ହାରିବା ଭୟରେ ଢେଙ୍କାନାଳ ଛାଡ଼ି ସମ୍ବଲପୁର ଆସିଛନ୍ତି ଧର୍ମେନ୍ଦ୍ର: ପାଣ୍ଡିଆନ

Above Post Content

କଣ୍ଟାବାଞ୍ଜି: ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ଭାଷାରେ ସମାଲୋଚନା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କହିଲେ ହାରିବା ଭୟରେ ଢେଙ୍କାନାଳ ଛାଡି ସମ୍ବଲପୁର ଚାଲି ଆସିଛନ୍ତି ଧର୍ମେନ୍ଦ୍ର । ବଙ୍ଗୋମୁଣ୍ଡା ରେ ଆୟୋଜିତ ନିର୍ବାଚନୀ ସଭାରେ ପାଣ୍ଡିଆନ ଏପରି ଭାଷାରେ ସମାଲୋଚନା କରିଛନ୍ତି ।

Middle post content

ଢେଙ୍କାନାଳରେ ୧୦ ବର୍ଷ କାଟିଥିଲେ ଧର୍ମେନ୍ଦ୍ର

After 2nd paragraph post ads

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ୧୦ ବର୍ଷ କାଟିଲେ । ହେଲେ ହାରିଯିବା ଭୟରେ ଏବେ ସମ୍ବଲପୁର ପଳାଇଛନ୍ତି । ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି । ଆପଣ ସରପଞ୍ଚ, ଜିଲ୍ଲା ପରିଷଦରେ ବି ଜିତି ପାରିବେ ନାହିଁ । ଜନ୍ମମାଟିକୁ ଛାଡି ସମ୍ବଲପୁରକୁ ଆସିଛ । ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଆପଣଙ୍କୁ କିଏ ସାହସ ଦେଇଛି ।’ ଆଗକୁ ସେ କହିଛନ୍ତି, ‘ଆପଣ ପ୍ରଧାନମନ୍ତ୍ରୀଙ୍କ କାନ୍ଧ ଉପରେ ବସି ନିର୍ବାଚନ ଲଢୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାନ୍ଧରୁ ଓହ୍ଲାଇ ପଡିଲେ, ଓଡ଼ିଶାବାସୀ ଆପଣଙ୍କୁ ଉଚିତ ପାଠ ପଢ଼ାଇବେ । ଓଡ଼ିଶାବାସୀ ଆପଣଙ୍କୁ ଶିଖାଇବେ ନବୀନ ବାବୁ କିଏ ଓ ଆପଣଙ୍କ ସ୍ଥାନ କେଉଁଠି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami