
ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ ।
ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା ପୂର୍ବରୁ ରୋହିତ-ବିରାଟ ଜଲୱା ଦେଖିବାକୁ ମିଳିପାରେ। ଏତେଟା ଫର୍ମରେ ନଥିବା ଏହି ଯୋଡି ବାଂଲାଦେଶ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ।
ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା ଭାରତ । ଆଜି ଟି-୨୦ ବିଶ୍ୱକପ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଭାରତ।
ଭାରତ ବନାମ ବାଂଲାଦେଶର ହେଡ-ଟୁ-ହେଡ ରେକର୍ଡ ବିଷୟରେ କହିବାକୁ ଗଲେ ଏହି ଦୁଇ ଦଳ ମୋଟ ୧୩ ଟି -୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି । ଭାରତ ୧୨ ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଦୁଇ ଦଳ ମଧ୍ୟ ଏକ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ, ଯାହା ଭାରତ ୬୦ ରନରେ ଜିତିଥିଲା ।


ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ରିଷଭ ପନ୍ତ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ।
ବାଂଲାଦେଶର ସମ୍ଭାବ୍ୟ ଏକାଦଶ: ତନଜିଦ ହାସନ ତମିମ, ନାଜମୁଲ ହୁସେନ୍, ଲିଟନ୍ କୁମାର ଦାସ, ଶାକିବ ଅଲ ହାସନ, ତାହିଦ ହରିଦୟା, ମହମୁଦୁଲ୍ଲା, ଜାଖର ଅଲି, ରିଷାଦ ହୁସେନ୍, ଟାସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ ଏବଂ ତାନଜିମ୍ ଶାକିବ
