ବିଜେପିର ନୀତି ପାଇଁ ମା’ମାନେ କାନ୍ଦୁଛନ୍ତି

Above Post Content

ଭୁବନେଶ୍ୱର: ୯ଟି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଜେପିର ୯ ସେଲ୍ଫ ଗୋଲ କଥା କହି ସମାଲୋଚନା ମଧ୍ୟ କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରକୁ ରାଜନୀତିକୁ ଟାଣିବାକୁ ପସନ୍ଦ କରୁନାହାନ୍ତି ଓଡ଼ିଶା ବାସୀ । ବାହାରୁ ନେତା, କେନ୍ଦ୍ରମନ୍ତ୍ରୀ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଅସମ୍ମାନ କରି ଗାଳି ଗୁଲଜ ବି କରୁଛନ୍ତି । ଯାହାକୁ ଓଡ଼ିଶା ବାସୀ ପସନ୍ଦ କରୁନାହାନ୍ତି ।

Middle post content

ମିଶନ ଶକ୍ତି ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେପି

After 2nd paragraph post ads

ଖାଲି ଏତିକି ନୁହେଁ, ମିଶନ ଶକ୍ତିକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଛି । ଏମିତି କି ଇସ୍ତାହାର ଘୋଷଣା କରିଛି । ବିଜେପି ସରକାରକୁ ଆସିଲେ ଆଗ ମିଶନ ଶକ୍ତି ବନ୍ଦ କରିବେ । ବିଏସକେୱାଇ ବନ୍ଦ କରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ବିଜେପି ଇସ୍ତାହାର ଘୋଷଣା କରିଛି । ଆୟୁଷ୍ମାନ ଭାରତ କେବଳ ବିପିଏଲ ପରିବାର ପାଇଁ । କିନ୍ତୁ ବିଏସକେୱାଇ ଯୋଜନା ସମସ୍ତଙ୍କ ପାଇଁ । ରାଜ୍ୟର ୯୦ ପ୍ରତିଶତ ଲୋକ ସୁବିଧା ପାଉଛନ୍ତି । ଆଗକୁ ବିଏସକେୱାଇ ନବୀନ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ ବୋଲି ପାଣ୍ଡିଆନ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami