ଭର୍ତ୍ତୃହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ

Above Post Content

ଭୁବନେଶ୍ୱର: ବିଜେଡ଼ିରେ ଥିବା ବେଳେ ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହାତବ । ସେ ଦୈହିକ ଭାବେ ବିଜେଡ଼ି ଥିଲେ ହେଲେ ମାନସିକ ଭାବେ ବିଜେପିରେ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କଟକରେ ଆୟୋଜିତ ନିର୍ବାଚନୀ ସଭାରେ ଏପରି ଅଭିଯୋଗ କରିଛନ୍ତି ପାଣ୍ଡିଆନ । କଟକରେ ଜୋରଦାର ପ୍ରଚାର କରିଥିଲେ ପାଣ୍ଡିଆନ । ଏହି ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କରିଥିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ଭର୍ତ୍ତୃହରି ୬-୬ ଥର ସଂସଦକୁ ଯାଇଥିଲେ । କିନ୍ତୁ ସଂସଦରେ ଭାଷଣ ଦେବା ସମୟରେ ସେ ନିଜ ରାଜ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁଲି ଯାଇଥିଲେ । ଭର୍ତ୍ତୃହରିିଙ୍କୁ ଯେଉଁ ଦଳ ସଂସଦକୁ ୬ ଥର ପଠାଇଥିଲା,ସେ ସେହି ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବୋଲି ପାଣ୍ଡିଆନ କହିଥିଲେ ।

Middle post content

ଭର୍ତ୍ତୃହରିଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

After 2nd paragraph post ads

କୋଭିଡ୍ ମୁକାବିଲା ନେଇ ସଂସଦରେ ଭର୍ତ୍ତୃହରି ଦେଇଥିବା ଭାଷଣର ଉଦାହରଣ ଦେଇ ପାଣ୍ଡିଆନ କହିଛନ୍ତି ଯେ,ସଂସଦରେ ୨୦ ମିନିଟ ଧରି ଭର୍ତ୍ତୃହରି ଭାଷଣ ଦେଇଥିଲେ । କିନ୍ତୁ ଭାଷଣରେ ପଦୁଟିଏ ଓଡ଼ିଶା ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବାବଦରେ କହି ନ ଥିଲେ । କୋଭିଡ୍ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ସମସ୍ତେ ସ୍ୱୀକାର କରିବା ସହ ପ୍ରଶଂସା ବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଦେଶର ବିଭିନ୍ନ ରାଜ୍ୟକୁ ଓଡ଼ିଶା ଅମ୍ଲଜାନ ପଠାଇଥିଲା । କିନ୍ତୁ ସେକଥା ଭର୍ତ୍ତୃହରିିଙ୍କ ଭାଷଣରେ ନ ଥିଲା । ଏସମ୍ବନ୍ଧରେ ଅଧିକ ସୂଚନା ଦେଇ ପାଣ୍ଡିଆନ କହିଥିଲେ ଯେ, ଭର୍ତ୍ତୁହର ଭର୍ତ୍ତୃହରିିଙ୍କ ଭାଷଣ ପରେ ମୁଁ ତାଙ୍କ ସହିତ କଥା ହୋଇ ଏବାବଦରେ ପଚାରିଥିଲି । କାରଣ ମୋତେ ଏହି ଘଟଣା ବହୁତ ଦୁଃଖ ଦେଇଥିଲା । ମୁଁ ତାଙ୍କୁ ପଚାରିଥିଲି ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କୁ ୬ ଥର ଲୋକସଭାକୁ ପଠାଇଛନ୍ତି । କିନ୍ତୁ ଆପଣ ଥରେ ମଧ୍ୟ ନିଜ ଭାଷଣରେ ଓଡ଼ିଶା କଥା କହିଲେ ନାହିଁ,କୋଭିଡ୍ ମୁକାବିଲାରେ ଓଡ଼ିଶାର ଭୂମିକା କଥା କହିଲେ ନାହିଁ । ସେହି ଦିନ ମୁଁ ଜାଣିଥିଲି ଯେ, ସିଏ ଆମ ସହିତ ଦୈହିକ ଅଛନ୍ତି ମାନସିକ ଭାବେ ନାହାନ୍ତି । ସେ ସେବେଠାରୁ ଦଳରୁ ବାହାରି ଯାଇଥିଲେ । ଏବେ ବାହାରି ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami