ତି । ନବୀନ ପଟ୍ଟନାୟକ କ’ଣ କ’ଣ କରିଛନ୍ତି, ତାର ଲମ୍ବା ତାଲିକା ଦେଇଥିଲେ ପାଣ୍ଡିଆନ । ସେହିପରି ମଧ୍ୟବିତ୍ତଙ୍କ ପାଇଁ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ପାଣ୍ଡିଆନ କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami