ରାଉରକେଲା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ପାଣ୍ଡିଆନ

Above Post Content

ରାଉରକେଲା: ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସେବାୟତ ଓ ଲୋକଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ ପାଣ୍ଡିଆନ୍ । ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଗସ୍ତ ସମୟରେ ରଘୁନାଥପାଲି ବିଜେଡି ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

Middle post content

ବିଭିନ୍ନ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ପାଣ୍ଡିଆନ

After 2nd paragraph post ads

ପରେ ପାନ୍ଥନିବାସ ଠାରେ ରାଉରକେଲା ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ ପାଣ୍ଡିଆନ । ପରେ ରାଉରକେଲାରେ ବିଶାଳ ରୋଡ ଶୋ କରିଥିଲେ ପାଣ୍ଡିଆନ । ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାଉରକେଲା ସହରର ସେକ୍ଟର-୨ ଦୁର୍ଗାପୂଜା ପଡ଼ିଆରେ ନିର୍ବାଚନୀ ସଭାରେ ୫ଟି ଅଧ୍ୟକ୍ଷ ଯୋଗ ଦେଇଥିଲେ । ପରେ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରାମପାଲ ଠାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହାପରେ ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବଡ ପୁରୁଣାପାଣି ଠାରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami