ଫେରୁଛି ଟିମ୍ ଇଣ୍ଡିଆ

Above Post Content

ଭାରତୀୟ ଦଳ ଗତ କିଛି ଦିନ ହେବ ବାରବାଡୋସରେ ଫସିରହିଛିଟି -20 ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାତ୍ୟା କାରଣରୁ ବାରବାଡୋସରେ ଏକ ପଞ୍ଚତାରକା ହୋଟେଲରେ ରହିଛି । ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ବାରବାଡୋସରେ ଶନିବାର, ଜୁନ୍ ୨୯ ତାରିଖରେ ଖେଳାଯାଇଥିଲା । ଏହାପରେ, ପରଦିନ ବାତ୍ୟା ଯୋଗୁଁ ବାରବାଡୋସର ବିମାନବନ୍ଦର ବନ୍ଦ କରାଯାଇଥିଲା । ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ତିଆ ଭାରତ ଫେରୁଛି ।

 

Middle post content

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ନେଇ ଆସୁଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ। ଟି -୨୦ ଚାମ୍ପିଅନ୍ ଭାରତ ଦଳକୁ ,ଏହି ବିମାନ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀରେ ପହଞ୍ଚିବ । ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳ ୬ ଟାରେ ଭାରତୀୟ ଖେଳାଳୀ ସ୍ୱଦେଶରେ ପହଞ୍ଚିବେ । ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ଟିମ୍ ଇଣ୍ଡିଆ ବୁଧବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ହେଲେ ପାଗ ଯୋଗୁଁ ପ୍ଲାନରେ ପରିବର୍ତ୍ତନ କରାଯାଇଛି ।

 

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami