କେନ୍ଦ୍ରାପଡ଼ା ପାଇଁ ଆସିବ ୧ ଲକ୍ଷ କୋଟିର ପୁଂଜିନିବେଶ

Above Post Content

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହେବ ବିଶ୍ୱର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ । ଏଥିଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରୁ ଜାପାନର ଟୋକିଓକୁ ବିମାନରେ ସାଧାରଣ ଟିକେଟରେ ୮ ଘଣ୍ଟା ବସିକି ଯାତ୍ରା କରିବା । ଏଥିଲାଗି ପୁଞ୍ଜିନିବେଶ ଆସିବ । କେନ୍ଦ୍ରାପଡ଼ାର ବିକାଶ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆସିବ । କେନ୍ଦ୍ରାପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ ଏପରି କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

Middle post content

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ପ୍ରତି ରହିଛି ବିଶେଷ ଅବଦାନ

After 2nd paragraph post ads

ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରଚାର କରିଛନ୍ତି । କେନ୍ଦ୍ରାପଡ଼ାର ବିକାଶ ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ, ନବୀନ ଟୋକିଓ ଯିବାକୁ ବିଜନେସ୍ କିମ୍ବା ଫାଷ୍ଟକ୍ଲାସ୍ ଟିକେଟ ମିଳିନଥିଲା । ଗସ୍ତ ରଦ୍ଦ କରିବାକୁ ପ୍ରଶାସନିକ ଅଧିକାରୀ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ କାର୍ଯ୍ୟକ୍ରମକୁ ବାତିଲ ନକରି ଯେମିତି ହେଲେ ଯିବାକୁ କହିଥିଲେ । ଶେଷରେ ଦୀର୍ଘ ୮ ଘଣ୍ଟା ଧରି ବିମାନରେ ସାଧାରଣ ଟିକେଟରେ ବସିକି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଜାପାନ ଟୋକିଓରେ ଦୁନିଆର ବଡ଼ ଷ୍ଟିଲ ନିର୍ମାତା ନିପନ ଷ୍ଟିଲ ଅଧ୍ୟକ୍ଷଙ୍କୁ ଭେଟିଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ସହ ଓଡ଼ିଶାପ୍ରତି ଅବଦାନ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami