ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି

Above Post Content

ଭଦ୍ରକ : ବର୍ତ୍ତମାନ ସୁଦ୍ଧା ସରିଥିବା ନିର୍ବାଚନରେ ରାଜ୍ୟରେ ସରକାର ଗଠନର ମ୍ୟାଜିକ୍ ନମ୍ବର ହାସଲ କରିସାରିଲାଣି ବିଜେଡ଼ି । ଏଥର ବି ଓଡ଼ିଶାରେ ସରକାର ଗଠନ କରିବ ବିଜେଡି । ଭଦ୍ରକ ବାସୁଦେବପୁରରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରି ଏପରିି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଏଥିସହିତ କେନ୍ଦ୍ରର ଡବଲ ଇଂଜିନ ସରକାରକୁ ନେଇ ନବୀନ ଇଂଜିନ ସରକାରର ଦେଖାଇଛନ୍ତି ତୁଳନାତ୍ମକ ଚିତ୍ର । ରାଜ୍ୟରେ ପ୍ରାୟ ୯୮ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଇବେ । ଡବଲ ଇଂଜିନ ସରକାରରେ ମାତ୍ର ୫ ପ୍ରତିଶତ ପିଲା ଛାତ୍ରବୃତ୍ତି ପାଉଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ଡବଲ ଇଂଜିନ ଓ ନବୀନ ଇଂଜିନ ଭିତରେ ଫରକ ଦର୍ଶାଇଲେ ପାଣ୍ଡିଆନ

After 2nd paragraph post ads
Middle post content

ପାଣ୍ଡିଆନ ଆହୁରି କହିଥିଲେ ଯେ, ଆୟୁଷ୍ମାନ ଭାରତରେ ୫୦ ପ୍ରତିଶତ ସାମିଲ ହେବେ । କିନ୍ତୁ ବିଏସକେୱାଇରେ ପ୍ରାୟ ୧୦୦ ପ୍ରତିଶତ ସାମିଲ ହେବେ । ବିଏସକେୱାଇରେ ୧୦ ଲକ୍ଷ ଯାଏ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଦେବେ ୫ ଲକ୍ଷ । ରାଜ୍ୟ ମମତା ଯୋଜନାରେ ୧୦ ହଜାର ଦେଉଥିବାବେଳେ ଡବଲ ଇଂଜିନରେ ୫ ହଜାର ଟଙ୍କା ଦେଉଛି କେନ୍ଦ୍ର । କେନ୍ଦ୍ର ୩ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବାବେଳେ ନବୀନ ୧ ହଜାର ଟଙ୍କା ଭତ୍ତା ଦେଉଛନ୍ତି । ଏଇଟା ହେଉଛି ଡବଲ ଇଂଜିନ ଓ ନବୀନ ଇଂଜିନ ଭିତରେ ଫରକ । ସେମାନେ ଯାହା କହୁଛନ୍ତି ମିଛ କଥା କହୁଛନ୍ତି । ମା’ ମାନେ ୫୦ ହଜାର ଟଙ୍କା ପାଇବେ ବୋଲି କହୁଛନ୍ତି, ୧୫ ଲକ୍ଷ ଦେବେ ବୋଲି କହିଥଲେ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ ।

ବିଜେଡ଼ି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ଅପିଲ

ଆପଣଙ୍କ ଆଶୀର୍ବାଦ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଆସନ୍ତା ୯ ତାରିଖରେ ଷଷ୍ଠଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ଜୁଲାଇରୁ ଆସିବନି ବିଜୁଳି ବିଲ୍ । ପ୍ରାୟ ସମସ୍ତ ଓଡ଼ିଶାବାସୀଙ୍କୁ ବିଏସକେୱାଇ ଯୋଜନାରେ ସାମିଲ ହେବ ଦ୍ୱିତୀୟ ଦସ୍ତଖତ । ମିଶନଶକ୍ତି ମା’ ମାନଙ୍କୁ ୬୦ ବର୍ଷ ପରେ ମିଳିବ ପେନସନ ଏବଂ ନୂଆ-ଓ ଯୋଜନାରେ ଛାତ୍ରଙ୍କୁ ୧୨ ହଜାର ଏବଂ ଛାତ୍ରୀଙ୍କୁ ୧୪ ହଜାର ଟଙ୍କା ଛାତ୍ରବୃତ୍ତି ମିଳିବ । ଏହା ହେବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ତୃତୀୟ ଓ ଚତୁର୍ଥ ଦସ୍ତଖତ । ଆପଣଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ କରିବେ । ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଅପିଲ କରିଛନ୍ତି ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami