କଟକରେ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

Above Post Content

କଟକ: ସିଲଭର ସିଟି କଟକରେ ବିଜେଡିର ବିଶାଳ ରୋଡ଼ ଶୋ । ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତର୍ିକ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ । ସ୍ନେହ ଆଦରର ଲମ୍ବାଧାଡ଼ିରେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ କଟକ ବାସିନ୍ଦା । ସନ୍ଧ୍ୟାରୁ ୫ ଘଣ୍ଟା ଧରି ଲୋକାରଣ୍ୟ ହୋଇପଡ଼ିଥିଲା ପୁରା ସହର । ସବୁଠି କେବଳ ବିଜେଡି ଆଉ ଶଙ୍ଖର ଧ୍ୱନୀ ଶୁଭୁଥିଲା । ଏଥିସହ ସମର୍ଥନର ବିଶାଳ ଶୋଭାଯାତ୍ରା ଆଖି ଝଲସାଇ ଦେଇଥିଲା । ରାସ୍ତାର ଦୁଇ ପାଖ ସମେତ ଏମିତିକି ଛାତ ଉପରେ ରହି ବି ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ କଟକ ବାସିନ୍ଦା ।

Middle post content

ନବୀନଙ୍କ ହାତମୁଠାକୁ ଟାଣ କରିବାକୁ କଲେ ଆହ୍ୱାନ

After 2nd paragraph post ads

ଫୁଲ ପକାଇ, ଶଙ୍ଖ ବଜାଇ, ପାରମ୍ପରିକ ବାଜାବାଣ ସହ ଧୁମଧାମରେ ସମସ୍ତେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ବିକାଶ ପାଇଁ କୃତଜ୍ଞତା ପ୍ରଦାନ କରି ବିଜେଡିକୁ ହିଁ ସମର୍ଥନ ବୋଲି ସୂଚେଇ ଦେଇଥିଲେ । ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶୋଭାଯାତ୍ରାରେ ଯାଇଥିଲେ ପାଣ୍ଡିଆନ । ଶୋଭାଯାତ୍ରା ସମୟରେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ବିଜେଡିର ଉଭୟ ସାଂସଦ ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନତାଙ୍କୁ ଅନୁରୋଧ କରିଥିଲେ । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହରହ ଉଦ୍ୟମ କରୁଛନ୍ତି । ଫାଇଭ-ଟି ସ୍ପର୍ଶରେ କଟକର ରୂପାନ୍ତରଣ ହୋଇଛି । ଏଣୁ ବିକାଶ ପାଇଁ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ ମାଗିଥିଲେ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami