ମଧ୍ୟବିତ୍ତଙ୍କ ସୁଖଦୁଃଖରେ ଅଛନ୍ତି ନବୀନ

Above Post Content

ଭୁବନେଶ୍ୱର: ମଧ୍ୟବିତ୍ତଙ୍କ ସୁଖଦୁଃଖରେ ସବୁବେଳେ ଅଛନ୍ତି ନବୀନ ସରକାର । ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ । ମଧ୍ୟବିତ୍ତଙ୍କୁ ରାଜ୍ୟ ସରକାରଙ୍କ ଉପହାର ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସେ ଆହୁରି କହିଛନ୍ତି, ମଧ୍ୟବିତ୍ତମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ମଧ୍ୟବିତ୍ତଙ୍କ ପାଇଁ ବହୁତ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ବିଜେଡିର ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ମଧ୍ୟବିତ୍ତଙ୍କୁ ପ୍ରଦାନ କରାଯିବ ବିଏସକେୱାଇ କାର୍ଡ । ଏହା ସହିତ ୨୦ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ମିଳିବ ରିହାତି । ପିଲାଙ୍କ ପାଠ ପଢ଼ା ପାଇଁ ନୂଆ ଛାତ୍ର ବୃତ୍ତି ସହ ୧୦ଲକ୍ଷ ଯାଏ ଶିକ୍ଷା ଋଣରେ ମଧ୍ୟ ରିହାତି ମିଳିବ । ସମସ୍ତଙ୍କ ପାଇଁ ସୁଲଭ ପରିବହନ ବ୍ୟବସ୍ଥା ହେବ । ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତ ସଶକ୍ତ ହେଲେ ଓଡ଼ିଶା ଆଗକୁ ବଢ଼ିବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami