ରୋଡ ଶୋ’ ବେଳେ ଭାଷଣ ବନ୍ଦ କରି ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ

Above Post Content

ଭୁବନେଶ୍ୱର: ଦେଶର ଯେକୌଣସି ନେତାଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ନିଆରା । ଏହା ପ୍ରମାଣିିତ କରିଛିି ତାଙ୍କ ବ୍ୟବହାର ଓ କାମ । ଗତକାଲିି ରାଜଧାନୀରେ ରୋଡ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ମହାନତା ଦେଖାଇଥିଲେ, ତାହା ପୁଣି ଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକ ସମସ୍ତଙ୍କଠାରୁ ଭିନ୍ନ । ରୋଡ ଶୋ’ରେ ନବୀନ ଉଦବୋଧନ ବନ୍ଦ କରି ଏକ ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏପରି ଆଚରଣ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଖୁବ୍ ଖୁସି ହୋଇଛନ୍ତି ।

Middle post content

ଆମ୍ବୁଲାନ୍ସକୁ ରାସ୍ତା ଛାଡିବାକୁ ଇସାରା ଦେଲେ ନବୀନ

After 2nd paragraph post ads

ନବୀନ ଏକ ନମ୍ବର । ନବୀନଙ୍କୁ ଲୋକେ ବହୁତ ଭଲ ପାଆନ୍ତି । ତାଙ୍କର ଟିକେ ଝଲକ ଦେଖିବା ପାଇଁ ଲୋକେ ଘଣ୍ଟା ଘଣ୍ଟ ଧରି ଅପେକ୍ଷା କରନ୍ତି । କାରଣ ନବୀନଙ୍କ କାମ, ଆଚାର ବ୍ୟବହାର ଓ ଚିନ୍ତାଧାରାରୁ ହିଁ ପ୍ରମାଣିତ ହୁଏ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ ଶୋ’ ପାଇଁ ଗଙ୍ଗନଗରଠାରେ ନବୀନଙ୍କ ଗାଡି ପହଞ୍ଚିଥିଲା । ନବୀନ ଗାଡ଼ି ଉପରକୁ ଉଠି ସେଠାରେ ସମବେତ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେବା ଆରମ୍ଭ କରିଥିଲେ । ରାସ୍ତା ପ୍ରବଳ ଭିଡ ଥିଲା । ଏକ ପ୍ରକାର ଟ୍ରାଫିକ୍ ଜାମ୍ ଅବସ୍ଥା । ରୋଡ ଶୋ’ ବେଳକୁ ଏହି ରାସ୍ତାରେ ସାଧାରଣ ଲୋକ ଓ ଯାନବାହାନ ଯାତାୟତ ବନ୍ଦ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଆରମ୍ଭ କରିଛନ୍ତି କି ନାହିଁ ପଛରୁ ଶୁଭିଲା ଆମ୍ବଲାନ୍ସର ସାଇରନ୍ । ମୁଖ୍ୟମନ୍ତ୍ରୀ ଉଦବୋଧନ କିଛି କ୍ଷଣ ପାଇଁ ବନ୍ଦ କରି ଦେଲେ । ହାତ ହଲାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡିବାକୁ ଇସାରା ଦେଲେ । ତାଙ୍କ ଇସାରା ପାଇବା ମାତ୍ରେ ଲୋକେ ଆଡେଇ ହୋଇଗଲେ । ପୋଲିସ୍ ମଧ୍ୟ କର୍ଡନ କରି ଆମ୍ବୁଲାନ୍ସକୁ ବାଟି କଢାଇ ନେଲା । ଏତେ ଭିଡ଼ ରୋଡ ଶୋ’ରେ ମଧ୍ୟ ଆମ୍ବୁଲାନସଟି ଗୋଟିଏ ସେକେଣ୍ଡ ନ ଅଟକି ନିଜ ଗନ୍ତବ୍ୟ ସ୍ଥଳକୁ ଚାଲି ଯାଇଥିଲା । ଏହା ହିଁ ନବୀନଙ୍କ ଉଦାରତାର ବଡ଼ ଉଦାହରଣ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami