ସୋଲାର ଲାଇଟ୍ କଥା କହି ଦିନରେ ଲଣ୍ଠନ ଦେଖାଉଛି ବିଜେପି

Above Post Content

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ଆୟୋଜିତ ହୋଇଯାଇଛି ନିର୍ବାଚନୀ ସଭା । ଏହି ସଭାରେ ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ମନେ ପକାଇବାକୁ ନେଇ କଲେ ସମାଲୋଚନା । ସଭାରେ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ସମାଲୋଚନା କରିବା ପରେ କାର୍ତ୍ତିକ ପାଣ୍ଡିଆନ ବିଜେପି ନେତାଙ୍କୁ ଟାର୍ଗେଟ କରିଥିଲେ । କହିଲେ- ଓଡ଼ିଶାରୁ ବିଜେପି ହାରୁଛି । ତେଣୁ ପ୍ରଧାନମନ୍ତ୍ରୀଙ୍କର ଚାଷୀଙ୍କ କଥା ମନେ ପଡୁଛି । ସୋଲାର ବିଜୁଳି ନାମରେ ବିଜେପି ନେତା ଦିନରେ ଆପଣଙ୍କୁ ଲଣ୍ଠନ ଦେଖାଯାଉଛନ୍ତି । ୫୦ ହଜାର ଟଙ୍କା ଡିପୋଜିଟ୍ କଲେ ଯାଇ ମିଳିବ ସୋଲାର ପାୱାର । ଡବଲ ଇଞ୍ଜିନ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି । ରାଜ୍ୟବାସୀଙ୍କୁ ବିଜେଡି ସରକାର ମାଗଣା ବିଜୁଳି ଦେବାକୁ ଯାଉଛି । ଓଡ଼ିଶାର ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ ।

Middle post content

କଣ୍ଟାବାଞ୍ଜିର ବିକାଶ ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ

After 2nd paragraph post ads

ଆୟୁଷ୍ମାନ ଯୋଜନାରେ ମା’ମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ନାହିଁ । ଏଥିରେ ବୀମା କମ୍ପାନୀ ଟଙ୍କା ପାଉଛନ୍ତି । ବିଏସକେୱାଇ ଏଟିଏମ୍ କାର୍ଡ୍ ଭଳି କାମ କରୁଛି । ୨୦୧୪ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସି ଯାହା କହିଥିଲେ, ଏବେ ପୁଣି ସେଇଆ କହୁଛନ୍ତି । ସେତେବେଳେ ଧାନର ଏମଏସପି ଦୁଇଗୁଣା କରିବା କଥା କହିଥିଲେ । ହେଲେ ଆଜିଯାଏଁ ହୋଇ ପାରିଲା ନାହିଁ । ଏବେ ଧାନ କିଣା ଦର ୩ ହଜାର କରିବେ ବୋଲି କହୁଛନ୍ତି । ୧୦ ବର୍ଷ କ୍ଷମତାରେ ରହିବା ପରେ ଓଡ଼ିଶାର ଚାଷୀ, ଏମଏସପି ଓ ଶୀତଳ ଭଣ୍ଡାର କଥା ମନେ ପଡିଲା । ଏହାର ଜବାବ ଭୋଟରେ ଆପଣମାନେ ଦେବେ । କଣ୍ଟାବାଞ୍ଜିର ବିକାଶ ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ । ସେ କଣ୍ଟାବାଞ୍ଜିର ରୂପାନ୍ତରଣ କରିବାକୁ ଚାହୁଁଛନ୍ତି । ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇ ଓଡ଼ିଶାରେ ଇତିହାସ ରଚିବେ । ଏହାସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଜିତାଇବାକୁ ଆହ୍ୱାନ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami