ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ଭାଷାକୁ ଗୁରୁତ୍ୱ

Above Post Content

ଭୁବନେଶ୍ୱର : ନବୀନ ଗ୍ୟାରେଣ୍ଟିର ୨୦ ନମ୍ବରରେ ରହିଛି ଭାଷା ହିଁ ଭବିଷ୍ୟତ । ଓଡ଼ିଆ ଭାଷାର ବିକାଶ, ପ୍ରଚାର ଓ ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ଗ୍ୟାରେଣ୍ଟି ଦେଇଛନ୍ତି । ନିର୍ବାଚନୀ ଇସ୍ତାହାରରେ ଭାଷାର ବିକାଶ ନେଇ ବିଜେଡିର ବିସ୍ତୃତ ସୂଚନା ଦିଆଯାଇଛି । ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । କିନ୍ତୁ ଭାଷାର ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ମିଳିନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ବର୍ଷ ପାଇଁ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି ।

ପ୍ରତି ପାଞ୍ଚବର୍ଷରେ ହେବ ବିଶ୍ୱ ଭାଷା ସମ୍ମିଳନୀ

After 2nd paragraph post ads
Middle post content

୨୦୨୦ରେ ବନ୍ଦେ ଉତ୍କଳ ଜନନୀକୁ ମିଳିଥିଲା ରାଜ୍ୟ ସଂଗୀତ ମାନ୍ୟତା । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ବାରମ୍ବାର ଦାବି କରାଯାଉଛି । ଏହି ଦାବି ପୂରଣ ପର୍ଯ୍ୟନ୍ତ ବିଜେଡିର ସଂଘର୍ଷ ଜାରି ରହିବ । ଭାରତର ପ୍ରଥମ ରାଜ୍ୟ ଓଡ଼ିଶା, ଯିଏ ଐତିହ୍ୟ କ୍ୟାବିନେଟ କରିଛି । ଓଡ଼ିଆ ଭାଷା ଓ ସାହିତ୍ୟକୁ ସ୍ୱତନ୍ତ୍ର ବିଭାଗ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପ୍ରତି ପାଞ୍ଚବର୍ଷରେ ବିଶ୍ୱ ଭାଷା ସମ୍ମିଳନୀ କରାଯିବ । ପ୍ରତି ବର୍ଷ ଏହା ରାଜ୍ୟ ସ୍ତରରେ କରାଯିବ ବୋଲି ବିଜେଡି ସୂଚନା ଦେଇଛି । ବିଶେଷଜ୍ଞଙ୍କ ମତକୁ ସରକାର କାର୍ଯ୍ୟକାରୀ କରିବେ । ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ୨୦୩୪ ସୁଦ୍ଧା ଭାରତର ଏକ ନମ୍ବର ଭାଷା ବିଶ୍ୱବିଦ୍ୟାଳୟ କରାଯିବ । ପ୍ରତି ପଞ୍ଚାୟତରେ ହେବ ଭାଗବତ ଟୁଙ୍ଗି । ଏଥିପାଇଁ ଅନୁଦାନ ଦୁଇ ଗୁଣ ଦିଆଯିବ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା କରପସ ଫଣ୍ଡ ଦିଆଯିବ । ବିଜୁ ପଟ୍ଟନାୟକ ଚେୟାର ପ୍ରତିଷ୍ଠା ପାଇଁ ଜେଏନୟୁ ସହ ଚୁକ୍ତି ହୋଇଛି ।

ଓଡ଼ିଆ ଭାଷାର ବିକାଶ ପାଇଁ ବିଜେଡି ପ୍ରତିଶୃତିବଦ୍ଧ

ଓଡ଼ିଆ ଜାତିକୁ ପରିଚୟ ଦେବା ପାଇଁ ଭାଷା ସଂରକ୍ଷଣ କରାଯିବ । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାର ଏହା ଗ୍ୟାରେଣ୍ଟି ବୋଲି ବିଜେଡି କହିଛି । କେନ୍ଦ୍ର ସରକାରଙ୍କର ଓଡ଼ିଆ ଅସ୍ମିତାର ପ୍ରୀତି ନାହିଁ । ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦିଆଯାଇ ନାହିଁ । ମହାପୁରୁଷଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହ ବିଭନ୍ନ ପୀଠର ବିକାଶ କାମ ଚାଲିଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଉଦ୍ୟମ ଜାରି ରହିବ ବୋଲି ବିଜେଡି କହିଛି । କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ । ପଦ୍ମ ପୁରସ୍କାର ବିଜେତାଙ୍କ ପେନସନ ଜାରି ରହିବ ବୋଲି ବିଜେଡି କହିଛି । ଓଡ଼ିଆ ଭାଷାର ବିକାଶ ପାଇଁ ବିଜେଡି ପ୍ରତିଶୃତିବଦ୍ଧ ବୋଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami