ରାଜନୀତିରେ କିଛି ମଧ୍ୟ ହୋଇପାରେ । ମିତ୍ର,ଶତ୍ରୁ ଏମିତିକି ପାରିବାରିକ ସମ୍ପର୍କ ମଧ୍ୟ ଏଥିରେ ସ୍ଥାୟୀ ନୁହେଁ । ମହାରାଷ୍ଟ୍ରରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଦଳ,ଚିହ୍ନ ଏବଂ ରାଜନୈତିକ ଉତ୍ତାରିଧିକାରକୁ ନେଇ ଚାଲିଥିବା ଲଢେଇ ଏହାର ପ୍ରମାଣ । ଏମିତିରେ ବି ଏହାର ଢେର ଉଦାହରଣ ରହିଛି । ଗୋଟିଏ ସମୟରେ ଚରଣ ସିଂହକୁ ଯେଉଁ ରାଜନାରୟଣ ତାଙ୍କ ରାମ ବୋଲି କହୁଥିଲେ କିଛି ଦିନ ପରେ ସେ ତାଙ୍କୁ ଚରଣ ବଦଳରେ ଚେୟାର ସିଂହ ବୋଲି କହିବା ଆରମ୍ଭ କରିଥିଲେ । ଏହାର ପାଖାପାଖି ଏକ ଦଶକ ପରେ ଭିପି ସିଂହଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଥିବା ଦେବୀଲାଲ ନିଜେ ମ୍ୟାଡମ କାଣ୍ଡରେ ଭିପିଙ୍କ ସରକାରକୁ ନାକେଦମ କରିଥିଲେ । ମହାରାଷ୍ଟ୍ରରେ ଏବେ ରାଜନୈତିକ ଲିଗାସୀକୁ ନେଇ ଯେଉଁ ପାରିବାରିକ ଲଢେଇ ଚାଲିଛି ତାହା ହେଉଛି ଏହାର ଆଉ ଗୋଟିଏ ଉଦାହରଣ ମାତ୍ର ।
ଦାଦା ପୁତୁରାକୁ ବାହାର କଲେ ,ପୁତୁରା ଦାଦାକୁ
ଏନସିପିରୁ ଦାଦା ଶରଦ ପାୱାରଙ୍କୁ ପୁତୁରା ଅଜିତ ପାୱାର ବାହାର କରିଦେଇଛନ୍ତି । ଦାଦାଙ୍କ ବୟସ ହୋଇଗଲାଣି ଏବେ ସେ ସନ୍ୟାସ ନିଅନ୍ତୁ ବୋଲି ଅଜିତ କହିଥିଲେ । ଅଜିତଙ୍କୁ ଉତ୍ତର ଦେଇ ଭଉଣୀ ସୁପ୍ରିୟା ସୁଲେ କହିଲେ,ରତନ ଟାଟା,ୱାରେନ୍ ବଫେଟ୍ ଯଦି 86 ବର୍ଷ ବୟସରେ କାମ କରି ପାରୁଛନ୍ତି ତେବେ ଶରଦ ପାୱାର କାହିଁକି କରିପାରିବେ ନାହିଁ । ଅଜିତଙ୍କ ସଭାରେ ନିଜ ଫଟୋ ଲଗାଯିବାକୁ ମଧ୍ୟ ଶରଦ ପସନ୍ଦ କରିନାହାନ୍ତି । ସେ କହିଛନ୍ତି ପୂଜା କରୁଛ କିନ୍ତୁ କଥା ମାନୁନ । ଅଜିତ ତାଙ୍କ ସହିତ 40 ବିଧାୟକ ଥିବା ଦାବି କରୁଛନ୍ତି । ହୋଇପାରେ ଅଜିତଙ୍କ ଦାବିରେ ସତ୍ୟତା ଥାଇପାରେ । ହୋଇପାରେ ଶରଦ ମଧ୍ୟ ନିଜ ବିଧାୟକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବେ । କିନ୍ତୁ ଲାଗୁଛି ଦଳ ଓ ସଂକେତ ଅଜିତଙ୍କୁ ମିଳିବ । କାହିଁକି ?
ଶିବସେନା ଭଳି ଏନସିପି ଅବସ୍ଥା ହେବ ?
ଶରଦ ପାୱାର କହିଛନ୍ତି ଏନସିପି ଅବସ୍ଥା ଶିବସେନା ଭଳି ହୋଇପାରେ । ଏଭଳି କହିବାର କାରଣ ହେଉଛି ଦଳର ସଂକେତ ଉପରେ ଅଜିତଙ୍କ ଦାବି । ଶିବସେନାର ସିନ୍ଦେ ଗୋଷ୍ଟି ଯେମିତି ଦଳର ସଂକେତ ପାଇଗଲା ସେମିତି ଅଜିତ ମଧ୍ୟ ସଂକେତ ନେଇ ପାରନ୍ତି ବୋଲି ଶରଦ ଆଶଙ୍କା କରୁଛନ୍ତି । ତାଙ୍କ ଆଶଙ୍କାର କାରଣ ହେଉଛି କେନ୍ଦ୍ରରେ ଥିବା ବିଜେପି ସରକାର ଅଜିତଙ୍କ ପଛରେ ଅଛି । ସିନ୍ଦେଙ୍କୁ ବିଜେପିର ସମର୍ଥନ କାରଣରୁ ହିଁ ଦଳ ଓ ସଂକେତ ଉପରେ ତାଙ୍କ ଗୋଷ୍ଠୀ ହକ୍ ଜମାଇ ପାରିଥିଲା । ତେଣୁ ଶରଦ ଆଶଙ୍କା କରୁଛନ୍ତି ଯେ,ହୁଏତ ପୁତୁରା ଅଜିତ ତାଙ୍କୁ ଏଥିରେ ମାତ୍ ଦେଇ ପାରନ୍ତି ।