ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ କଲେ ଅନୁରୋଧ

Above Post Content

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ସାଲିଆ ସାହି, ତା’ ପରେ କଲ୍ୟାଣସିଂହପୁର ଓ ନହରକଣ୍ଟାରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଏଥିସହ ବିରୋଧୀଙ୍କୁ କରିଥିଲେ ଟାର୍ଗେଟ ।

ସାଲିଆସାହି ବାସିନ୍ଦାଙ୍କୁ କେହି ଉଚ୍ଛେଦ କରିପାରିବେନି

After 2nd paragraph post ads
Middle post content

ସାଲିଆ ସାହିର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ଭଲ ପାଆନ୍ତି ସେହି ଅନୁଭୁତି ବଖାଣିଥିଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ସବୁ ସମୟରେ ରାଜ୍ୟ କଥା ଯେମିତି ବିଚାର କରନ୍ତି, ସାଲିଆ ସାହି କଥା ବି ସେତିକି ଭାବନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ସାଲିଆ ସାହି ବାସିନ୍ଦାଙ୍କୁ କେହି ଉଚ୍ଛେଦ କରିପାରିବେନି । ବିରୋଧୀ ଦଳ ସାଲିଆ ସାହିର ଉଚ୍ଛେଦ ହେବ ବୋଲି କହି ଅପପ୍ରଚାର କରୁଛନ୍ତି । ସେମାନଙ୍କ ଅପପ୍ରଚାରକୁ ବିଶ୍ୱାସ ନ କରିବାକୁ କହିଥିଲେ ପାଣ୍ଡିଆନ । ବିରୋଧୀ ଦଳର ସାଂସଦ କହୁଛନ୍ତି ସାଲିଆ ସାହି ଲୋକଙ୍କୁ ପଟ୍ଟା ଦେବେ । ବିଜେପି କିମ୍ବା କଂଗ୍ରେସ ସରକାର ଥିବା ଦେଶର କୌଣସି ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦିଆଯାଇନି । ନବୀନ ପଟ୍ଟନାୟକ କିନ୍ତୁ ବସ୍ତି ବାସିନ୍ଦାଙ୍କୁ ସମ୍ମାନର ସହ ଜମି ପଟ୍ଟା ଦେଇଛନ୍ତି । ସାଲିଆ ସାହି ବାସିନ୍ଦାଙ୍କୁ ଉଚ୍ଛେଦ କରି ସେମାନେ ରହୁଥିବା ସ୍ଥାନରେ ସେମାନଙ୍କୁ ଜମି ଅଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବସ୍ତିରୁ ଆରମ୍ଭ ହୋଇଥିଲା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

ସେହିଭଳି ଭୁବନେଶ୍ୱରରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ବସ୍ତିରୁ ଆରମ୍ଭ କରିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସାଂସଦ ଶିକ୍ଷା ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । ସେ ଗୋଟିଏ ହେଲେ ସ୍କୁଲର ରୂପାନ୍ତରଣ କରିପାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ପାଣ୍ଡିଆନ । ହେଲେ ମୁଖ୍ୟମନ୍ତ୍ରୀ ସାଲିଆ ସାହିର ପିଲା ପାଠ ପଢୁଥିବା ଆଇଆରସି ଭିଲେଜ ହାଇସ୍କୁଲକୁ ରାଜ୍ୟର ଏକ ନମ୍ବର ସ୍କୁଲ କରିଦେଖାଇଛନ୍ତି । ଯଦି କେହି ରୂପାନ୍ତରଣ କ’ଣ ଜାଣିପାରୁନାହାନ୍ତି, ତେବେ ସେମାନେ ଆଇଆରସି ଭିଲେଜ ହାଇସ୍କୁଲ ଆସି ଦେଖିବାକୁ ଆହ୍ୱାନ ଦେଇଛନ୍ତି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶପଥ ନେବା ପରେ ବିଜୁଳି ବିଲ ଛାଡ ସହ ସମସ୍ତଙ୍କୁ ବିଏସକେୱାଇ କାର୍ଡ ଓ ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ଘୋଷଣା କରିବେ । ଏହି ଘୋଷଣା ପରେ ମିଶନ ଶକ୍ତି ମହିଳାମାନେ ନବୀନ ନିବାସ ଯାଇ ନାଚିବେ ଏବଂ ସେ ମଧ୍ୟ ତାଙ୍କ ସହ ନାଚିବେ ବୋଲି କହିଛନ୍ତି ପାଣ୍ଡିଆନ । ଏହାପରେ କଲ୍ୟାଣସିଂହପୁର ଓ ନହରକଣ୍ଟାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami