ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ ବା ପିପିଏଫ ନିବେଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ଏହାର ମ୍ୟୁଚୁରିଟି ଅବଧି ୧୫ ବର୍ଷ ହୋଇଥାଏ । ତେବେ ୧୫ ବର୍ଷ ପରେ ଆପଣ ଏହି ଖାତା ବନ୍ଦ କରିବାକୁ ବାଧ୍ୟ ନୁହନ୍ତି । ଆପଣ ଚାହିଁଲେ ଏହାକୁ ବଢାଇ ପାରିବେ । ୫-୫ ବର୍ଷ କରି ଆପଣ ନିଜ ପିପିଏଫ୍ ପଣ୍ଡକୁ ଅନିଶ୍ଚିତ କାଳ ପାଇଁ ବଢାଇ ପାରିବେ । ୧୫ ବର୍ଷ ପରେ ଆପଣ ନିଜ ପିପିଏଫ୍ ଆକାଉଣ୍ଟକୁ ଦୁଇଟି ଉପାୟରେ ଜାରି ରଖି ପାରିବେ ।
ପ୍ରଥମ ଉପାୟ : ଫ୍ରେସ ଡିପୋଜିଟ୍ ଦ୍ୱାରା ଆକାଉଣ୍ଟ ଅବଧି ବଢାଇ ପାରିବେ
୧୫ ବର୍ଷ ପୁରଣ ହେବା ପରେ ମଧ୍ୟ ଆପଣ ନିଜ ଖାତାକୁ ଆଉ ଅଧିକ ୫ ବର୍ଷ ପାଇଁ ବଢାଇ ପାରିବେ । ପିପିଏଫ୍ ଆକାଉଣ୍ଟ୍ ଅବଧି ବଢାଇବା ପାଇଁ ଆପଣଙ୍କୁ ବର୍ଷକ ମଧ୍ୟରେ ଫର୍ମ ଜମା କରିବାକୁ ପଡ଼ିବ । ଏଥିପାଇଁ ମ୍ୟାଚୁରିଟି ପୁରା ହେବାର ଏକ ବର୍ଷ ଆଗରୁ ଆବେଦନ କରିବାକୁ ପଡ଼ିଥାଏ । ଏହି ୫ ବର୍ଷ ମଧ୍ୟରେ ଆବଶ୍ୟକ ପଡ଼ିଲେ ଆପଣ ଟଙ୍କା ମଧ୍ୟ ଉଠାଇ ପାରିବେ ।
ଦ୍ୱିତୀୟ ଉପାୟ : ବିନା ଫ୍ରେସ୍ ଡିପୋଜିଟରେ ଆକାଉଣ୍ଟ ଅବଧି ବଢ଼ାଇବା
ପିପିଏଫ୍ ଆକାଉଣ୍ଟ୍ ମ୍ୟାଚୁର ହେବା ପରେ ମଧ୍ୟ ଆକ୍ଟିଭ୍ ରହିଥାଏ । ଯଦି ଆପଣ ଉପରେ ଦିଆଯାଇଥିବା ପ୍ରଥମ ଉପାୟ ଭଳି ଆବେଦନ ନକରନ୍ତି ତେବେ ମନକୁ ମନ ଆପଣଙ୍କ ପିପିଏଫ୍ ଖାତାର ମ୍ୟାଚୁରିଟି ତାରିଖ ୫ ବର୍ଷ ଆଗକୁ ବଢିଯିବ । ଏଥିରେ କୌଣସି ପେପର ୱାର୍କ କରିବାକୁ ପଡ଼ିନଥାଏ । ଏଥିରେ ମଧ୍ୟ ଆପଣଙ୍କୁ ମାସିକ ଭାବେ କିଛି ଟଙ୍କା ଦେବାକୁ ପଡ଼ିନଥାଏ ।କିନ୍ତୁ ଆପଣ ନିଜ ମୋଟ ଜମାରାଶି ଉପରେ ନିୟମିତ ସୁଧ ପାଇଥାନ୍ତି ।
ପିପିଏଫରେ ମିଳିଥାଏ କର ରିହାତି ସୁବିଧା
ପିପିଏଫ୍ ଇଇଇ ଶ୍ରେଣୀରେ ଆସିଥାଏ । ଏହି ଯୋଜନାରେ କରାଯାଇଥିବା ନିବେଶ ଉପରେ ଆପଣ ଆୟକରରେ ରିହାତି ପାଇଥାନ୍ତି । ଏହା ସହିତ ଏଥିରୁ ମିଳୁଥିବା ଆୟ କିମ୍ବା ସୁଧ ଉପରେ ମଧ୍ୟ କୌଣସି ପ୍ରକାରର କର ଲାଗିନଥାଏ । ଆୟକର ଅଧିନିୟମ ୮୦ ସି ଅନୁସାରେ ବାର୍ଷିକ ଦେଢ ଲକ୍ଷ ପର୍ଯ୍ୟନ୍ତ ପିପିଏଫରେ ନିବେଶ କରମୁକ୍ତ ହୋଇଥାଏ ।
ସହଜରେ ବଡ଼ ଫଣ୍ଡ୍
ଏହି ସ୍କିମ୍ ଜରିଆରେ ଯଦି ଆପଣ ପ୍ରତି ମାସରେ ୧ ହଜାର ଟଙ୍କା ନିବେଶ କରନ୍ତି ତେବେ ୧୫ ବର୍ଷ ପରେ ୩ ଲକ୍ଷ ୧୮ ହଜାର ଟଙ୍କା ପାଇବେ । ଯଦି ଦୁଇ ହଜାର ଟଙ୍କା ନିବେଶ କରନ୍ତି ତେବେ ପାଇବେ ୬ ଲକ୍ଷ ୩୭ ହଜାର ଟଙ୍କା । ଆସନ୍ତୁ ଜାଣିବା ମାସକୁ କେତେ ନିବେଶ କଲେ ୧୫ ବର୍ଷ ପରେ ଆପଣଙ୍କ ପାଖରେ କେତେ ଟଙ୍କାର ଫଣ୍ଡ୍ ତିଆରି ହୋଇଥିବ..
ମାସିକ ନିବେଶ ୧୫ ବର୍ଷ ପରେ ଫଣ୍ଡ୍
୧ହଜାର ୩.୨୦ ଲକ୍ଷ
୨ ହଜାର ୬.୩୯ ଲକ୍ଷ
୩ ହଜାର ୯.୫୯ଲକ୍ଷ
୫ ହଜାର ୧୫.୯୯ ଲକ୍ଷ
( ଏହା ଆନୁମାନିକ । ପ୍ରତି ତିନିମାସରେ ପିପିଏଫ୍ ସୁଧ ସମୀକ୍ଷା ହୋଇଥାଏ )